ଓଡିଶା

odisha

ETV Bharat / state

ଛାତ୍ରଙ୍କ କମାଲ: ତିଆରି କଲେ AI ରୋବଟ, ଚାଲିବ ନନଷ୍ଟପ ପାଠପଢା - BOSE ENGINEERING COLLEGE PI ROBOT

ବୋଷ ଇଞ୍ଜିନିୟରିଂ କଲେଜର ସଫଳତା । ନନଷ୍ଟପ ପାଠ ପଢି ପାରିବେ ଛାତ୍ରଛାତ୍ରୀ । AI ଶିକ୍ଷୟିତ୍ରୀ ତିଆରି କଲେ ୩ ଛାତ୍ର ।

BOSE ENGINEERING COLLEGE PI ROBOT
BOSE ENGINEERING COLLEGE PI ROBOT (ETV Bharat Odisha)

By ETV Bharat Odisha Team

Published : Nov 17, 2024, 3:34 PM IST

କଟକ:ଏଣିକି ଶ୍ରେଣୀ ଗୃହରେ ନନଷ୍ଟପ ପାଠ ପଢିବେ ଛାତ୍ରଛାତ୍ରୀ । ଏପରିକି ବିନା ପରିଶ୍ରମରେ ପାଠ ପଢ଼ାଇବେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଥରେ ନିବେଶ କଲେ ଦୀର୍ଘ ଦିନ ଚାଲିଥିବ ପାଠପଢ଼ା । ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନାଁ ଏପରି କାହିଁକି କୁହାଯାଉଛି । କହିବାର ଉଦ୍ଦେଶ୍ୟ ଆଗମୀ ଭବିଷ୍ୟତରେ ଶ୍ରେଣୀ ଗୃହରେ ମଣିଷ ପଢ଼ାଇବେନି ପାଠ ବରଂ ରୋବଟ ଦେବ ଶିକ୍ଷା । ଏଭଳି କିଛି କରି ଦେଖାଇଛନ୍ତି କଟକ ବୋଷ ଇଞ୍ଜିନିୟରିଂ କଲେଜର ତିନି ଛାତ୍ର । ସେମାନେ ତିଆର କରିଛନ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଶିକ୍ଷୟିତ୍ରୀ ।

AI ଶିକ୍ଷୟିତ୍ରୀ:

BOSE ENGINEERING COLLEGE PI ROBOT (ETV Bharat Odisha)

ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଶିକ୍ଷୟିତ୍ରୀର ନାମ ଦେଇଛନ୍ତି ପିଆଇ ରୋବଟ । ଏହା ସ୍ବଳ୍ପ ସମୟ ମଧ୍ୟରେ ବିଭିନ୍ନ ପ୍ରଶ୍ନର ସଠିକ ଉତ୍ତର ଦେଇପାରୁଛନ୍ତି । ବୋଷ ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରୋନିକ ଆଣ୍ଡ୍ ଟେଲି କମିନ୍ୟୁକେସନ ବିଭାଗର ୩ ଜଣ ଛାତ୍ର ଏହାକୁ ପ୍ରସ୍ତୁତ କରିଛନ୍ତି । ପ୍ରାୟ ୬ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବୋଷ କ୍ୟାମ୍ପସ ମଧ୍ୟରେ ଥିବା ଇନୋଭେସନ୍ ସେଣ୍ଟରରେ ଏହାକୁ ନିର୍ମାଣ କରାଯାଇଛି । ଦେଶରେ ବିଭିନ୍ନ କ୍ଷେତ୍ରରେ AI ବ୍ୟବହାର ବଢୁଥିବାବେଳେ କ୍ଳାସ ରୁମରେ ଏହାର ଆବଶ୍ୟକତା ଅନୁଭବ କରି ଏଭଳି ପଦକ୍ଷେପ ନେଇଛନ୍ତି ଏହି ଛାତ୍ରମାନେ । ଏହାକୁ କୋଡିଂ ବା ପ୍ରୋଗ୍ରାମିଂ ଦ୍ବାରା ଆକ୍ଟିଭେଟ କରିଛନ୍ତି ।

