ଭୁବନେଶ୍ବର:ଶ୍ରୀଦେବୀଙ୍କ ମୃତ୍ୟୁ ସମ୍ପର୍କରେ ଜାଲ ପ୍ରମାଣ ଦେଖାଇଥିଲେ ୟୁଟ୍ୟୁବର । ଚାର୍ଜସିଟ ଦାଖଲ କରିଲା ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) । ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ସସପେନ୍ସକୁ ନେଇ ଭୁବନେଶ୍ବର ସ୍ଥିତ ୟୁଟ୍ୟୁବର ଦୀପ୍ତି ଆର ପିନିତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଲା ସିବିଆଇ ।
କଣ ରହିଥିଲା ମାମଲା: ଶ୍ରୀଦେବୀଙ୍କର ମୃତ୍ୟୁକୁ ନେଇ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନକଲି ଦସ୍ତାବିଜ ପ୍ରସ୍ତୁତ କରି ପ୍ରମାଣ ଭାବେ ଉପସ୍ଥାପନା କରିଥିଲେ ଭୁବନେଶ୍ବର ସ୍ଥିତ ୟୁଟ୍ୟୁବର ଦୀପ୍ତି ଆର । ଗତବର୍ଷ ମୁମ୍ବାଇର ଜଣେ ଓକିଲ ଚାନ୍ଦିନୀ ଶାହଙ୍କ ଅଭିଯୋଗ ପରେ ଭୁବନେଶ୍ବର ନିବାସୀ ଦୀପ୍ତି ଆର ପିନିତି ଏବଂ ତାଙ୍କ ଓକିଲ ଭରତ ସୁରେଶ କାମାଖାଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଥିଲା ସିବିଆଇ( RC2212022E0046) । ସାଇବର କ୍ରାଇମ 467, 471, ଆଇଟି ଆକ୍ଟ 66 ଅନୁସାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସିବିଆଇକୁ ପଠାଯାଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରୟୋଜିତ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ସୁପ୍ରିମକୋର୍ଟଙ୍କ ସମ୍ବନ୍ଧୀୟ ଜାଲ ଦସ୍ତାବିଜ ପ୍ରସ୍ତୁତ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣକୁ ଚପାଇ ଦିଆଯାଉଥିବା ନେଇ ୟୁଟ୍ୟୁବର ଜଣକ ଦାବି କରିଥିଲେ ।
ଏହା ମଧ୍ୟ ପଢନ୍ତୁ: Rajinikanth B'Day: ସୁପରଷ୍ଟାର ରଜନୀକାନ୍ତଙ୍କ ପାଇଁ 7 ଦିନ ଉପବାସ କରିଥିଲେ ଶ୍ରୀଦେବୀ
ସିବିଆଇର ବୟାନ:ସିବିଆଇ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀଙ୍କ ବିରୋଧରେ ଦୀପ୍ତି ଆର ପ୍ରସ୍ତୁତ କରିଥିବା ଦଲିଲ ଜାଲ୍ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଏନେଇ ସିବିଆଇ ଆଇପିସି ଧାରା 120ବି, 465, 469 ଏବଂ 471ରେ ଦୀପ୍ତି ଏବଂ କାମଥଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ।