ଓଡିଶା

odisha

ପୋଲାଭରମ ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରି ଫେରିଲା ବିଜେଡି ଟିମ୍, ନବୀନଙ୍କୁ ଦେଲେ ରିପୋର୍ଟ - BJD Polavaram Project Review

By ETV Bharat Odisha Team

Published : Aug 12, 2024, 10:49 PM IST

BJD Polavaram Project Review: ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଫେରିଲା ବିଜେଡି ପ୍ରତିନିଧି ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଲା ରିପୋର୍ଟ । ଅଧିକ ପଢ଼ନ୍ତୁ

BJD Polavaram Project Review
BJD Polavaram Project Review (ETV Bharat Odisha)

ଭୁବନେଶ୍ବର:ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ମାଲକାନଗିରି ଗସ୍ତରେ ଯାଇଥିବା ବିଜେଡି ପ୍ରତିନିଧି ଦଳ ଫେରିଛନ୍ତି । ଭୁବନେଶ୍ୱର ଫେରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଲା ପ୍ରତିନିଧି ଦଳ । ପ୍ରକଳ୍ପ ହେଲେ ମୋଟୁ ଓ ପଡିଆ ବ୍ଲକ ଜଳମଗ୍ନ ହେବା ସହ ବହୁ ଲୋକ ବିସ୍ଥାପିତ ହେବେ । ଜିଲ୍ଲାର ଆଦିବାସୀ ଲୋକଙ୍କୁ ଘର ଛାଡିବାକୁ ପଡିବ । ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ 15 ହାଜର କୋଟି ବ୍ୟବସ୍ଥା କରିଛନ୍ତି । ଓଡ଼ିଶାର ଦାବିକୁ ଅଣଦେଖା କରି ଏକପାଖିଆ ଭାବେ ପ୍ରକଳ୍ପ ହେଉଛି । ରାଜ୍ୟ ସରକାର ନିଜର ମତ ସ୍ପଷ୍ଟ କରନ୍ତୁ କରନ୍ତୁ ବୋଲି କହିଛି ବିଜେଡି ।

BJD Polavaram Project Review (ETV Bharat Odisha)

ଓଡିଶା ମାନଚିତ୍ରରୁ ଲିଭିଯିବ ଏହି ବ୍ଲକ:

ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ବିଜେଡିର ଏକ ପ୍ରତିନିଧି ଦଳ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲୁ । ବର୍ତ୍ତମାନ ଯାହା ଅବସ୍ଥା ଅଛି, ପୋଲାଭରମ ପ୍ରକଳ୍ପ ଶେଷ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଲୋକ ବାସହରା ହୋଇଯିବେ । ମୋଟୁ ବ୍ଲକ ଓଡିଶା ମାନଚିତ୍ରରେ ଦେଖିବାକୁ ମିଳିବ ନାହିଁ । ଏଭଳି ଏକ ପରିସ୍ଥିତି ହେବାକୁ ଯାଉଛି । ପୋଲାଭରମ ପ୍ରକଳ୍ପ ନକରିବା ଲାଗି ସଚେତନତା କାର୍ଯ୍ୟକ୍ରମ କରିବା ଲାଗି ବିଗତ ଦିନରେ ରାଜ୍ୟ ସରକାର ଓ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି । ଏହା ସତ୍ତ୍ବେ ଚଳିତ ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ଆର୍ଥିକ ବ୍ୟବସ୍ଥା କରିବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ସାଧାରଣ ଲୋକ ବ୍ୟତିବ୍ୟସ୍ତ ଅଛନ୍ତି । ସମସ୍ତେ ଆତଙ୍କ ଭିତରେ ଅଛନ୍ତି । ସେମାନେ ବାସହରା ହୋଇଯିବେ । ସେମାନେ କିପରି ଥଇଥାନ ହେବେ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ । ଏ ସମ୍ପର୍କିତ ଏକ ରିପୋର୍ଟ ବିଜେଡି ସଭାପତିଙ୍କୁ ପ୍ରଦାନ କରିଛୁ । ବିଗତ ଦିନରେ ଏନେଇ ଦାବି ଦିଲ୍ଲୀ ଦରବାରରେ ରହିଛି । ବିଜେଡି ଲୋକଙ୍କ ସ୍ୱାର୍ଥ ସହ ରହିଛି । ମାଲକାନଗିରି ଲୋକଙ୍କ ସହ ଅଛି । ତାଙ୍କ ସମସ୍ୟା ସମାଧାନ ଲାଗି ସବୁ ଦିଗରୁ ଆମେ ଚେଷ୍ଟା କରିବୁ ।"

