ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ସମୀର ଦେ'ଙ୍କ ଶୋକ ସଭାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । ଦଳର ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତି ବିଜେପି ପ୍ରତିଥିବା ଅସନ୍ତୋଷକୁ ଓଗାଳିଛନ୍ତି ଜୟନାରାୟଣ । 'ମୋ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ ଲୋକ ଲଗାଯାଇଛି । ଏହା ପାର୍ଟିର ଯୋଜନାବଦ୍ଧ କାର୍ଯ୍ୟ ।' ବୋଲି କହିଛନ୍ତି ଜୟନାରାୟଣ । ସେପଟେ ଜୟନାରାୟଣଙ୍କ ଏଭଳି ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
'ମୁଁ ଗୋଟେ ତଡାଖିଆ ଲୋକ':
ସମୀର ଦେ'ଙ୍କ ଶୋକସଭାରେ ଜୟନାରାୟଣ ମିଶ୍ର ନିଜ ଅଭିଭାଷଣରେ କହିଛନ୍ତି, "ସମୀର ଦେ ଓ ମୁଁ ଦୁଇ ଜଣ ଯାକ ଏବିଭିପିରେ ଥିଲୁ । ମୁଁ ଏବିଭିପିରୁ ତଡା ଖାଇଛି । ବିଜେପିରୁ ମଧ୍ୟ ତଡା ଖାଇଛି । ମୁଁ ଗୋଟେ ତଡାଖିଆ ଲୋକ । ଏବେ ବି ବିଜେପିରୁ ସାଇଡ଼ ଲାଇନ ହୋଇ ରହିଛି । ସମୀର ଦେଙ୍କ ଜୀବନରେ ଯାହା ଘଟିଥିଲା ଏବେ ମୋ ସହ ମଧ୍ୟ ତାହା ଘଟିଛି । ସମୀର ଦେଙ୍କ ଦଳ ଯେମିତି ଗୁରୁତ୍ୱ ଦେବା କଥା ଦେଇ ନାହିଁ । ତାଙ୍କ ବିରୋଧରେ ଲୋକ ବାରମ୍ବାର ଲଗା ଯାଇଅଛି । ମୋ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ ଲୋକ ଲଗାଯାଇଛି । ମୋ ବିରୋଧରେ ଜଣେ ଲୋକ ନିଶ୍ଚିତ ଭାବେ ରହିବ । ଏହି କାର୍ଯ୍ୟକ୍ରମ ଚାଲେ ।"
ଏହା ମଧ୍ୟ ପଢ଼ନ୍ତୁ...ଜୟନାରାୟଣ ଜାମିନ ରାଜନୀତି: ପ୍ରଶ୍ନରେ ଘେରିଲା ବିଜେଡି, ଜବାବ ଦେଲା ଶାସକ ଦଳ |