ଓଡିଶା

odisha

ETV Bharat / state

ଏଥର ପୂଜାରେ ମାନ୍ଦା ହେବ କି ବେପାର ? ପୋଲିସର ଚରମବାଣୀ, ପାର୍କିଂ ସମସ୍ୟା ଥିଲେ ସପିଂ ମଲ ବନ୍ଦ - Parking Problem In Bhubaneswar - PARKING PROBLEM IN BHUBANESWAR

Parking Problem In Bhubaneswar: ଏଣେତେଣେ ପାର୍କିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ। ନଚେତ ପୋଲିସ ଉଠାଇନେବ ଆପଣଙ୍କ ଗାଡ଼ି । ପାର୍ବଣରେ ପାର୍କିଂ ସମସ୍ୟା ଏଡାଇବାକୁ ଏବେ ସପିଂ ମଲକୁ ମଧ୍ୟ ତାଗିଦ କରାଯାଇଛି । ପଢନ୍ତୁ ପୂରା ଖବର

Parking Problem
Parking Problem (ETV Bharat Odisha)

By ETV Bharat Odisha Team

Published : Aug 22, 2024, 10:18 PM IST

ଭୁବନେଶ୍ବର:ଏଥର ପୂଜାରେ ସପିଂ ମଲ ମାଲିକଙ୍କ ପାଇଁ ବଢିବ ଅଡୁଆ । କାରଣ କଣ୍ଟା ସାଜିପାରେ ପାର୍କିଂ ସମସ୍ୟା । ଏଥର ପୂଜା ପୂର୍ବରୁ ପାର୍କିଂ ସମସ୍ୟା ଥିଲେ ସେସବୁ ମଲ ଗୁଡିକୁ ବନ୍ଦ କରିବା ପାଇଁ ଚାଲିଛି ଯୋଜନା । ଏନେଇ ବିଏମସିକୁ ଚିଠି ଲେଖିଛି କମିଶନରେଟ ପୋଲିସ । ଯାହାଦ୍ବାରା ଅଡୁଆରେ ପଡିପାରନ୍ତି ଅନେକ ସପିଂ ମଲ ଓ ସହ ବଡ଼ ବଡ଼ ଦୋକାନି ଓ କର୍ମିସିଆଲ କମ୍ପ୍ଲେକ୍ସ କର୍ତ୍ତୃପକ୍ଷ ।

Parking Problem (ETV Bharat Odisha)



'ପାର୍କିଂ ସୁବିଧା ନକଲେ ପଡ଼ିବ ତାଲା'
ଲୋକଙ୍କୁ ନିଜସ୍ବ ପାର୍କି ନଦେଲେ ସପିଂ ମଲରେ ପଡିବ ତାଲା । ପୂଜା ବେଳେ ଦେଖାଦେଉଥିବା ପାର୍କିଂ ସମସ୍ୟାକୁ ଗୁରୁତର ସହ ନେଇଛି ପୋଲିସ । ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବାବେଳେ ଆଗକୁ ରହିଛି ଗଣେଶ ପୂଜା । ଏହା ପରେ ପରେ ଦଶହରା । ତେବେ ଏଥର ଯେପରି ସେଭଳି ସମସ୍ୟା ନହୁଏ, ସେଥିପାଇଁ ପୂଜା ପୂର୍ବରୁ ପାର୍କିଂ ସମସ୍ୟା ହେଉଥିବା ଜାଗାର ଚାଲିଛି ଚିହ୍ନଟ ପ୍ରକ୍ରିୟା । ପ୍ରାଥମିକ ପର୍ଯ୍ୟାୟରେ କିଛି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଓ ସଂପି ମଲ ଓ କିଛି ବଡବଡ ଦୋକାନ ପରିସର ଯାଞ୍ଚ ହୋଇଛି ।

Parking Problem (ETV Bharat Odisha)

