ଜଗତସିଂହପୁର:ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମନ୍ଦିରକୁ ଯିବାକୁ ବାରଣ କରାଯିବାକୁ ନେଇ ଓଡ଼ିଶାରେ ପ୍ରତିବାଦ । ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାର୍ଟି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୋମବାର ସନ୍ଧ୍ୟାରେ ବିକ୍ଷୋଭ କରାଯିବା ସହିତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କୁଶ ପୁତ୍ତଳିକା ଦାହ କରିଛି ଜିଲ୍ଲା କଂଗ୍ରେସ ।
ସୋମବାର ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଘଟିଥିବା ଘଟଣାର ପ୍ରତିବାଦ କରିଥିଲେ । ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ଯେ, ବର୍ତ୍ତମାନ କଂଗ୍ରେସର ନେତା ରାହୁଲ ଗାନ୍ଧୀ ଆସାମ ଗସ୍ତରେ ଯିବା ସହିତ ସେଠାରେ ଭାରତ ଯୋଡ ନ୍ୟାୟ ଯାତ୍ରା ଚଳାଇଛନ୍ତି । ଯାହାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଗାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ହେମନ୍ତ ପୋଲିସ ଓ ପ୍ରଶାସନକୁ ଲଗାଇ ନ୍ୟାୟ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ପ୍ରୟାସ କରୁଛନ୍ତି । କିନ୍ତୁ ସେଥିରେ ଭୟଭୀତ ନହୋଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡ ନ୍ୟାୟ ଯାତ୍ରା ଜାରି ରଖିଛନ୍ତି । ବିଜେପିର କିଛି କର୍ମୀ ରାହୁଲ ଗାନ୍ଧୀଙ୍କ ଗାଡି ସମ୍ମୁଖରେ ଯେଉଁଭଳି ଉତ୍ପାତ ମଚେଇଲେ ତାହା ଗଣତନ୍ତ୍ର ପ୍ରତି ଶୁଭ ସୂଚନା ନୁହେଁ ।
ଏହା ମଧ୍ୟ ପଢ଼ନ୍ତୁ...‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ନହେବାକୁ ଲୋକଙ୍କୁ ଧମକ ଦେଉଛି ଆସାମ ସରକାର: ରାହୁଲ