ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଲଲିପପ: କଂଗ୍ରେସ - କଂଗ୍ରେସ

Congress Press meet: ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ଲୋକଙ୍କ ପଇସାରେ ବିଜେଡ଼ି ସରକାର ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛି କଂଗ୍ରେସ । 10 ଦିନରେ 12ରୁ ଅଧିକ ଯୋଜନା ଘୋଷଣା କରି, ଏହାର ପଛରେ ଥିବା ଉଦ୍ଦେଶ୍ୟ କ'ଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଲଲିପପ: କଂଗ୍ରେସ
ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଲଲିପପ: କଂଗ୍ରେସ

By ETV Bharat Odisha Team

Published : Feb 29, 2024, 4:23 PM IST

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଲଲିପପ: କଂଗ୍ରେସ

ଭୁବନେଶ୍ବର:ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ସରକାରଙ୍କ ଦ୍ବାରା ଘୋଷିତ ବିଭିନ୍ନ ଯୋଜନାର ବାସ୍ତବ କାର୍ଯ୍ୟକାରିତା ନେଇ ଟାର୍ଗେଟ କରିଛି କଂଗ୍ରେସ ।ଆଜି (ଗୁରୁବାର) ଦିନ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ମିଡ଼ିଆ ସେଲ ଅଧକ୍ଷ ବିଶ୍ବରଞ୍ଜନ ମହାନ୍ତି ସରକାରଙ୍କୁ ବର୍ଷିଛନ୍ତି । ଗରିବଙ୍କ ଟିକସ ପଇସାରୁ କୋଟି କୋଟି ଟଙ୍କା ନେଇ ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ବିଶ୍ବରଞ୍ଜନ ।ଚାରିଆଡ଼େ ମୁଖ୍ୟମନ୍ତ୍ରୀ ଫୋଟ ଲାଗାଉଛନ୍ତି । ଏହା ଏକ ଅନୈତିକ କାର୍ଯ୍ୟ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ବିଶ୍ବରଞ୍ଜନ କହିଛନ୍ତି, "ଗରିବଙ୍କ ଟିକସ ପଇସାକୁ ନିଜ ଦଳୀୟ ପ୍ରଚାର କରୁଛି ବିଜେଡ଼ି ସରକାର । ପ୍ରଚାର କାଙ୍ଗାଳ ହେଉଛି ବିଜେଡ଼ି ଦଳ । ତେଣୁ କଂଗ୍ରେସ ଦାବି କରୁଛି ଏହି ଭୁଲ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ କ୍ଷମା ମାଗନ୍ତୁ । ନ ହେଲେ ରାଜ୍ୟର ଅର୍ଥକୁ ରାଜ କୋଷକୁ ଫେରାନ୍ତୁ ।ସରକାର 10 ଦିନରେ 12ରୁ ଅଧିକ ଯୋଜନା ଘୋଷଣା କରିଛନ୍ତି । ଏହାର ପଛରେ ଥିବା ଉଦ୍ଦେଶ୍ୟ କ'ଣ । ଏହି ଯୋଜନାରେ କାହାକୁ ଲାଭ ମିଳିବ ,ତାହାର ଉତ୍ତର ସରକାର ଦିଅନ୍ତୁ ।"

