ଓଡିଶା

odisha

ETV Bharat / state

ଦଳୀୟ କର୍ପୋରେଟର ବିଜେଡିରେ ମିଶିବା ପ୍ରସଙ୍ଗ; ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି - ବିଜେପି କର୍ପୋରେଟର

BJP Delegation Meets Election Commission: ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ ଭଙ୍ଗ କରିଥିବା କର୍ପୋରେଟର ମାନଙ୍କର ସଭ୍ୟପଦ ରଦ୍ଦ କରିବାକୁ ନିର୍ବାଚନ ଆୟୁକ୍ତଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ବିଜେପି। ଅଧିକ ପଢନ୍ତୁ

BJP Delegation Meets Election Commission
BJP Delegation Meets Election Commission

By ETV Bharat Odisha Team

Published : Mar 1, 2024, 10:46 PM IST

ଭୁବନେଶ୍ବର: ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ ଭଙ୍ଗ କରିଥିବା କର୍ପୋରେଟର ମାନଙ୍କର ସଭ୍ୟପଦ ରଦ୍ଦ କରିବାକୁ ନିର୍ବାଚନ ଆୟୁକ୍ତଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ବିଜେପି। ବିଜେପି କର୍ପୋରେଟର ମାନଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ରାଜ୍ୟ ବିଜେପି।

ବ୍ରହ୍ମପୁର ମହାନଗର ନିଗମର ୪ଜଣ ବିଜେପି କର୍ପୋରେଟର ନୀଳକାନ୍ତ ସାହୁ, ରଞ୍ଜିତା ବେହେରା, ଡ.କରୁଣାକର ଓ ପ୍ରଦୀପ କୁମାର ଶତପଥୀ ଗତ ୨୬ ତାରିଖରେ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଏହା ଦଳ ବଦଳ ବିରୋଧୀ କାର୍ଯ୍ୟ ଅଟେ । ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ ୨୦୦୩ର ଧାରା ୧୧୨(କ) ଉଲଘଂନ କରାଯାଇଥିବାରୁ ଦଳ ବିରୋଧୀ ଆଇନ ଅନୁଯାୟୀ ତାଙ୍କ ସଭ୍ୟପଦ ରଦ୍ଦ କରାଯାଇ ତୁରନ୍ତ ନିର୍ବାଚନ କରାଯାଉ । ସେମାନେ ବ୍ରହ୍ମପୁରବାସୀଙ୍କ ସହ ବିଶ୍ବାସଘାତ କରିଛନ୍ତି । ସେମାନଙ୍କ ସଭ୍ୟପଦ ତୁରନ୍ତ ରଦ୍ଦ କରିବା ପାଇଁ ଆଜି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିଟକରେ ମକଦ୍ଦମା ଦାୟର କରିଛି ବିଜେପି । ଏହି ପରିପ୍ରେକ୍ଷିରେ ଦଳର ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ମକଦ୍ଦମା ଦାୟର କରିଛନ୍ତି । ଏହାକୁ ବିଚାର କରି କମିଶନ ତୁରନ୍ତ ପଦକ୍ଷେପ ନେବାକୁ ଦଳ ଦାବି କରିଛି।

ଅଧିକ ପଢନ୍ତୁ- ବିଜେଡି ମିଶ୍ରଣ ପର୍ବ, ପଦ୍ମ ଛାଡ଼ି ଶଙ୍ଖ ଧରିଲେ ବ୍ରହ୍ମପୁରର ୪ ବିଜେପି କର୍ପୋରେଟର

ବ୍ରହ୍ମପୁର ମହାନଗର ନିଗମର 4 ଜଣ ବିଜେପି କର୍ପୋରେଟର ବିଜେଡିରେ ଯୋଗଦେବାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ଦଳ ଅଭିଯୋଗ କରିଛି କର୍ପୋରେସନ ନିର୍ବାଚନରେ ଦଳବଦଳ ପାଇଁ ଯାହା ପରସେଣ୍ଟଜ ଦରକାର ଏବଂ ଅନ୍ୟ ଦଳକୁ ଯିବା ପାଇଁ ଯେଉଁ ଫୋରମରେ ଯିବା କଥା ତାହା ହୋଇନାହିଁ । ବିଜେଡିରେ ମିଶିଥିବା 4 କର୍ପୋରେଟର ବିଜେପି ସିମ୍ବଲରେ ନିର୍ବାଚନ ଲଢ଼ିଥିଲେ । ତେଣୁ ତାଙ୍କ ଉପରେ ତୁରନ୍ତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details