ଓଡିଶା

odisha

ETV Bharat / state

ଗାଡିରୁ ତେଲ ସରିଯିବାରୁ ସାଙ୍ଗକୁ ହତ୍ୟା, ଚନ୍ଦକା ପାଞ୍ଚମାଣିଆ ହତ୍ୟାକାଣ୍ଡ‌ ପର୍ଦ୍ଦାଫାସ - Chandaka Murder Case Solved - CHANDAKA MURDER CASE SOLVED

Chandaka Murder Case Solved: ଚନ୍ଦକା ଜଙ୍ଗଲ ହତ୍ୟାକାଣ୍ଡର ରହସ୍ୟ ଉପରେ ହଟିଛି ପର୍ଦ୍ଦା । ମଦ ନିଶାରେ ଡିପ୍ଲୋମା ଛାତ୍ରଙ୍କୁ ହତ୍ୟା କରିଥିଲେ ୨ ଜଣ ସାଙ୍ଗ । ଅଧିକ ପଢନ୍ତୁ

Chandaka Murder Case Solved
Chandaka Murder Case Solved (ETV Bharat Odisha)

By ETV Bharat Odisha Team

Published : Jun 15, 2024, 6:05 PM IST

ଭୁବନେଶ୍ବର: ଶେଷରେ ପର୍ଦାଫାସ ହୋଇଛି ଚନ୍ଦକା ଜଙ୍ଗଲ ହତ୍ୟାକାଣ୍ଡର ରହସ୍ୟ । ନିଶା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ଅନ୍ୟ ଦୁଇ ଜଣ ସାଙ୍ଗ । ଗାଡିରୁ ତେଲ ସରିବାକୁ ନେଇ ଆରମ୍ଭ ହୋଇଥିଲା ବଚସା । ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରେସ ଜରିଆରେ ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ ଗତ ୧୧ ତାରିଖ ଚନ୍ଦକା ଥାନା ପାଞ୍ଚମାଣିଆ ଜଙ୍ଗଲରେ ମିଳିଥିବା ଡିପ୍ଲୋମା ଛାତ୍ର ସୁଶାନ୍ତ କୁମାର ଟୁଡୁର ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ଭାବେ ତାର‌ ଦୁଇ ଗାଁ ସାଙ୍ଗଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନେ‌ ହେଲେ ବାରଙ୍ଗ ଦାଢପାଟଣା ଗାଁର ରାଜେନ୍ଦ୍ର ହାଁସଦା ଓରଫ ପୁଟୁ ଏବଂ ମୋହନ ମାରାଣ୍ଡି ଓରଫ ଚାମୁଣ୍ଡା ।

Chandaka Murder Case Solved (ETV Bharat Odisha)

ଦୁହିଁକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଏକ ସ୍କୁଟି ଓ ଏକ ଚିରା ପକେଟ୍ ନଥିବା ସାର୍ଟ ସହ ଦୁଇଟି ମୋବାଇଲ ଜବତ କରାଯାଇଛି । ଅତିରିକ୍ତ ଡିସିପି ସୂଚନା ଦେଇ କହିଛନ୍ତି ଯେ ମୃତକ ସୁଶାନ୍ତ ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଡିପ୍ଲୋମା ଛାତ୍ର । ୧୧ ତାରିଖ ଦିନ ତାର ଦୁଇ ଗାଁ ସାଙ୍ଗ ସହ ମିଶି ଚୁଡାଙ୍ଗଗଡକୁ ଦେଶୀ ମଦ ପିଇବାକୁ ନିଜ ସ୍କୁଟି OD05BC4422 ଯୋଗେ ବାହାରିଥିଲେ । ମଦ ପିଇ ଫେରୁଥିଲେ ପାଞ୍ଚମାଣିଆ ଜଙ୍ଗଲ ପାଖରେ ‌ଗାଡିରୁ ତେଲ ସରିଗଲା । ମଦ ପିଇବାକୁ ରାଜେନ୍ଦ୍ର ଓ ମୋହନ ଟଙ୍କା ଦେଇଥିବା ବେଳେ ତେଲ ବାବଦକୁ ଟଙ୍କାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଗାଡିରେ କାହିଁକି ତେଲ ରଖି ନାହୁଁ ବୋଲି ସୁଶାନ୍ତକୁ ପଚାରିଥିଲେ ଦୁଇ ସାଙ୍ଗ ରାଜେନ୍ଦ୍ର ଓ ମୋହନ ।

