ଓଡିଶା

odisha

ETV Bharat / state

ବିଏମ୍‌ସି ଅଫିସ ଆଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଫଳ ଦୋକାନୀ ମୃତ

Bhubaneswar Road Accident : ପୁଣି ରାଜଧାନୀରେ ସଡ଼କ ଦୁର୍ଘଟଣା । ଫଳ ଦୋକାନୀକୁ ଧକ୍କା ଦେଲା ଫର୍ଚୁନର ଗାଡ଼ି । ମୃତକ ଜଣକ ହେଲେ ଫଳ ବ୍ୟବସାୟୀ ରାଜେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ବିଏମ୍‌ସି ଅଫିସ ଆଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଜଣେ ମୃତ
ବିଏମ୍‌ସି ଅଫିସ ଆଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଜଣେ ମୃତ

By ETV Bharat Odisha Team

Published : Feb 18, 2024, 6:22 PM IST

Updated : Feb 18, 2024, 6:28 PM IST

ବିଏମ୍‌ସି ଅଫିସ ଆଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଜଣେ ମୃତ

ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଏମସି ଅଫିସ ଆଗରେ ଫଳ ଦୋକାନୀକୁ ଧକ୍କା ଦେଲା ଫର୍ଚୁନର କାର । ଘଟଣା ସ୍ଥଳରେ ହିଁ ଦୋକାନୀ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସହିଦନଗରର ଫଳ ବ୍ୟବସାୟୀ ରାଜେନ୍ଦ୍ର ପ୍ରଧାନ(୫୮) । ମୃତକଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ଧକ୍କା ଦେଇଥିବା ଗାଡ଼ିକୁ ଜବତ କରିଛି ଖାରବେଳ ନଗର ଥାନା ପୋଲିସ ।


ସୂଚନାଯୋଗ୍ୟ ଆଜି (ରବିବାର)ଦିନ‌ ପ୍ରାୟ ୧ଟା ୩୦ମିନଟ୍ ସମୟରେ ରାମ ମନ୍ଦିର ପଟୁ ଆସୁଥିବା ଏକ ଫର୍ଚୁନର ଗାଡ଼ିଟି ହଠାତ ଜଣେ ଫଳ ଦୋକାନୀକୁ ଧକ୍କା ଦେଇଥିଲା । ଦୋକାନୀ ଜଣଙ୍କ ଫଳ ନେଇ ସତ୍ୟନଗର ପଟୁ ରାସ୍ତା ମଧ୍ୟଭାଗ ଦେଇ ବିଏମସି ଅଫିସ ଆଡ଼କୁ ରାସ୍ତା ପାର‌ ହେଉଥିଲେ । ଏହି ସମୟରେ ଗାଡ଼ିଟି ତାଙ୍କୁ ଧକ୍କାରେ ଦେଇଥିଲା । ତେବେ ମୃତକ ରାଜେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାବେଳେ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- Range Rover Accident: ମୁହଁ ଖୋଲିଲେ ପୋଲିସ କମିସନର, କହିଲେ ସିସିଟିଭି ଲିଗାଲି ହୋଇପାରିବ କି ?

ଖବର ପାଇ ପୋଲିସ ଘଟଣା ସ୍ଥଳରେ‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ‌ ଡାକ୍ତର ତାଙ୍କୁ ମୃତ ଭାବେ ଗ୍ରହଣ କରିଥିଲେ । ସେହିପରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ । ପୋଲିସର ସୂଚନା ଅନୁଯାୟୀ ମୃତକ ଜଣକ ସହିଦନଗର ଅଞ୍ଚଳରେ ନିତିଦିନ ଫଳ ବ୍ୟବସାୟ କରିଥାନ୍ତି । ଏହି ଘଟଣାପରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଖବର ପାଇଁ ତାଙ୍କର ସ୍ତ୍ରୀ ଓ ପୁଅ ହସ୍ପିଟାଲରେ ପହଞ୍ଚିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯିବ ।

ଏହା ମଧ୍ୟ ପଢନ୍ତୁ.....ଟ୍ରକ ଧକ୍କାରେ ମାଆ ମୃତ, ଗୁରୁତର ଅବସ୍ଥାରେ ବାପା-ଝିଅ ହସ୍ପିଟାଲରେ ଭର୍ତ୍ତି

ସେପଟେ ମୃତକଙ୍କ ପରିବାର ମୁରବୀ ଶୂନ୍ୟ ହୋଇଯାଇଛି । ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁଛି ପୋଲିସ । ସ୍ଥାନୀୟ‌ ଲୋକଙ୍କ କହିବା ଅନୁସାରେ ବିଏମସି ଅଫିସ ଖୋଲିବା ପରଠୁ ସେଠାରେ 2 ଫୁଟରେ ଲୋକେ ଯାତାୟାତ କରୁଛନ୍ତି । ତେବେ ରାମମନ୍ଦିର ପଟୁ ଗଡ଼ାଣିଆ ଯୋଗୁଁ ସେଠାରେ ଦୁର୍ଘଟଣା ଘଟିବା ସମ୍ଭାବନା ରହୁଛି । ଦୁର୍ଘଟଣା ପ୍ରବଣ ଭାବେ ସେହି ଛକ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ସେହିଭଳି ପୂର୍ବରୁ ରାଜଧାନୀର ପାଓ୍ବାର ହାଉସ ଛକରେ ମନ୍ତ୍ରୀ ନବ ଦାସଙ୍କ ପୁଅର ଗାଡ଼ି ଧକ୍କା ଦେବାରୁ ଜଣେ ବାଇକ ଆରୋହୀ ସହ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 18, 2024, 6:28 PM IST

ABOUT THE AUTHOR

...view details