କଟକ:କଟକ ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି ପ୍ରସ୍ତୁତି । ମତଦାନ ପକ୍ରିୟାକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୋଲିସ କରିଛି ସ୍ୱତନ୍ତ୍ର ଯୋଜନା। ଆଜି ପୋଲିସ କମିଶନର ଏନେଇ ସୂଚନା ଦେଇଛନ୍ତି । ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଚଢ଼ାଉ ଅଭିଯାନ ମାଧ୍ୟମରେ ଅପରାଧୀଙ୍କୁ କାବୁ କରିବା ସହିତ ଗୁଳି, ବନ୍ଧୁକ, ନିଶା ସାମଗ୍ରୀ ଜବତ ଉପରେ ପୋଲିସ ପ୍ରାଥମିକତା ଦେଉଛି। କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ସହିତ କମିଶନରେଟ ପୋଲିସର ସମସ୍ତ ଅଧିକାରୀଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ନିର୍ବାଚନ ପକ୍ରିୟାକୁ ସଫଳ କରାଯିବ ।"
ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଯୋଜନା କରୁଥିବା ଅପରାଧୀଙ୍କୁ ସାବାଡ଼ କରିବା ସହିତ ତଡିପାର କରିବାକୁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ। ଆଜି ପୋଲିସ କମିଶନର 7ଟି ବିଧାନସଭା କ୍ଷେତ୍ରରେ ଶୃଙ୍ଖଳିତ ନିର୍ବାଚନ ନେଇ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ଅପରାଧୀ ଓ ଅପରାଧ ଦମନ ପାଇଁ ଚଢ଼ାଉ ଅଭିଯାନକୁ ପ୍ରାଥମିକତା ଦେଇଛି ପୋଲିସ। ବିଗତ 3ମାସ ମଧ୍ୟରେ କଟକରୁ 2 ଲକ୍ଷ ଟଙ୍କା, 30ଲକ୍ଷ ଟଙ୍କାର ଦେଶୀ ବିଦେଶୀ ମଦ, 178 କିଲୋ ଗଞ୍ଜେଇ , 566 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏଥିସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୂର୍ବରୁ ଜଟଣୀରେ ଧରପଗଡ, ଜବତ ହେଲା ବିପୁଳ ବେଆଇନ ବିସ୍ଫୋରକ ସାମଗ୍ରୀ - Explosive Material Seized
କଟକରେ ଆଲର୍ଟ କମିଶନରେଟ ପୋଲିସ, ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବାକୁ ପ୍ରସ୍ତୁତି ଜୋରଦାର - police tightens security in cuttack - POLICE TIGHTENS SECURITY IN CUTTACK
commissionerate police tightens security: କଟକରେ ଆଲର୍ଟ କମିଶନରେଟ ପୋଲିସ । ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ପାଇଁ ବସିଛି ପ୍ରସ୍ତୁତି ବୈଠକ। ଅଧିକ ପଢନ୍ତୁ
Published : Mar 29, 2024, 10:14 PM IST
କଟକ ଲୋକସଭା ସଂସଦୀୟ କ୍ଷେତ୍ରରେ ଆସୁଥିବା 7ଟି ଯାକ ନିର୍ବାଚନ ମଣ୍ଡଳୀରେ ମତଦାନ ପକ୍ରିୟାକୁ ଶୃଙ୍ଖଳିତ କରିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧ ସମରିକ ଦଳ ସହିତ କମିଶନରେଟ ପୋଲିସର ସମସ୍ତ ଅଧିକାରୀ ଅଲର୍ଟ ରହିବେ। ସମୁଦାୟ 722 ଟି ବୁଥରୁ ସମ୍ବେଦନଶୀଳ 125ଟି ବୁଥ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପେଶାଗତ ଅପରାଧୀମାନଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇ ସେମାନଙ୍କୁ ତଡିପାର କରାଯିବ ବୋଲି କମିଶନର ସ୍ପଷ୍ଟ କରିଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ଡିସିପି କେ ବିଶାଲ ସିଂଙ୍କ ସମେତ 4 ଅତିରିକ୍ତ ଡିସିପି, ସମସ୍ତ ଜୋନର ଏସିପି ଓ ଥାନା ଅଧିକାରୀ ଉପସ୍ଥିତ ଥିଲେ । ଜୋନ ୱାରୀ ଏସିପିମାନେ ତାଙ୍କ ଅଞ୍ଚଳର ସାମଗ୍ରୀକ ସ୍ଥିତି ନେଇ କମିଶନରେଟ ପୋଲିସକୁ ଅବଗତ କରାଇଛନ୍ତି। ଯାହାକୁ ଆଧାର କରି ନିର୍ବାଚନୀ ସୁରକ୍ଷା ପରିଚାଳନାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ପୋଲିସ କମିଶନର କହିଛନ୍ତି।
ଇଟିଭି ଭାରତ, କଟକ