ETV Bharat / entertainment

7 ବର୍ଷ ପରେ ପୁଣି ରିଲିଜ ହେବ 'ପଦ୍ମାବତ', ଏହି ଦିନ ପରଦାକୁ ଆସୁଛି - PADMAAVAT RERELEASE

ପୁଣି ଥରେ ରିଲିଜ ହେବାକୁ ଯାଉଛି 'ପଦ୍ମାବତ' । ଫିଲ୍ମ କେବେ ରିଲିଜ ହେବ ? ଜାଣନ୍ତୁ,

padmaavat rerelease
padmaavat rerelease (film poster)
author img

By ETV Bharat Entertainment Team

Published : Jan 23, 2025, 2:46 PM IST

ହାଇଦ୍ରାବାଦ: ସଞ୍ଜୟ ଲୀଲା ବଂଶାଲିଙ୍କ ଫିଲ୍ମ 'ପଦ୍ମାବତ' ରିଲିଜ ହେବାର ସାତ ବର୍ଷ ବିତିଗଲାଣି । ୨୦୧୮ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଜାନୁଆରୀ ୨୪ ତାରିଖରେ ଏହାର ୭ମ ବାର୍ଷିକୀ ପାଳନ କରୁଛି । ଏହି ଅବସରରେ ନିର୍ମାତା ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । 7 ବର୍ଷ ପରେ ପୁଣି ରିଲିଜ ହେବାକୁ ଯାଉଛି 'ପଦ୍ମାବତ' । ଭାୟାକମ୍ ୧୮ ଷ୍ଟୁଡିଓଜ୍ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଫିଲ୍ମ ପୁଣି କେବେ ରିଲିଜ ହେବ ? ଜାଣନ୍ତୁ,

ଏହି ଦିନ ପୁଣି ପରଦାକୁ ଆସୁଛି 'ପଦ୍ମାବତ'

ଭାୟାକମ୍ ୧୮ ଷ୍ଟୁଡିଓଜ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ସେୟାର କରି ଦର୍ଶକଙ୍କୁ ସୂଚନା ଦେଇଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ବଡ଼ ପରଦାରେ ପୁଣି ଥରେ 'ପଦ୍ମାବତ୍'ର କାହାଣୀ ଦେଖନ୍ତୁ।' ଏହି ଚଳଚ୍ଚିତ୍ରଟି ଫେବୃଆରୀ 6ରେ ରିଲିଜ ହେଉଛି । ଏହି ଘୋଷଣା ପରେ ରାଣୀ ପଦ୍ମାବତୀଙ୍କ ମହାନ କାହାଣୀକୁ ସ୍କ୍ରିନରେ ପୁଣିଥରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ରହିଛନ୍ତି ।

7 ବର୍ଷ ପରେ ପୁଣି ରିଲିଜ ହେଉଛି

'ପଦ୍ମାବତ' ଭାରତୀୟ ସିନେମାର ଏକ ଚମତ୍କାର ଏବଂ ସଫଳ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । 'ପଦ୍ମାବତ' ହେଉଛି ମଲିକ ମହମ୍ମଦ ଜାୟସୀଙ୍କ ଦ୍ୱାରା ରଚିତ 'ପଦ୍ମାବତ' କବିତା ଉପରେ ଆଧାରିତ ଏକ ଐତିହାସିକ ନାଟକ, ଯେଉଁଥିରେ ରାଣୀ ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟ, ନିଷ୍ଠୁର ସୁଲତାନ ଆଲାଉଦ୍ଦିନ ଖିଲଜିଙ୍କ ବିରୁଦ୍ଧରେ ତାଙ୍କ ବିଦ୍ରୋହ ଏବଂ ସାହସର କାହାଣୀ ଦର୍ଶାଯାଇଛି । ଫିଲ୍ମର କାହାଣୀ ଏବଂ ଏହାର ଚମତ୍କାର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା । ରାଣୀ ପଦ୍ମାବତୀ ଭୂମିକାରେ ଦୀପିକା ପାଦୁକୋନ ବହୁତ ଭଲ କାମ କରିଥିଲେ । ସେହିପରି ଖିଲଜି ଭୂମିକାରେ ରଣବୀର ସିଂହ ନିଜର ଭୟ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଫିଲ୍ମର କାହାଣୀ ଏବଂ ସଞ୍ଜୟ ଲୀଲା ବଂଶାଲିଙ୍କ ନିର୍ଦ୍ଦେଶନା ଫିଲ୍ମକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: ପଦ୍ମାବତର ସଫଳତାରେ ଭାବବିହ୍ବଳ ନିର୍ଦ୍ଦେଶକ

ରିଲିଜ ସମୟରେ ବିରୋଧର ସମ୍ମୁଖୀନ ହୋଇଥିଲା ଫିଲ୍ମ

କହିରଖୁଛୁ କି, ପଦ୍ମାବତ ଚଳଚ୍ଚିତ୍ରକୁ ନେଇ ଅନେକ ରାଜନୈତିକ ମୋଡ଼ ଆସିଥିଲା । ଏହି ଫିଲ୍ମକୁ ନେଇ କରଣୀ ସେନା ଅନେକ ବିରୋଧ ପ୍ରଦର୍ଶନ କରିଥିଲା । ଫିଲ୍ମର ନାମକୁ ନେଇ ମଧ୍ୟ ବହୁତ ଆଲୋଚନା ହୋଇଥିଲା । ଅନେକ ଥର ସ୍ଥଗିତ ରହିବା ପରେ, ଚଳଚ୍ଚିତ୍ର 'ପଦ୍ମାବତ' ଜାନୁଆରୀ 24, 2018ରେ ରିଲିଜ ହୋଇଥିଲା । ତେବେ ବର୍ତ୍ତମାନ 7 ବର୍ଷ ପରେ ପୁଣି ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.