ଭୁବନେଶ୍ବର: ଧାନ ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ । ମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ସମସ୍ୟା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ୧୯୬୭ ନମ୍ବରରେ ଫୋନ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜଣାଇପାରିବେ ଚାଷୀ । କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ରାଜ୍ୟ ଯୋଗାଣ ବିଭାଗ । ଆଜି ଏହାକୁ ଉଦଘାଟନ କରିଛନ୍ତି ଖାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
କମାଣ୍ଡ କଣ୍ଟ୍ରୋଲ ସେଣ୍ଟର:
ଧାନ ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ ହେବ ଆକ୍ସନ । ସିଧାସଳଖ କମାଣ୍ଡ କଣ୍ଟ୍ରୋଲରେ ଅଭିଯୋଗ କରିବେ ଚାଷୀ । ସବୁ ଜିଲ୍ଲାର ମଣ୍ଡି ଗୁଡ଼ିକର ମନିଟରିଂ କରିବ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର । ଭୁବନେଶ୍ୱରର ରାଜ୍ୟ ଖାଦ୍ୟ ଯୋଗାଣ ନିଗମରେ ଖୋଲିଲା ନୂଆ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ବା କମାଣ୍ଡ କଣ୍ଟ୍ରୋଲ କମ୍ ଏକ୍ସପେରିଏନ୍ସ (experience) ସେଣ୍ଟର । ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ଵାରା ସମସ୍ତ ଜିଲ୍ଲାର ମଣ୍ଡିରେ ଲାଗିଥିବା ସିସିଟିଭି ଜରିଆରେ ଦୃଷ୍ଟି ରଖିବେ ଯୋଗାଣ ଅଧିକାରୀ ।
ସେହିପରି ମଣ୍ଡିରେ ଥିବା ଅଧିକାରୀଙ୍କ ସହ ସିଧାଳଖ ଭାବେ ଏହି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଅଭିଜ୍ଞତା ଏବଂ ଅବ୍ୟବସ୍ଥା ସମ୍ପର୍କରେ ଜାଣିପାରିବେ । ଚାଷୀ ଏବଂ କୃଷକ, ସାଧାରଣ ଲୋକ ଏହି କମାଣ୍ଡ ସେଣ୍ଟର ଜରିଆରେ ଫୋନ୍ ଯୋଗେ ଅଭିଯୋଗ ଜଣାଇପାରିବେ । ଟୋଲ ଫ୍ରି ନମ୍ବର ୧୯୬୭ ମାଧ୍ୟମରେ ଏହି ଅଭିଯୋଗ କରିପାରିବେ । ଯେଉଁଠି ଅବ୍ୟବସ୍ଥା ଘେରରେ ରହିଥିବା ଘଟଣା ସାମ୍ନାକୁ ଆସିବ ତୁରନ୍ତ ନୋଡାଲ ଅଧିକାରୀ ସେଠାକୁ ଯିବେ । ନଚେତ ଯେଉଁ ମଣ୍ଡିରେ ଅବ୍ୟବସ୍ଥା କିମ୍ବା ଅଭିଯୋଗ ହୋଇଥିବ ସେଠାରୁ ମଧ୍ୟ ଗୋଟିଏ ଟିମ୍ ଏହାକୁ ତନଖି କରି ଯାଞ୍ଚ କରିବେ । ସୁରୁଖୁରୁରେ ଧାନ ଉଠିବା ଏବଂ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେଇଛି ଯୋଗାଣ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ...ଡିସେମ୍ବର 27ରୁ ଅନୁଗୋଳରେ ଆରମ୍ଭ ହେବ ଧାନ ସଂଗ୍ରହ, ଏଥର ୯୫ଟି ମଣ୍ଡି |