ଏହା ମଧ୍ୟ ପଢନ୍ତୁ...ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ ହତ୍ୟା, ଅଭିଯୁକ୍ତ ପ୍ରେମିକ ଗିରଫ

ଏହାକୁ ନେଇ ପାଟିତୁଣ୍ଡ ହେବାରୁ ସୁଶାନ୍ତକୁ ଏକ ଗାମୁଛାରେ ତା ବେକକୁ ଚିପି ତାକୁ ହତ୍ୟା କରିଥିଲେ ଦୁଇ ସାଙ୍ଗ । ହତ୍ୟା ପରେ ଭୟରେ ତାର ମୃତଦେହକୁ ପାଞ୍ଚମାଣିଆ ଜଙ୍ଗଲ ଭିତରେ ଫୋପାଡି ସେଠାରେ ପତ୍ର ଦ୍ବାରା ଘୋଡାଇ ଦେଇଥିଲେ । ହତ୍ୟା ସମୟରେ ଛଟପଟ ହୋଇ ସୁଶାନ୍ତ ରାଜେନ୍ଦ୍ର ସାର୍ଟର ପକେଟକୁ ଚିରି ଦେଇଥିବା ବେଳେ ସେହି ଠାରେ ଚିରା ପକେଟ୍ ପଡ଼ିଥିଲା । ସେଠାରୁ ଗାଡ଼ିକୁ ଆଣି ପାଖରେ ଏକ ଚିହ୍ନା ପରିଚୟ ଲୋକ ଘରେ ଗାଡିକୁ ଦେଇ ରଖି ଦେଇ ଆସିଥିଲେ‌‌ ଦୁଇ ସାଙ୍ଗ । ପରେ ପୋଲିସ ତଦନ୍ତ ବେଳେ ଡିପ୍ଲୋମା ଛାତ୍ର ମୃତ୍ୟୁ ନେଇ ତନାଘନା ବେଳେ ଏହା ହତ୍ୟା ବୋଲି ଜାଣିବା ପରେ ଏ ନେଇ ତନାଘନା କରିଥିଲା । ହତ୍ୟା ପୂର୍ବରୁ ତାର ଦୁଇ ସାଙ୍ଗ ସହ ସେ ବୁଲାବୁଲି କରିଥିବାରୁ ଏନେଇ ପୋଲିସ ସେମାନଙ୍କୁ ପଚରା ଉଚରା ବେଳେ ପାରିପାର୍ଶ୍ବିକ ପ୍ରମାଣରୁ ଏଭଳି ହତ୍ୟା କରଯାଇଥିବା ଜାଣି ପାରି ଦୁହିଁକୁ ଗିରଫ କରିଥିଲେ । ଏନେଇ ପୋଲିସ ଗିରଫ ଅଭିଯୁକ୍ତ ଠାରୁ ସମସ୍ତ ପ୍ରମାଣ ଜବତ ପରେ ଏନେଇ କୋର୍ଟ ଚାଲାଣ କରାଯାଇଛି । ଦୁଇ ସାଙ୍ଗ ମଧ୍ୟରୁ ଜଣେ ଡ୍ରାଇଭର ଥିବା ବେଳେ ଆଉ ଜଣେ ଗାଁରେ ରହି କିଛି ଛୋଟ ମୋଟ କାମ କରୁଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details