ଓଡିଶା

odisha

ETV Bharat / state

ଆଚରଣବିଧି ଉଲ୍ଲଙ୍ଘନ କରୁଛି ବିଜେଡ଼ି, ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି - bjp meet ceo - BJP MEET CEO

BJP COMPLAINTS AGAINST BJD: ହାରିବା ଭୟରେ ବିଜେଡି ପଇସା ଓ ବଳ ଦେଖାଇ ଶାସନକୁ ଆସିବାକୁ ପ୍ରୟାସ କରୁଥିବା ଅଭିଯୋଗ ଆଣିଛି ବିଜେପି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଦଳ । ଅଧିକ ପଢନ୍ତୁ

ବିଜେଡ଼ି ଆଚରଣବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ,ନିର୍ବାଚନ ଆଧିକାରୀଙ୍କୁ ଭେଟିଲା ବିଜେପି
ବିଜେଡ଼ି ଆଚରଣବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ,ନିର୍ବାଚନ ଆଧିକାରୀଙ୍କୁ ଭେଟିଲା ବିଜେପି

By ETV Bharat Odisha Team

Published : Apr 4, 2024, 7:43 AM IST

ବିଜେଡ଼ି ଆଚରଣବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ,ନିର୍ବାଚନ ଆଧିକାରୀଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର:ନିର୍ବାଚନ ହାରିବା ଜାଣି ଟଙ୍କା ବାଣ୍ଟିବା ଆରମ୍ଭ କରିଛି ବିଜେଡି । ସେହିପରି ଯୁବକଙ୍କୁ ଆକର୍ଷିତ କରିବାକୁ ସରକାର ନୂଆଓ କାର୍ଡ ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ସେହିପରି ପଇସା ଓ ବଳ ଦେଖାଇ ଶାସନକୁ ଆସିବାକୁ ପ୍ରୟାସ କରୁଛି ବିଜେଡି । ମହିଳାଙ୍କୁ ଦଳରେ ମିଶାଇ ଶାଢ଼ୀ ବାଣ୍ଟୁଛନ୍ତି ବିଜେଡି ବିଧାୟାକ ନୃସିଂହ ସାହୁ । ଏନେଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।

ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ ହାରିବା ଜାଣି ଟଙ୍କା ବାଣ୍ଟିବା ଆରମ୍ଭ କରିଛି ବିଜେଡି । ସେହିପରି ଯୁବକଙ୍କୁ ଆକର୍ଷିତ କରିବାକୁ ନୂଆଓ କାର୍ଡ ବାଣ୍ଟୁଛନ୍ତି ସରକାର । ସେଥିରେ ବିଜେଡିର ଶଙ୍ଖ ଲୋଗୋ ରହିଛି । ବିଜୁ ଛାତ୍ର ଜନତା ଦଳ ସବୁ କଲେଜରେ କାର୍ଯ୍ୟକ୍ରମ ଆୟୋଜନ କରୁଛି । ସେହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ବି ରହୁଛନ୍ତି । ଯାହା ଆଦର୍ଶ ଆଚରଣବିଧିର ଖୋଲା ଖୋଲି ଉଲ୍ଲଙ୍ଘନ । ତେଣୁ ଏହି 2ଟି ପ୍ରସଙ୍ଗରେ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।



ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି ଯେ,ବିଜୁ ଜନତା ଦଳ ପ୍ରତି ଓଡିଶାବାସୀ ବିମୁଖ ହେଉଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡି ପାଖରେ କେବଳ ଅର୍ଥ ବଳ ହିଁ ରହିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଟଙ୍କା ବଳ ଓ କ୍ଷମତା ବଳକୁ ପ୍ରୟୋଗ କରି ଶାସନକୁ ଆସିବା ପାଇଁ ଚେଷ୍ଟା ଚଳାଇଛି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ତ୍ବେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର ନେତାମାନେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ଭଳି ବେଆଇନ୍ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ଏହା ମଧ୍ୟ ପଢନ୍ତୁ.......ECIଙ୍କ ନିର୍ଦ୍ଦେଶ; ନିର୍ବାଚନ ଦାୟିତ୍ବରୁ ହଟିବେ ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପି - ECI Transfers DM SP


ତେବେ ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣବିଧି ଉଲ୍ଲଘଂନ । ପ୍ରସଙ୍ଗରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details