ବୌଦ୍ଧ:ମାଓ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ଓ ଏସପି । ସେଠାରେ ବୁଥ ପରିଦର୍ଶନ କରିବା ସହିତ ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ଜିଲ୍ଲାପାଳ । ବିଶେଷ ଭାବେ ମହିଳା ଓ ଶିଶୁମାନଙ୍କ ସମସ୍ୟା, ସ୍ବାସ୍ଥ୍ୟ ସେବା, ପାନୀୟଜଳ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସମସ୍ୟା ରହିଥିବା ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରିଥିଲେ ।
ମାଓ ଅଧ୍ୟୁଷିତ ଜିଲ୍ଲାର ସବୁଠାରୁ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମର ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ଜିଲ୍ଲାପାଳ । ସେଠାରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ଜିଲ୍ଲାପାଳ ସ୍ଥାନୀୟ ଆଦିବାସୀ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ମାତାଗାଡୁ ଗ୍ରାମରେ ମଙ୍ଗଳବାର ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ ଅନ୍ୟ ବିଭାଗର କର୍ମଚାରୀଙ୍କ ସହିତ ପହଞ୍ଚି ଥିଲେ । ସେଠାରେ ପହଞ୍ଚି ସେଠାରେ ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ମାଓ ଅଧ୍ୟୁଷିତ ଅଞ୍ଚଳରେ ମୁକ୍ତ ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ପ୍ରସ୍ତୁତି