ଓଡିଶା

odisha

ନାଲି ଚା' ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ତାଜା ହେଲା 10 ବର୍ଷର ସ୍ମୃତି - CM Enjoys Black Tea

By ETV Bharat Odisha Team

Published : 5 hours ago

CM Enjoys Black Tea: ନିଜ ଜିଲ୍ଲା କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମର୍ଣ୍ଣିଂ ୱାକ୍ କଲେ, ପୁରୁଣା ସାଥୀଙ୍କ ସହ ଚା' ପେ ଚର୍ଚ୍ଚା କଲେ, ନାଲି ଚା' ପିଇଲେ । ୧୦ ବର୍ଷ ହେଲା ବିଦେଶୀ ବାବୁଙ୍କ ଦେଶୀ ଦୋକାନରୁ ନାଲି ଚା' ପିଇ ଆସୁଛନ୍ତି ମୋହନ ମାଝୀ ।

CM MOHAN MAJHI FAVORITE TEA
CM MOHAN MAJHI FAVORITE TEA (ETV BHARAT ODISHA)

କେନ୍ଦୁଝର: ଏବେଚର୍ଚ୍ଚାରେ ବିଦେଶୀ ବାବୁଙ୍କ ଦେଶୀ ଚା' ଦୋକାନ । କେନ୍ଦୁଝର ଷ୍ଟାଡିୟମ ନିକଟରେ ରହିଥିବା ଏହି ଚା' ଦୋକାନ ଏବେ ନୂଆ ରୂପରେ । ଆଉ ଚା' ଦୋକାନ ନବକଳେବର ହେବାର କାରଣ ବି ଭିନ୍ନ । କାରଣ ଏହି ଦୋକାନରେ ଚା ପିଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦିଷ୍ଟ ଦୋକାନରେ କାହିଁକି ଚା' ପିଇଲେ ? ଚା ଦୋକାନୀ ସହ ମୁଖ୍ୟମନ୍ତ୍ରୀଙ୍କର ରହିଛି କି କୌଣସି ସଂପର୍କ ? ଆସନ୍ତୁ ଜାଣିବା,

ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଚା' ଦୋକାନୀ:

କେନ୍ଦୁଝର ସହରର କାଳିପଡିଆ ଛକରେ ରହିଛି ବିଦେଶୀ ନାୟକଙ୍କ ଚା' ଦୋକାନ । ଏହାର ନାମ ହେଉଛି ବିଦେଶୀ ବାବୁଙ୍କ ଦେଶୀ ଚା' ଦୋକାନ । ବ୍ୟାନରରେ ଏପରି ନାମକରଣ ଦେଖି ସକାଳ ହେବା ମାତ୍ରେ ଚା' ପାଇଁ ବିଦେଶୀଙ୍କ ଦୋକାନରେ ଭିଡ ଜମୁଛି । ଗତ 10 ବର୍ଷ ହେଲା 2014 ମସିହାଠାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଦୋକାନରେ ଚାଟ ପିଇ ଆସୁଛନ୍ତି । ସକାଳ ହେବା ମାତ୍ରେ ମୋହନଙ୍କ ପ୍ରିୟ ନାଲି ଚା' ଗ୍ଲାସ ତାଙ୍କ ହାତରେ ଧରାଇ ଦେଇଥାନ୍ତି ବିଦେଶୀ ।

CM MOHAN MAJHI FAVORITE TEA (ETV BHARAT ODISHA)

ବିନା ଚିନିରେ ନାଲି ଚା':

ବିଦେଶୀ ନାୟକଙ୍କ ଦୋକାନରେ ମୁଖ୍ୟମନ୍ତ୍ରୀ ଚା' ପିଇବା ପରେ ତାଙ୍କର ଖୁସି କହିଲେ ନସରେ । ସେ ଗଣମାଧ୍ୟମକୁ କହିଛନ୍ତି, '' ମୁଖ୍ୟମନ୍ତ୍ରୀ ଚା' ପିଇ ବହୁତ ଖୁସି ହେଲେ । ମୋତେ କହିଲେ ତମେ ବହୁତ ଭଲ ଦେଶୀ ଚା' ବନାଉଛ । 2014ରୁ ସେ ଏଠାରେ ହିଁ ଚା' ପିଉଛନ୍ତି । ସେ ମୋତେ ବହୁତ ଭଲ ପାଆନ୍ତି । ବିନା ଚିନିରେ ସେ ନାଲି ଚା' ପିଇବାକୁ ପସନ୍ଦ କରନ୍ତି । ପିଇ ସାରିବା ପରେ ଟେଷ୍ଟ ଲାଗିଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ନୂଆ ଦୋକାନ ହୋଇଥବାରୁ ମୁଁ ବହୁତ ଖୁସି । ''

CM MOHAN MAJHI FAVORITE TEA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ପ୍ରାତଃ ଭ୍ରମଣ ପରେ ଚା' ପେ ଚର୍ଚ୍ଚା - CM Mohan In Kendujhar

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜନ୍ମମାଟି ରାଇକଳା ସମେତ ବିଭିନ୍ନ କାର୍ଯ୍ୟକ୍ରମ - CM ON KENDUJHAR VISIT

ଏହା ମଧ୍ୟ ପଢନ୍ତୁ-‘କେନ୍ଦୁଝରରେ ଇସ୍ପାତ କାରଖାନା’ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା - CM Mohan Majhi

