ଓଡିଶା

odisha

ETV Bharat / state

କଂଗ୍ରେସର ବିଦ୍ୟୁତ୍ ଗ୍ୟାରେଣ୍ଟି, ସରକାର ଗଢିଲେ ମାଗଣା ମିଳିବ ୨ଶହ ୟୁନିଟ୍‌ - congress press meet - CONGRESS PRESS MEET

Congress Press Meet: କଂଗ୍ରେସ ସରକାରକୁ ଆସିଲେ ୨ ଶହ ୟୁନିଟ ବିଦ୍ୟୁତ ଛାଡ଼ର ସହ ଚାଷୀ ଲିଫ୍ଟ ଇରିଗେସନ ବସାଇଥିଲେ ୫୦ପ୍ରତିଶତ ଛାଡ କରିବା ନେଇ ଦେଇଛି ଗ୍ୟାରେଣ୍ଟି । ଅଧିକ ପଢନ୍ତୁୁ

କଂଗ୍ରେସର ବିଦ୍ୟୁତ୍ ଗ୍ୟାରେଣ୍ଟି: ସରକାର ହେଲେ ମାଗଣା ମିଳିବ ୨ଶହ ୟୁନିଟ
କଂଗ୍ରେସର ବିଦ୍ୟୁତ୍ ଗ୍ୟାରେଣ୍ଟି: ସରକାର ହେଲେ ମାଗଣା ମିଳିବ ୨ଶହ ୟୁନିଟ

By ETV Bharat Odisha Team

Published : Apr 4, 2024, 8:23 AM IST

କଂଗ୍ରେସର ବିଦ୍ୟୁତ୍ ଗ୍ୟାରେଣ୍ଟି: ସରକାର ହେଲେ ମାଗଣା ମିଳିବ ୨ଶହ ୟୁନିଟ

ଭୁବନେଶ୍ବର:ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଦଳ ଗୁଡ଼ିକର ଗ୍ୟାରେଣ୍ଟି କାର୍ଡରେ ପ୍ରତିଶୃତି ବଢୁଛି । ଏହାରି ଭିତରେ ଗତକାଲି କଂଗ୍ରେସର ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଏବଂ କେନ୍ଦ୍ରର ଗ୍ୟାରେଣ୍ଟି ଉପରେ ବର୍ଷିବା ସହ କଂଗ୍ରେସ ଗ୍ୟାରେଣ୍ଟି ଉପରେ କହିଛନ୍ତି । କଂଗ୍ରେସର ଇସ୍ତାହାରରେ ଓଡିଶାବାସୀଙ୍କ ପାଇଁ ବିଦ୍ୟୁତ୍ ସହାୟତା କରିବା ନେଇ ସଂକଳ୍ପ ପତ୍ର ଜାରି କରିଛି ଓପିସିସି । ଦଳ ୨ ଶହ ୟୁନିଟ ଛାଡ଼ର ଗ୍ୟାରେଣ୍ଟି ଦେଇଛି । ଚାଷୀ ଲିଫ୍ଟ ଇରିଗେସନ ବସାଇଥିଲେ ୫୦ ପ୍ରତିଶତ ଛାଡ ପାଇବ ବୋଲି ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି କଂଗ୍ରେସ ।

ପଞ୍ଚାନନ କାନୁନଗୋ କହିଛନ୍ତି, ‘‘କେନ୍ଦ୍ରରେ ୧୦ ବର୍ଷ ଧରି ଶାସନ କରୁଥିବା ମୋଦି ସରକାର ଓ ରାଜ୍ୟରେ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଭଣ୍ଡାଇବାରେ ଲାଗିଛନ୍ତି । ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ମୋଦି ଓ ନବୀନ ଦେଉଥ‌ିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପାଲଟିଛି । ମୋଦିଙ୍କ ଗ୍ୟାରେଣ୍ଟି ହେଉଛି କମିଶନ ଗ୍ୟାରେଣ୍ଟି, ଯେଉଁଥରେ ନିର୍ଦ୍ଦିଷ୍ଟ କମ୍ପାନୀ ବା ସଂସ୍ଥାକୁ ଫାଇଦା ମିଳେ ତା ପ୍ରତିବଦଳରେ ସେମାନେ କମିଶନ ଦିଅନ୍ତି ।’’

ଅପରପକ୍ଷେ ନବୀନଙ୍କ ଗ୍ୟାରେଣ୍ଟି ପିସି ଗ୍ୟାରେଣ୍ଟି, ବିନା ପିସିରେ କୌଣସି କାର୍ଯ୍ୟ ହୁଏ ନାହିଁ । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଦେଇଥ‌ିବା ଗ୍ୟାରେଣ୍ଟି ସାଢ଼େ ଚାରିକୋଟି ରାଜ୍ୟବାସୀଙ୍କ ପାଇଁ ଯେଉଁଥରେ ସମସ୍ତ ବର୍ଗଙ୍କ ପାଇଁ ବ୍ୟବସ୍ଥା ରହିଛି । ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇ କଂଗ୍ରେସ ସରକାରକୁ ଫେରିଲେ ପ୍ରତ୍ୟେକ ବିଜୁଳି ଉପଭୋକ୍ତା ୨୦୦ ୟୁନିଟ ମାଗଣା ବିଜୁଳି ପାଇବେ । ଏଥ‌ିରେ କୌଣସି ବର୍ଗ ପ୍ରତି ପାତର ଅନ୍ତର ନାହିଁ କିନ୍ତୁ ମୋଦି ଓ ନବୀନ ଜନସାଧାରଣଙ୍କ ପ୍ରତି ପାତର ଅନ୍ତର ନୀତି ଆପଣାନ୍ତି ।

ସେହିପରି ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ବର୍ଗ କିପରି ଭାବେ ନ୍ୟାୟ ପାଇବେ ଏହା ହିଁ କଂଗ୍ରେସର ଗ୍ୟାରେଣ୍ଟି । କୃଷିଜାତ ଶିଳ୍ପ ବା କୃଷି ସମ୍ପର୍କିତ ବ୍ୟବସ୍ଥା ଯଥା ଶୀତଳ ଭଣ୍ଡାର, କୋଲଡ ଚେନ ପାଇଁ ୫୦ ପ୍ରତିଶତ ରିହାତିରେ ସୋଲାର ବିଦ୍ୟୁତ ବ୍ୟବସ୍ଥା ଓ ୨ ହଜାର ୟୁନିଟ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ । ମିଶନ ଶକ୍ତି ଦ୍ଵାରା ପ୍ରତିଷ୍ଠିତ ସମସ୍ତ ଅଣୁଶିଳ୍ପ, ହସ୍ତତନ୍ତ୍ର ତଥା ପାୱାରଲୁନ ଶିଳ୍ପକୁ ୫୦% ରିହାତିରେ ବିଦ୍ୟୁତ ଯୋଗାଣ ହେବ । କୃଷିକାର୍ଯ୍ୟ ପାଇଁ ନିୟୋଜିତ ପ୍ରତି ସୂର୍ଯ୍ୟ ରଶ୍ମିଚାଳିତ ପମ୍ପ ପାଇଁ ଚାଷୀଙ୍କୁ ୯୦% ରିହାତି ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details