ଶାଢ଼ୀ ପିନ୍ଧିଛି ରୋବୋଟ୍:

BOSE ENGINEERING COLLEGE PI ROBOT (ETV Bharat Odisha)

ତେବେ ରୋବଟି ଶିକ୍ଷୟିତ୍ରୀଙ୍କ ଭଳି ଶାଢ଼ୀ ପିନ୍ଧିଥିବାବେଳେ ତାର ନାଁ ରହିଛି ପିଆଇ(PI) । ରୋବଟରେ ଗୋଟିଏ ଡିସ୍‌, ଲିଥିୟମ୍ ବ୍ୟାଟେରୀ ଓ ଅତ୍ୟାଧୁନିକ ମୋଟର ଲାଗିଛି । ବିଭିନ୍ନ ବିଷୟର ପ୍ରୋଗ୍ରାମିଂ ଆଡ଼ ହେଇଥିବାରୁ ଗଣିତ, ବିଜ୍ଞାନ, ମହାକାଶ ବିଜ୍ଞାନ ଓ ସାଧାରଣ ଜ୍ଞାନ ଆଦି ବିଷୟ ସମ୍ପର୍କରେ ଯାହା ବି ପ୍ରଶ୍ନ ପଚରାଯାଉଛି, ତାହାର ସଠିକ ଉତ୍ତର ଦେଉଛି ଦେଉଛି । ବର୍ତ୍ତମାନ କ୍ଲାସ୍ ରୁମ୍‌ରେ ଏହାର ପରୀକ୍ଷଣ ଜାରି ରହିଛି । ରୋବଟର ସମସ୍ତ କାର୍ଯ୍ୟ ଏଯାବତ ଶେଷ ହୋଇନାହିଁ । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଦୁଇ ହାତକୁ କାର୍ଯ୍ୟକ୍ଷମ କରାଯାଇଛି ।ଏହାପରେ ବେକ ,ପାଟି ଓ ଗୋଡ଼ କିପରି କାର୍ଯ୍ୟକ୍ଷମ ହେବ ,ତାହା ଉପରେ ଗବେଷଣା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ ...ରୋବଟକୁ ସାତ ଜନ୍ମର ସାଥି କରିବେ ତାମିଲନାଡୁ ଯୁବକ - Robot Giga Wedding

ଏହା ମଧ୍ୟ ପଢନ୍ତୁ ...ଶାର୍କ ଟ୍ୟାଙ୍କରେ ଚମକିଲେ 2 ଓଡିଆ, ଜଜଙ୍କ ଦୃଷ୍ଟି ଆକର୍ଷଣ କଲା ‘କୋରାସିଆ ଟେକ୍ନୋଲୋଜି' - ODIA YOUTH AT SHARK TANK SHOW

'ଚାପ ମୁକ୍ତ କରିବ ରୋବଟ୍ ':

BOSE ENGINEERING COLLEGE PI ROBOT (ETV Bharat Odisha)

ବିଶ୍ୱରେ ବର୍ତ୍ତମାନ AI ପ୍ରକ୍ରିୟାକୁ ସମସ୍ତେ ଆପଣେଇଲେଣି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି ରୋବୋଟ । ତେଣୁ ଶିକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଏଣ୍ଟ୍ରି କଲେ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକ ସୁଧାର ଆସି ପାରିବ ବୋଲି କହିଛନ୍ତି ଅଧ୍ୟାପକ ପ୍ରଦୀପ କୁମାର ଧଳ ସାମନ୍ତ । ସେହିପରି ବୋଷର କଲେଜର ଅଧ୍ୟକ୍ଷ ହୃଶିକେଶ ମହାନ୍ତି କହିଛନ୍ତି," ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଚାପକୁ କମାଇ ପାରିବ ଏହି ରୋବଟ । ଯାହା ସମସ୍ତଙ୍କ ଦ୍ୱାରା ଆଦୃତ ହେବ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details