ଓଡିଶା

odisha

ETV Bharat / state

ବାଚସ୍ପତିଙ୍କୁ ଅସମ୍ନାନ ! ମୋହନ ସରକାରକୁ ଘେରିଲା ବିଜେଡି, ‘ମହିଳା ସମ୍ମାନ କଥା ବିଜେପି କହିବା ସୈତାନର ବେଦ ପାଠ’ - bjd on speaker issue - BJD ON SPEAKER ISSUE

BJD on speaker issue; Chaos Erupts In Odisha Assembly As BJD MLAs Try To Climb Speaker's Podium: ବିଜେଡ଼ି ସରକାର ଥିବା ବେଳେ ଏକ କଳଙ୍କିତ ଅଧ୍ୟାୟ ଲେଖାଯାଇଛି । ନବୀନ ସରକାର ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିବାକୁ ଯାଇ ଓଡିଶାରେ ପ୍ରଥମ ଥର ଜଣେ ମହିଳାଙ୍କୁ ବାଚସ୍ପତି କରିଥିଲେ କହିଲା ବିଜେଡି । ଅଧିକ ପଢନ୍ତୁ

ମୋହନ ସରକାରକୁ ଘେରିଲା ବିଜେଡି
ମୋହନ ସରକାରକୁ ଘେରିଲା ବିଜେଡି (ETV Bharat Odisha)

By ETV Bharat Odisha Team

Published : Aug 24, 2024, 8:38 AM IST

Updated : Aug 24, 2024, 9:06 AM IST

ଭୁବନେଶ୍ବର:ବିଜେଡି ବିଧାୟକ ବାଚସ୍ପତିଙ୍କୁ ଅସମ୍ମାନ ଅଭିଯୋଗର ଜବାବ ରଖିଛି ବିଜେଡ଼ି । ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ଓ ସୋଫିଆ ଆଲମ । ମହିଳା ସମ୍ମାନ କଥା ବିଜେପି କହିବା ସୈତାନର ବେଦ ପାଠ ସଦୃଶ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ମହିଳାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ବିଜେଡି ଉଦାହରଣ ସୃଷ୍ଟି କରିଛି ବୋଲି ଦଳ କହିଛି ।ବାଚସ୍ପତିକୁ ଅସମ୍ମାନ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, "ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସମୟରେ ବାଚସ୍ପତି ସୁରମା ପାଢିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ । ଚିକିଟି ମଦ ମୃତ୍ୟୁ ଓଡିଶାରେ ଚହଳ ପକାଇଛି । ବିଜେଡି ବିଧାୟକ ମାନେ ବିଧାନସଭା ଭିତରେ ଗଣତାନ୍ତ୍ରିକ ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ବିଜେଡି ବିଧାୟକଙ୍କ ଏହି ପ୍ରଦର୍ଶନ ଦ୍ୱାରା ବାଚସ୍ପତି ସୁରମା ପାଢ଼ୀଙ୍କ ପ୍ରତି ଆସମ୍ମାନ ହୋଇଥିବା ବିଜେପି ସଭାନେତ୍ରୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିର୍ତ୍ତିହୀନ । ବିଜେପି ଦ୍ୱାରା ମହିଳାଙ୍କୁ ସମ୍ମାନ ପ୍ରଦାନ ନାମରେ ସ୍ୱର ଉତ୍ତୋଳନ କରିବା ସୈତାନର ବେଦପାଠ ସଦୃଶ୍ୟ ।"

ଏହା ବି ପଢନ୍ତୁ- ବିଧାନସଭାରେ ଉଠିଲା ମଦ ପ୍ରସଙ୍ଗଠୁ ଆଳୁ ମିଶନ, ନୂଆ-ଓ ଯୋଜନାରେ କେତେ ଖର୍ଚ୍ଚ କରିଛି ବିଜେଡି ଉତ୍ତର ରଖିଲେ ମନ୍ତ୍ରୀ - Hooch tragedy heat Odisha Assembly