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏମିତି ଚା' ପ୍ରସ୍ତୁତ କରନ୍ତି ବିଦେଶୀ:

CM MOHAN MAJHI FAVORITE TEA (ETV BHARAT ODISHA)

ବିଦେଶୀ ତାଙ୍କ ଦୋକାନରେ ଦୁଇ ପ୍ରକାର ଚା ପ୍ରସ୍ତୁତ କରିଥାନ୍ତି । ଗୋଟିଏ କ୍ଷୀର ଚା' ଏବଂ ଅନ୍ୟଟି ନାଲି ଚା' । ସେ ଭିନ୍ନ ଶୈଳୀରେ ପ୍ରସ୍ତୁତ କରିଥିବା ନାଲି ଚା' ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ପ୍ରିୟ । ବିନା କ୍ଷୀର ଓ ବିନା ଚିନିରେ ସେ ପ୍ରସ୍ତୁତ କରନ୍ତି ନାଲି ଚା' । କେବଳ ଚା ପତି, ଲବଙ୍ଗ, ଗୁଜୁରାତି, ତେଜରାତି ପତ୍ର ଓ ଲେମ୍ବୁର ମିଶ୍ରଣରେ ସେ କଡ଼ା ନାଲି ଚା' ତିଆରି କରି ମୋହନ ମାଝୀଙ୍କୁ ଏକ କାଚ ଗ୍ଲାସରେ ଧରାଇ ଦେଇଥାନ୍ତି । ଏହାକୁ ପିଇବା ପରେ ସତେଜ ମନେ କରନ୍ତି ମୁଖ୍ୟମନ୍ତ୍ରୀ ।

CM MOHAN MAJHI FAVORITE TEA (ETV BHARAT ODISHA)

ମୁଖ୍ୟମନ୍ତ୍ରୀଙ୍କ ଚା' ଖଟି :

କେନ୍ଦୁଝର ମଣ୍ଡୁଆ ସାହିରେ ମୋହନ ମାଝୀଙ୍କ ବାସ ଭବନ । ଏହା କେନ୍ଦୁଝର ଷ୍ଟାଡିୟମଠାରୁ ପାଖାପାଖି ୨ କିଲୋମିଟର ଦୂର । ବିଧାୟକ ଥିବା ସମୟରେ ପ୍ରତିଦିନ ମୋହନ ମାଝୀ ସାଥୀମାନଙ୍କ ସହ ଷ୍ଟାଡିଯମକୁ ମର୍ଣ୍ଣିଂ ୱାକ୍ କରିବାକୁ ଆସନ୍ତି । ଷ୍ଟାଡିୟମରେ ପ୍ରାତଃ ଭ୍ରମଣ କରିବା ପରେ ବଦେଶୀଙ୍କ ଝୁମ୍ପୁଡି ଚା' ଦୋକାନରେ ପହଞ୍ଚି ଯାଆନ୍ତି । ଏହାପରେ ସାଙ୍ଗସାଥୀମାନଙ୍କ ସହ ହାତରେ ନାଲି ଚା' ଗ୍ଲାସ ଧରି ବିଭିନ୍ନ ବିଷୟରେ ଚର୍ଚ୍ଚା କରନ୍ତି ।

CM MOHAN MAJHI FAVORITE TEA (ETV BHARAT ODISHA)

ବିଦେଶୀଙ୍କ ଚା' ଭୁଲି ନାହାନ୍ତି ମୋହନ:

ଗତ 40 ବର୍ଷ ହେବ ଏକ ଚାଳିଆ ଘରେ ଚା' ଦୋକାନ କରି ଆସୁଥିଲେ ବିଦେଶୀ । ବିଧାୟକ ଥିବା ସମୟରେ ମୋହନ ମାଝୀ ସେଠାକୁ ଚା ପିଇବାକୁ ଆସି ବିଦେଶୀଙ୍କ ଭଲମନ୍ଦ ପଚାରି ବୁଝୁଥିଲେ । ଏବେ କିନ୍ତୁ ସମୟ ବଦଳିଛି । ମୋହନ ମାଝୀ ବିଧାୟକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ସେ ବିଦେଶୀଙ୍କ ଦେଶୀ ଚା'କୁ ଭୁଲି ନାହାନ୍ତି । ଯେତେବେଳେ ଖବର ଆସିଲା ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଆସି ତାଙ୍କ ଦୋକାନରେ ଚା ପିଇବେ, ଏହାପରେ ଦୋକାନର ରୂପରେଖ ବଦଳି ଗଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦେଶୀଙ୍କ ପାଇଁ ଏକ ନୂଆ ଚା' ଦୋକାନ ତିଆରି କରାଗଲା । ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ଚା' ଦୋକାନରେ ପହଞ୍ଚି ଉଦଘାଟନ କରିବା ସହ ନାଲି ଚା ପିଇ ଖୁସି ବ୍ୟକ୍ତ କରିଥିଲେ । ଏଥିସହ ତାଙ୍କୁ ସମ୍ବର୍ଦ୍ଧିତ କରି ଗିପ୍ଟ ସହ ଉତ୍ତରୀୟ ପ୍ରଦାନ କରିଥିଲେ । ଆବାସ ଯୋଜନାରେ ତାଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

CM MOHAN MAJHI FAVORITE TEA (ETV BHARAT ODISHA)

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details