ଓଡିଶା

odisha

ETV Bharat / state

ଶ୍ରୀରାମଙ୍କ ପୋଷ୍ଟର ଚିରାକୁ ନେଇ ବଲାଙ୍ଗୀରରେ ଉତ୍ତେଜନା - ପୋଷ୍ଟର ଚିରାକୁ ନେଇ ଉତ୍ତେଜନା

Clash erupts between two groups in Balangir: ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଫଟୋଚିତ୍ର ଥିବା ପୋଷ୍ଟର ଚିରାକୁ ନେଇ ବଲାଙ୍ଗୀରରେ ଉତ୍ତେଜନା । ଘଟଣାରେ ପୋଲିସ କିଛି ଦୁର୍ବୃତ୍ତଙ୍କୁ ଗିରଫ କରିଥିବା ସୂଚନା ଦେଲେ ବଲାଙ୍ଗୀର ଏସପି ଋଷିକେଶ ଖିଲାରି । ଅଧିକ ପଢନ୍ତୁ

Clash erupts between two groups in Balangir
Clash erupts between two groups in Balangir

By ETV Bharat Odisha Team

Published : Jan 25, 2024, 10:49 PM IST

ଶ୍ରୀରାମଙ୍କ ପୋଷ୍ଟର ଚିରାକୁ ନେଇ ବଲାଙ୍ଗୀରରେ ଉତ୍ତେଜନା

ବଲାଙ୍ଗୀର:ଜିଲ୍ଲାର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧୁମଭଟା ଗ୍ରାମରେ ପୋଷ୍ଟର ଚିରାକୁ ଉତ୍ତେଜନା । କିଛି ଦୁର୍ବୃତ୍ତ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଫଟୋଚିତ୍ର ଥିବା ପୋଷ୍ଟରକୁ ଚିରି ରାସ୍ତାରେ ଫୋପାଡ଼ିଥିଲେ । ଏହାର ପ୍ରତିବାଦରେ ଲୋକେ ଏକଜୁଟ ହେବା ପରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ଏହାପରେ ସ୍ଥାନୀୟ ପୋଲିସ କିଛି ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ମାମଲା ଶାନ୍ତ ପଡ଼ିଛି । ଗାଁରେ ଶାନ୍ତି ପ୍ରତିଷ୍ଠା ଲାଗି ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ଋଷିକେଶ ଖିଲାରି ।

ଅଭିଯୋଗ ଅନୁସାରେ ଜିଲ୍ଲାର ଧୁମାଭଟା ଗାଁରେ କେହି ଦୁର୍ବୃତ୍ତ ପ୍ରଭୁ ରାମଚନ୍ଦ୍ରଙ୍କ ଫଟୋଚିତ୍ର ଚିରି ରାସ୍ତାରେ ଫୋଫାଡ଼ି ଦେଇଥିଲା । ଏହାସହ ପୋଷ୍ଟର ଉପରେ ଇଟା ଓ ପଥର ମାଡ କରିବାରୁ ଲୋକେ ଭୟଭୀତ ହୋଇ ଘରୁ ବାହାରି ନଥିଲେ । ପରବର୍ତ୍ତୀ ସମୟରେ ଏହାର ପ୍ରତିବାଦରେ ଲୋକେ ଏକଜୁଟ ହେଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ଏ ସମ୍ପର୍କରେ ଖବର ପାଇ ବେଲପଡ଼ା ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନଥିଲା ।

ଏହା ବି ପଢନ୍ତୁ- ପୋଷ୍ଟର ଚିରା ରାଜନୀତି: ହୋର୍ଡିଂରେ ରାଜନେତାଙ୍କ ମୁହଁ ବିକୃତ କଲେ ଦୁବୃର୍ତ୍ତ, ସାଧାରଣରେ ନିନ୍ଦା

ପରେ ବଲାଙ୍ଗୀର ଏସପି ଋଷିକେଶ ଖିଲାରି, ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ପାଟଣାଗଡ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଓ କଣ୍ଟାବାଞ୍ଜି ଥାନା ଅଧିକାରୀ ଧୁମାଭଟାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ସେହିପରି ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏଥିଲାଗି ଏକ ଶାନ୍ତି କମିଟି ଗଠନ କରାଯାଇଛି । ଏହି କମିଟି ଲୋକଙ୍କ ସହିତ ଆଲୋଚନା କରିବ ଓ ଶାନ୍ତି ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ଏହି ଉତ୍ତେଜନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବଲାଙ୍ଗୀର ଏସପି ଋଷିକେଶ ଖିଲାରି କହିଛନ୍ତି, "ଏନେଇ ଏଫଆଇଆର ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପତାକାକୁ ନେଇ ଏଭଳି ବିଶୃଙ୍ଖଳିତ କାଣ୍ଡ ଭିଆଇଥିବା ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କ ମାନସିକ ସନ୍ତୁଳନ ଠିକ ନାହିଁ । ଏଥିଲାଗି ସେ ଏପରି ଅସମାଜିକ କାର୍ଯ୍ୟ କରିଛି । ତାକୁ ଗିରଫ କରାଯାଇଥିବା ବେଳେ କୋର୍ଟରେ ହାଜର କରାଯିବ ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details