ପୋଲାଭରମ ବନ୍ଦ କରି ଓଡିଶାକୁ ସୁରକ୍ଷା ଦିଆଯାଉ:

ସେପଟେ ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, "ମାଲକାନଗିରି ଜିଲ୍ଲାର ଯେଉଁ ଅଞ୍ଚଳ କ୍ଷତିଗ୍ରସ୍ତ ହେବାକୁ ଯାଉଛି, ସେଠାକୁ ଯାଇଥିଲୁ । ଏହାର ଏକ ବିସ୍ତୃତ ରିପୋର୍ଟ ବିଜେଡି ସଭାପତିଙ୍କୁ ଦେଇଛୁ । ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ତା କାର୍ଯ୍ୟକ୍ରମ ହାତକୁ ନେବ । ଡବଲ ଇଞ୍ଜିନ ସରକାର କରିବାକୁ ବିଜେପି ଅନୁରୋଧ କରିଥିଲେ । ଡବଲ ଇଞ୍ଜିନ ସରକାର ହେଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାର କ୍ଷତି ପହଁଚାଇବା ଲାଗି ଯୋଜନା କଲେ । 15 ହଜାର କୋଟି ଘୋଷଣା କେନ୍ଦ୍ର ବଜେଟ କଲା । ଫେବୃଆରୀ 2026 ସୁଦ୍ଧା ପ୍ରକଳ୍ପ ଶେଷ କରିବା ଲାଗି ନିଷ୍ପତ୍ତି ହୋଇଛି । ଏ ପର୍ଯ୍ୟନ୍ତ ଓଡିଶା ସରକାର ଏହାକୁ ଅଟକାଇ ନାହାନ୍ତି । ଓଡିଶା ସରକାର ପ୍ରଶ୍ନ ବି ଉଠାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ କିଛି କହିଲେ ନାହିଁ । ମାଲକାନଗିରି ହେଉଛନ୍ତି ଆଦିବାସୀ ଅଞ୍ଚଳ । ମୁଖ୍ୟମନ୍ତ୍ରୀ ନିଜେ ସେ ବର୍ଗର ନେତା । ପ୍ରକଳ୍ପ ବନ୍ଦ ନହେଲେ ମାଲକାନଗିରିର ପ୍ରାୟ 200 ଗାଁ କ୍ଷତିଗ୍ରସ୍ତ ହେବ । ତେଣୁ ଆମର ଦାବି ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ । ଓଡିଶାକୁ ସୁରକ୍ଷା ଦିଆଯାଉ ।

ବିଜେଡି ପ୍ରତିନିଧି ଦଳ:

ବିଜେଡିର ଏହି ପ୍ରତିନିଧି ଦଳରେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ଭୃଗୁ ବକ୍ସିପାତ୍ର, ରମେଶ ମାଝୀ, ମନୋହର ରନ୍ଧାରୀ, ଝିନ୍ନ ହିକ୍କା, ମାନସ ମାଡକାମୀ, ରଘୁରାମ ପଡାଲ, ରବିନାରାୟଣ ନନ୍ଦ, ଈଶ୍ୱର ପାଣିଗ୍ରାହୀ, ସ୍ଥାନୀୟ ଟିମରେ ମାଲକାନଗିରି ଜିଲ୍ଲା ପରିଷଦ ଚେୟାରମ୍ୟାନ ପ୍ରମୁଖ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପୋଲାଭରମ ପ୍ରକଳ୍ପ; ଗ୍ରାଉଣ୍ଡରେ ବିଜେଡି ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍, ଦଳୀୟ ସୁପ୍ରିମୋଙ୍କୁ ଦେବେ ସରଜମିନ ରିପୋର୍ଟ - BJDs fact finding team

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details