BMC ସହ ଆଲୋଚନା ପରେ ଆକ୍ସନ:
ଭୁବନେଶ୍ୱର ଡିସିପି କହିଛନ୍ତି, "ସେମାନଙ୍କୁ ବାରମ୍ବାର କହିବା ସତ୍ତ୍ବେ ସେମାନେ ଧ୍ଯାନ ଦେଉନାହାନ୍ତି । ଯେତେ ବି ଏମିତି ଦୋକାନ ମାଲିକ ଅଛନ୍ତି ସେମାନଙ୍କୁ ବାରମ୍ବାର ଟ୍ରାଫିକ ପୋଲିସ ଦ୍ବାରା କୁହାଯାଉଛି । ସେମାନଙ୍କ ଦୋକାନ ସମ୍ନାରେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା କଥା । ସର୍ବସାଧାରଣ ରାସ୍ତାରେ ଏତେ ଟ୍ରାଫିକ ସମସ୍ୟା ହେବ ନାହିଁ । ଯେଉଁଠି ବି ଦୋକାନ ସାମନାରେ ପାର୍କିଂକୁ ନେଇ ଟ୍ରାଫିକ ସମସ୍ୟା ହେବ ସେହି ସବୁ ସ୍ଥାନରେ ଓଡ଼ିଶା ଅର୍ବାନ ପୋଲିସ ଆକ୍ଟରେ ଆମେ ଆକ୍ସନ କରିପାରିବୁ । ଆଉ ବିଏମସିକୁ ମଧ୍ୟ ଏ ବିଷୟରେ ଜଣାଇଛୁ । ବିଏମସି ସହ ଆଲୋଚନା କରି ଆକ୍ସନ ନେବୁ।"

ଏହା ବି ପଢନ୍ତୁ...ଏବର୍ଷ ପୂଜା ଚାନ୍ଦା ମାଗିବା ବାହାନା ଚଳିବନି, ଦାଦାବଟି ନେଇ ପୋଲିସର ଆଗୁଆ ସତର୍କବଣୀ - Zero Tolerance Towards Extortion

'ସୋସିଆଲ ମିଡିଆ ଅଭିଯୋଗକୁ ଧ୍ୟାନ ଦିଆଯାଉଛି'"ବିଶେଷ କରି ବଡ଼ ବଡ଼ ମଲରେ ଛୁଟିଦିନ ଓ ପର୍ବପର୍ବାଣିରେ ବହୁ ଗ୍ରାହକ ଆସୁଛନ୍ତି । ଗାଡି ପାର୍କିଂ ସମସ୍ୟା କାରଣରୁ ସେହି ସବୁ ସ୍ଥାନରେ ଟ୍ରାଫିକ ସ୍ଲୋ ହୋଇଯାଏ । ମଲ କର୍ତ୍ତୃପକ୍ଷଙ୍କୁ ଆମ ତରଫରୁ କୁହାଯାଇଛି । ଯେତେ ପାର୍କିଂ ସୁବିଧା‌ ଅଛି, ସେତିକି ଗାଡ଼ିକୁ ଅନୁମତି ଦେବେ । ଅନ୍ୟ ସବୁ ଗାଡ଼ିକୁ ପାର୍କିଂ ପାଇଁ ଅନୁମତି ଦେବେ ନହିଁ । ଆହୁରି ବାକି କେତୋଟି ସ୍ଥାନରେ ଦୋକାନ ଅଛି । ରାସ୍ତାର ଅଣଓସାରିଆ ରହିଛି, ଯେଉଁଠି ରାସ୍ତା ପାଖରେ ଗାଡି ପାର୍କିଂ ଯୋଗୁଁ ଅନେକ ଟ୍ରାଫିକ ସମସ୍ୟା ହେଉଛି । ଟ୍ରାଫିକ ପୋଲିସ ଏସିପି ଓ ଆଇଆଇସି ମଧ୍ୟ ନିଜେ ସ୍ପଟକୁ ଯାଉଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ଅଭିଯୋଗକୁ ବିଶେଷ ଧ୍ୟାନ ଦିଆଯାଉଛି" ବୋଲି କହିଛନ୍ତି ଡିସିପି । ଏହାସହ ସୋସିଆଲ ମିଡିଆରେ ଏସବୁ ସମସ୍ୟା ବିଷୟରେ ପୋଲିସକୁ ଅବଗତ କରାଇବାକୁ ଅପିଲ କରିଛନ୍ତି ଡିସିପି।

