ଓଡିଶା

odisha

ETV Bharat / state

କେନ୍ଦୁଝରରେ ମକର ପାଳିବେ ମୁଖ୍ୟମନ୍ତ୍ରୀ; ଆଜିଠାରୁ ୩ ଦିନିଆ ଜିଲ୍ଲା ଗସ୍ତ କରିବେ - CM KENDUJHAR VISIT

ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଗସ୍ତ କରି ମକର ବୁଡ ପକାଇବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ
ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ (ETV Bharat Odisha)

By ETV Bharat Odisha Team

Published : Jan 14, 2025, 8:29 AM IST

କେନ୍ଦୁଝର:ଆଜି (ମଙ୍ଗଳବାର) ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମକର ସଂକ୍ରାନ୍ତି ଅବସରେ ନିଜ ଜିଲ୍ଲାରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀ । ବୈତରଣୀ ନଦୀରେ ମକର ବୁଡ ପକାଇବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି କେନ୍ଦୁଝରବାସୀ । କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବା ନେଇ ସିଏମଓ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ମକର ବୁଡ ପକାଇବେ ମୁଖ୍ୟମନ୍ତ୍ରୀ:

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶିତ ସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମାଝୀ ଆଜି (ମଙ୍ଗଳବାର) ସକାଳ ୮ ଟା ୫୫ରେ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ । ୯ଟା ୪୦ରେ ରାଇସୁଆଁ ସ୍ଥିତ ଏୟାରଷ୍ଟ୍ରିପ୍‌‌ରେ ଅବତରଣ କରିବା ପରେ ସେଠାରୁ ସିଧା ପାଟଣା ଗସ୍ତରେ ଯିବେ । ୧୦ଟା ୪୦ରେ ପୂଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ ପକାଇବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ୧୧ଟା ୩୦ରେ ପାଟଣାସ୍ଥିତ ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ବାସଭବନରେ ପହଞ୍ଚିବେ ।

  • ସକାଳ ୮ ଟା ୫୫ ରେ କେନ୍ଦୁଝର ଅଭିୁମଖେ ବାହାରିବେ ମୁଖ୍ୟମନ୍ତ୍ରୀ
  • ୯ଟା ୪୦ ରେ ରାଇସୁଆଁରେ ପହଞ୍ଚିବେ
  • ୧୦ଟା ୪୦ରେ ବୈତରଣୀ ନଦୀରେ ମକର ବୁଡ ପକାଇବେ ମୁଖ୍ୟମନ୍ତ୍ରୀ

ଝୁମ୍ପୁରାରେ ସେତୁ ଉଦଘାଟନ କାର୍ଯ୍ୟକ୍ରମ :

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ (ETV Bharat Odisha)

ସେଠାରୁ ମଧ୍ୟାହ୍ନ ୧୨ଟା ୦୫ ରେ କେନ୍ଦୁଝର ଅଭିମୁଖେ ବାହାରି ଅପରାହ୍ନ ୧ଟାରେ କେନ୍ଦୁଝର ସର୍କିଟ ହାଉସ୍‌‌ଠାରେ ପହଞ୍ଚି ମଧ୍ୟାହ୍ନଭୋଜନ କରିବା ପରେ ବିଶ୍ରାମ ନେବେ । ଏହାପରେ ଅପରାହ୍ନ ୪ଟାରେ ଝୁମ୍ପୁରାରେ ପହଞ୍ଚି ସେତୁ ଉଦ୍‌‌ଘାଟନ କରିବେ । ଅପରାହ୍ନ ୪ଟା ୨୫ରେ ନିଜ ଗ୍ରାମ ରାଇକଳାକୁ ଯାଇ ସନ୍ଧ୍ୟା ୬ଟାରେ ସର୍କିଟ ହାଉସ୍‌‌କୁ ଫେରି ରାତ୍ରିଯାପନ କରିବେ ।

  • ଅପରାହ୍ନ ୧ଟାରେ କେନ୍ଦୁଝର ସର୍କିଟ ହାଉସ୍‌‌ଠାରେ ମଧ୍ୟାହ୍ନଭୋଜନ କରିବେ ମୁଖ୍ୟମନ୍ତ୍ରୀ
  • ଅପରାହ୍ନ ୪ଟାରେ ଝୁମ୍ପୁରାରେ ସେତୁ ଉଦ୍‌‌ଘାଟନ କରିବେ
  • ୪ଟା ୨୫ରେ ରାଇକଳାକୁ ଗସ୍ତ କରିବେ ସିଏମ

ଆସନ୍ତାକାଲି (ବୁଧବାର)ର କାର୍ଯ୍ୟକ୍ରମ:

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ (ETV Bharat Odisha)
  • ବୁଧବାର ଦିନ ସକାଳ ୧୧ ଟାରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ବର୍ଦ୍ଧିତ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
  • ଅପରାହ୍ନ ୪ଟା ୧୫ମି.ରେ ସଡକପଥରେ ବଡବିଲ ଅଭିମୁଖେ ଯାତ୍ରା କରି ସନ୍ଧ୍ୟା ୫ଟା ୨୦ରେ ବଡବିଲ ସ୍ଥିତ ଓଏମଡିସି ଅତିଥି ଭବନରେ ପହଞ୍ଚିବେ ।
  • ସନ୍ଧ୍ୟା ୫ଟା ୪୦ରେ ବଡବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବନିର୍ମିତ ଶାରଳା ମଣ୍ଡପ (ପ୍ରାର୍ଥନା ଗୃହ)କୁ ଉଦ୍‌‌ଘାଟନ କରିବେ ।
  • ସନ୍ଧ୍ୟା ୬ଟା ୦୫ ରେ ବଡବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‌‌ବୋଧନ କରିବେ ।
  • ରାତି ୯ଟାରେ ବଡବିଲରୁ ଫେରି ୧୧ଟା ୧୦ରେ କେନ୍ଦୁଝରରେ ପହଞ୍ଚି ସର୍କିଟ ହାଉସରେ ରାତ୍ରିଯାପନ କରିବେ ।

ଏହା ମଧ୍ୟ ପଢନ୍ତୁ...OMFEDକୁ ବିପଣନ ସହାୟତା ଓ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ରାଷ୍ଟ୍ରପତି - COW INDUCTION

ଏହା ମଧ୍ୟ ପଢନ୍ତୁ...ବନ୍ଦୀ ସଂଗ୍ରାମୀ ପାଇବେ ପେନସନ ଓ ମେଡ଼ିକାଲ ଖର୍ଚ୍ଚ, ଏମିତି କରନ୍ତୁ ଆବେଦନ - PENSION FOR EMERGENCY DETAINEES

ଏହା ମଧ୍ୟ ପଢନ୍ତୁ...ଉତ୍ସବ ମୁଖର ରେଶମ ସହର, ଧୁମଧାମରେ ‘ଭୋଗୀ’ ପାଳିଲେ ଓଡ଼ିଆ-ତେଲୁଗୁ ସମ୍ପ୍ରଦାୟ - BHOGI 2025

ଗୁରୁବାର ଦିନ ଭୁବନେଶ୍ବର ଫେରିବେ:

ଏହାପରେ ଗୁରୁବାର ଦିନ ସକାଳ ୯ ଟାରେ କେନ୍ଦୁଝରରୁ ବାହାରି ୯ଟା ୪୦ରେ ଝୁମ୍ପୁରା ବ୍ଲକ ବାଲିବନ୍ଧ ସ୍ଥିତ ବିଜେପି ନେତା ମହେନ୍ଦ୍ର ପଟ୍ଟନାୟକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ୧୦ଟା ୪୫ ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details