ସେ ଆହୁରି ମଧ୍ୟ କହିଛନ୍ତି," ନିର୍ବାଚନ ପୂର୍ବରୁ ଏହା କେବଳ ରାଜ୍ୟବାସୀଙ୍କୁ ଲଲିପପ । କାରଣ ଆଗରୁ ସରକାର ପିଠା ଯୋଜନା, ବିଜୁ ଯୁବ ବାହିନୀ, ମୋ ଗାଁ ମୋ ବିକାଶ ଏମିତି ଅନେକ ଯୋଜନା ଘୋଷଣା କରିଥିଲେ । ଏବେ ଏହି ଯୋଜନା କୁଆଡେ ଗଲା । Nss ରିପୋର୍ଟ କହୁଛି ଭାରତୀୟଙ୍କ ଖର୍ଚ୍ଚ 3 ଗୁଣ ବଢିଛି । ସହରାଞ୍ଚଳରେ 6ହଜାର 500 ଟଙ୍କା ଖର୍ଚ ବଢିଛି । ଏହାର ମୁଖ୍ୟ କାରଣ ହେଉଛି ଦରଦାମ ବୃଦ୍ଧି । ଆମର ପ୍ରଶ୍ନ ହେଉଛି ଦେଶରେ 3ଗୁଣ ଖର୍ଚ୍ଚ ବଢିଥିବା ବେଳେ ଚାଷୀ, ଶ୍ରମିକ , ମହିଳାଙ୍କ ଆୟ ତିନିଗୁଣା ବଢିଛି କି ? ସରକାର ଯୁବ ବଜେଟ ଆସିବେ ବୋଲି କହିଲେ । ଏହା ପୂର୍ବରୁ କୃଷି ବଜେଟ ଆସିଥିଲା ହେଲେ ବଜେଟ କୃଷକଙ୍କୁ କେତେ ଫାଇଦା ଦେଇଛି । ଚାଷୀ ଜମିକୁ ପାଣି ପାଉନାହିଁ ।"

ଏହା ମଧ୍ୟ ପଢନ୍ତୁ......ଯୋଜନା କମିଟି ବୈଠକରେ ଗର୍ଜିଲେ ପାରଳାଖେମୁଣ୍ଡି ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ଶାସକ ଦଳକୁ ଟାର୍ଗେଟ

ସେହପରି ଓଡ଼ିଶାରେ ଅନେକ ମହାପୁରୁଷ ଅଛନ୍ତି । ତେବେ ନବୀନ ଓଡିଶା କାହିଁକି ।ଏହାର ଅର୍ଥ କ'ଣ ବୋଲି ପ୍ରଶ୍ନ କରିଛି ଦଳ । ନୂଆ ଓଡ଼ିଶା ନବୀନ ଓଡ଼ିଶାରେ କଲେଜ ଗୁଡ଼ିକରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶିକ୍ଷକ ଛାତ୍ରଛାତ୍ରୀ ମାନେ ନାଚିଲେ । ଯୁବକଙ୍କ ଭବିଷ୍ୟତ ନଷ୍ଟ କରି ସ୍ବୟଂ ଯୋଜନାରେ କହୁଛନ୍ତି ଲକ୍ଷେ ଟଙ୍କା ନିଅ ଆମକୁ ଭୋଟ ଦିଅ । ଏହି ସମସ୍ତ ଯୋଜନାର ବାସ୍ତବତା କିଛି ନାହିଁ କେବଳ ନିର୍ବାଚନୀ ଜୁମଲା ବୋଲି କହିଛନ୍ତି ବିଶ୍ବରଞ୍ଜନ ।

ଯଦି 24 ବର୍ଷ ସରକାର ରାଜ୍ୟରେ ବିକାଶ କରିଛନ୍ତି । ତାହେଲେ ବିଜ୍ଞାପନ ଏବଂ ପ୍ରଚାର ପ୍ରସାର କରି କୋଟି କୋଟି ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି । ସରକାର ଟଙ୍କା ରାଜକୋଷକୁ ଫେରସ୍ତ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଅନ୍ୟପଟେ ଓଡ଼ିଶାକୁ କେନ୍ଦ୍ର ସରକାର ଅଧିକ ଅନୁଦାନ ଦେଉଛି ବୋଲି ପ୍ରଚାର କରିଛନ୍ତି । କିନ୍ତୁ ସତ ହେଉଛି ବିଜେପି ସରକାର 10 ବର୍ଷରେ ରାଜ୍ୟକୁ 41ପ୍ରତିଶତ ଅନୁଦାନ ଦେଇଥିବା ବେଳେ କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ 10 ବର୍ଷ 47 ପ୍ରତିଶତ ଅନୁଦାନ ଦେଇଥିବା ସେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details