କାହିଁକି ଉପୁଜୁଛି ଟ୍ରାଫିକ ସମସ୍ୟା?
କିଛି ମଲ ନିଜର ପାର୍କିଂ ଥାଇ ମଧ୍ୟ ଏହାକୁ ବ୍ୟବହାର ଉପଯୋଗ କରୁନାହାନ୍ତି । ନିଜ ନିଜ ପାର୍କିରେ ନିଜର ବ୍ୟବସାୟିକ କାରବାର କରୁଛନ୍ତି ନଚେତ ନିଜର ଷ୍ଟାଫ୍ ପାର୍କିଂ କରୁଛନ୍ତି । ଏପରିକି କେଉଁଠି କେଉଠି ପାର୍କିଂକୁ ଅନ୍ୟ ବ୍ୟବସାୟିକ କାରବାର ପାଇଁ ମଧ୍ୟ ଭଡ଼ାରେ ଲଗାଇଛନ୍ତି । ଅନେକ ମଲରେ ଏଭଳି ସମସ୍ୟା ପାଇଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଟ୍ରାଫିକ ପରିଚାଳନାରେ ମଧ୍ୟ ବାଧା ସୃଷ୍ଟି କରୁଛି ।

ଏଣେ ତେଣେ ପାର୍କିଂ କରୁଥିଲେ ସାବଧାନ!
ଯିଏକି ବେଆଇନ ଭାବେ ଟ୍ରାଫିକ ସମସ୍ୟା ଉପୁଜାଇଲା ଭଳି ପାର୍କିଂ କରିବ ତା' ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଥିପାଇଁ ବୁଲୁଥିବା ସ୍ଵତନ୍ତ୍ର ଗାଡି ବୁଲୁଥାଏ ବେଆଇନ ପାର୍କିଂ ହୋଇଥିବା ଚାରି ଚକିଆ ଗାଡ଼ି କିମ୍ବା ବାଇକକୁ ଟେକି ନେବ । ଫଳରେ ଗାଡି ଫେରିପାଇବା ମୁସ୍କିଲ ହୋଇପଡ଼ିବ ।

ବନ୍ଦ ହୋଇଥିଲା ରସୁଲଗଡ ଛକ ଉପରେ ଥିବା ମଲ:
ଗତ 18 ତାରିଖରେ ରସୁଲଗଡ ଛକରେ ଉଭୟ ପଟରେ ପାର୍କିଂ ସମସ୍ୟା ଯୋଗୁ ବାରମ୍ବାର ତାଗିଦ କରିଥିଲା ପୋଲିସ । ଏପରିକି ମଲର ପାର୍କିଂ ଥାଇ ମଧ୍ୟ ସେଠାରେ ପାର୍କିଂ କରୁନଥିଲେ ଗ୍ରାହକ । ସର୍ଭିସ୍ ରୋଡ ପର୍ଯ୍ୟନ୍ତ ଗାଡି ପାର୍କ କରାଯାଉଥିଲା । ଏନେଇ ଟ୍ରାଫିକ ପୋଲିସ ତାଗିଦ କରିଥିବାବେଳେ ସମ୍ପୃକ୍ତ ମଲର ମ୍ୟାନେଜର ପୋଲିସକୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ତେବେ ବାଧ୍ୟ ହୋଇ ପୋଲିସ ଆକ୍ସନ ସହ ସେହି ସପିଂ ମଲକୁ ବନ୍ଦ୍ କରିଥିଲା। ଏହାସହ ମ୍ୟାନେଜରକୁ ମଞ୍ଚେଶ୍ୱର ଥାନାରେ ଅଟକ ରଖାଯାଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details