ଓଡିଶା

odisha

ETV Bharat / state

ରାସେଶ୍ୱରୀ ସମର୍ଥକଙ୍କ ଖୋଲା ଚେଲେଞ୍ଜ, ଟିକେଟ ନ ଦେଲେ କରିବେ ଭୋଟ ବର୍ଜନ - Sambalpur Assembly Seat

Sambalpur Assembly Seat: ସମ୍ବଲପୁର ବିଧାନସଭା ଆସନରୁ ରାସେଶ୍ୱରୀଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି କର୍ମୀଙ୍କ ଦାବି । ଟିକେଟ ନମିଳିଲେ ଭୋଟ ବର୍ଜନ କରିବାକୁ ଦେଲେ ଧମକ । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 7, 2024, 3:36 PM IST

SAMBALPUR ASSEMBLY SEAT
SAMBALPUR ASSEMBLY SEAT

SAMBALPUR ASSEMBLY SEAT

ସମ୍ବଲପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମ୍ବଲପୁର ବିଧାନସଭା ଆସନ ପାଇଁ ସରୁନି ବିଜେଡିର ଟିକେଟ ଅଙ୍କ କଷା । ସମ୍ବଲପୁର ବିଧାନସଭା ପାଇଁ ଆଜି ପର୍ଯ୍ୟନ୍ତ ବିଜେଡି ତା ପ୍ରାର୍ଥୀ ଘୋଷଣା କରିନି । ଏଠାରେ ଏକାଧିକ ବରିଷ୍ଠ ନେତା ଆଶାୟୀ ପ୍ରାର୍ଥୀ ଥିବା ବେଳେ ସମୀକରଣ ଏତେ ଜଟିଳ ହୋଇଯାଇଛି ଯେ ଦଳ ନିଷ୍ପତ୍ତି ନେଇ ପାରୁନାହିଁ କାହାକୁ ପ୍ରାର୍ଥୀ କରିବ l ଏହି ରାଜନୈତିକ ଛକା ପଞ୍ଜା ମଧ୍ୟରେ 3 ପ୍ରମୁଖ ଆଶାୟୀ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ରୋହିତ ପୂଜାରୀ ଓ ସିଦ୍ଧାର୍ଥ ଦାସଙ୍କ ପରି ଟିକେଟ ଆଶାୟୀ ରହିଛନ୍ତି । ରାସେଶ୍ୱରୀଙ୍କ ଦଳ ଟିକେଟ ଦଉ ବୋଲି ଦାବି କରିଛନ୍ତି ତାଙ୍କ ସମର୍ଥକ ମାନେ । ଯଦି ତାଙ୍କୁ ଟିକେଟ ନମିଳେ ତାହେଲେ ଭୋଟ ବର୍ଜନ ହେବ ବୋଲି କହିଛନ୍ତି ବିଜେଡି କର୍ମୀ ।

ଏହା ମଧ୍ୟ ପଢନ୍ତୁ-ସୁନ୍ଦରଗଡ ଆସନରେ କଂଗ୍ରେସର ବିଜୟ ହେବ: ଜନାର୍ଦ୍ଦନ ଦେହୁରୀ - Lok Sabha elections 2024

ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଓ଼ ସମ୍ବଲପୁରରୁ ରୋହିତଙ୍କୁ ଦଳ ଟିକେଟ ଦେବାକୁ ଫାଇନାଲ ହୋଇ ଯାଇଛି ବୋଲି ଚର୍ଚ୍ଚା ହେବାକୁ ଶନିବାର ରାତିରେ ରାସେଶ୍ୱରୀଙ୍କ ସମର୍ଥକ ଆଉ ଚୁପ ବସିନଥିଲେ । ରାସେଶ୍ୱରୀଙ୍କ ପାଇଁ ଟିକେଟ ଦାବି କରିବା ସହ ତାଙ୍କୁ ଯଦି ଟିକେଟ ନମିଳେ ତାହେଲେ ଭୋଟ ବର୍ଜନ ହେବ ଓ଼ ଅନ୍ୟ ପ୍ରାର୍ଥୀଙ୍କୁ ସହଯୋଗ କରିବେ ନାହିଁ ବୋଲି କହିଥିଲେ । ଏଭଳି ସ୍ଥିତି ରେ ସମ୍ବଲପୁର ଜିଲ୍ଲା ବିଜେଡିର ଦଳୀୟ କନ୍ଦଳ ପଦାରେ ପଡିଛି । ଶୀର୍ଷ ନେତୃତ୍ୱର ଚିନ୍ତା ବଢ଼ି ଯାଇଛି । ଉଭୟ ରାସେଶ୍ୱରୀ ଓ ରୋହିତଙ୍କ ଭଲ ସଂଗଠନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ବୋଲି ଚର୍ଚ୍ଚା ହୁଏ ।

ଅନ୍ୟପଟେ ପୂର୍ବତନ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ଏତେ ସାଙ୍ଗଠନିକ ଦକ୍ଷତା ନଥିଲେ ମଧ୍ୟ ସେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପଥରେ ବାଧା ସୃଷ୍ଟି କରିବାର କ୍ଷମତା ରଖିଛନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି l ଚଳିତ ନିର୍ବାଚନରେ ସମ୍ବଲପୁର ବିଧାନସଭା ସିଟ ପାଇଁ ରୋହିତ ପୂଜାରୀଙ୍କୁ ଟିକେଟ ଦେବାକୁ ଦଳ ପ୍ରତିଶୃତି ଦେବା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଥିଲେ l ଅନ୍ୟପଟେ ରେଢ଼ାଖୋଲ ସିଟରୁ ଏଥର ରୋହିତଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା l ତେବେ ଏଭଳି ସ୍ଥିତିରେ କିଛି ଦିନ ତଳେ ପୂର୍ବତନ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ତାଙ୍କ ସମର୍ଥକ ଅଡି ବସିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details