ଇପ୍ସିତା ଆହୁରି ମଧ୍ୟ କହିଛନ୍ତି, "ବିଜେଡ଼ି ସରକାର ଥିବା ବେଳେ ଏକ କଳଙ୍କିତ ଅଧ୍ୟାୟ ଲେଖାଯାଇଛି । ନବୀନ ସରକାର ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିବାକୁ ଯାଇ ଓଡିଶାରେ ପ୍ରଥମ ଥର ଜଣେ ମହିଳାଙ୍କୁ ବାଚସ୍ପତି କରିଥିଲେ । ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ ପ୍ରମିଳା ମଲ୍ଲିକ । ପ୍ରମିଳା ବାଚସ୍ପତି ଭାବେ ଆସନରେ ବସିଥିବାବେଳେ ସେତେବେଳେ ବିରୋଧୀ ଦଳରେ ଥିବା ବିଧାୟକ ମାନେ ତାଙ୍କ ଉପରକୁ ଡାଲି ଫିଙ୍ଗିଥିଲେ । ସେତେବେଳେ ମହିଳାଙ୍କ ପ୍ରତି ଏହି ଆସମ୍ମାନକୁ ବିଜେପି ଭୁଲି ଯାଇଥିଲା କି ? 33 ପ୍ରତିଶତ ମହିଳା ସଂରକ୍ଷଣ ବିଲ କେନ୍ଦ୍ର ସରକାର ପାରିତ କରିଛନ୍ତି । ଯଦି 33 ପ୍ରତିଶତ ଆସନ ଏଥର ନିର୍ବାଚନରେ ଦେଇଥାନ୍ତେ ତାହାଲେ ମହିଳାଙ୍କ କଥା କହିଥିଲେ ଭଲ ଲାଗିଥାନ୍ତା । ବିଧାନସଭାରେ ବିଜେପିର 81 ବିଧାୟକଙ୍କ ମଧ୍ୟରୁ 5 ମହିଳା ଅଛନ୍ତି । ବିଜେଡିର 51ରୁ 5 ମହିଳା ବିଧାୟକ ଅଛନ୍ତି । ପ୍ରାର୍ଥୀ ଭାବେ ଲୋକସଭାରେ 33 ପ୍ରତିଶତ ମହିଳାଙ୍କୁ ବିଜେଡି ଟିକେଟ ଦେଇଥିଲା । ସେହିପରି ବିଧାନସଭାରେ ମଧ୍ୟ ଅଧିକ ସିଟ ମହିଳାଙ୍କୁ ବିଜେଡି ଦେଇଥିଲା ।"



ବିଜେଡି ମୁଖପାତ୍ର ସୋଫିଆ ଆଲମ କହିଛନ୍ତି, "ଗଣତନ୍ତ୍ରର ତଣ୍ଟି ଚିପି ବିଜେପି କଳୁଷିତ ଅଧ୍ୟାୟ ସୃଷ୍ଟି କରୁଛି । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ମମତା ମହନ୍ତଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କଲା । ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ନାମାଙ୍କନ ଭରିବାର ଘଣ୍ଟାଏ ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ସମାନ ପଦ ପାଇଁ ନାମାଙ୍କନ କରିଛନ୍ତି । ଏମିତି ଚିତ୍ର ଭାରତୀୟ ରାଜନୀତିରେ ଦେଖିବାକୁ ମିଳିନଥିଲା । ଗୋଟିଏ ସିଟ ଲାଗି ଗୋଟେ ଦଳର ଦୁଇ ଜଣ ପ୍ରାର୍ଥୀ ଦଳୀୟ ବିଧାୟକଙ୍କ ସମର୍ଥନରେ ନାମାଙ୍କନ କରିବା ଆଶ୍ଚର୍ଯ୍ୟର କଥା । ଏହା ମମତା ମହନ୍ତ, ମହନ୍ତ ସମ୍ପ୍ରଦାୟ ଓ ମହିଳାଙ୍କ ପ୍ରତି ସମ୍ମାନ ଥିଲା କି ବୋଲି ବିଜେପିକୁ ପ୍ରଶ୍ନ କରୁଛୁ । କୌଣସି ଦଳ ମହିଳାଙ୍କୁ କେତେ ସମ୍ମାନ ଦିଏ ସେ ଦଳର ଟିକେଟ ଘୋଷଣାରୁ ଜଣାପଡେ । ଓଡିଶାର ପ୍ରଥମ ମହିଳା ବାଚସ୍ପତି ବିଜେଡି ସରକାର ସମୟରେ ହୋଇଥିଲେ । ବିଜେଡି ମହିଳାଙ୍କୁ ସମ୍ମାନ ଦେବା ଯଥେଷ୍ଟ ଜାଣିଛି । ବାଚସ୍ପତିଙ୍କ ପ୍ରତି ବିଜେଡିର ଯଥେଷ୍ଟ ସମ୍ମାନ ରହିଛି । ମଦ ମୃତ୍ୟୁ ପ୍ରସଙ୍ଗରେ ଦାଇତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ଭାବେ ବିଜେଡି ସ୍ୱର ଉତ୍ତୋଳନ କରିଛି । ଗୃହରେ ବିରୋଧ କରିଛନ୍ତି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି ଗଣତାନ୍ତ୍ରିକ ପ୍ରକ୍ରିୟା ଭିତରେ ହୋଇଛି ।"

Last Updated : Aug 24, 2024, 9:06 AM IST

ABOUT THE AUTHOR

...view details