ବାଲେଶ୍ବର: ଅଦିନିଆ ବର୍ଷାରେ ଅମଳ ଧାନ ନଷ୍ଟ ହେବା ଏବଂ ଏହାର ଉପଯୁକ୍ତ ଭାବେ ସର୍ଭେ କରାଯାଇ ନଥିବା ଅଭିଯୋଗରେ ବାଲେଶ୍ୱର ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡ଼ା, ବସ୍ତା ବିଧାୟିକା ସୁବାସିନୀ ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ପୂର୍ବତନ ସଦର ବିଧାୟକ ସ୍ୱରୂପ ଦାସ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କ କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରିବା ଏବଂ ମଣ୍ଡିରେ ତୁରନ୍ତ ଧାନ କିଣିବା ନେଇ ଦାବି ଉପସ୍ଥାପନ କରାଯାଇଥିଲା ।
- ବିଜେପି ସରକାର ଆସିବା ପରେ କୃଷକଙ୍କ ଉପରେ ଚଡକ ପଡିଛି: ବିଜେଡି
ଦାବି ସମ୍ପର୍କରେ ଏବଂ କୃଷକମାନଙ୍କ ପାଇଁ କେଉଁ ବ୍ୟବସ୍ଥା କରାଯିବା ଉଚିତ ଯାହା ଦାବିପତ୍ରରେ ରହିଛି ସେନେଇ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ଓଡ଼ିଶାରେ ବର୍ତ୍ତମାନ ନୂଆ ସରକାର ଆସିବ ପରେ କୃଷକମାନଙ୍କ ଉପରେ ଚଡକ ପଡିଛି। ଗୋଟିଏ ଚଡକ ପ୍ରକୃତିର ପଡ଼ିଛି ଆଉ ଗୋଟିଏ ଚଡକ ସରକାରଙ୍କର ପଡିଛି। ଯେବେଠାରୁ ନୂଆ ସରକାର ଆସିଲେ ଚାଷୀମାନଙ୍କର ଧାନ କିଣାକୁ ନେଇକି ସମସ୍ୟା ଆରମ୍ଭ ହେଲା। ଏବେ ପଶ୍ଚିମ ଓଡିଶା କିମ୍ବା ଦକ୍ଷିଣ ଓଡିଶାରେ ଯେଉଁଠି ଧାନ କିଣା ଆରମ୍ଭ ହୋଇଯାଇଛି ସେଠି ମଧ୍ୟ ଧାନ ଉଠି ପାରୁନାହିଁ। ମଣ୍ଡିରେ ଭୀଷଣ ଅବ୍ୟବସ୍ଥା। କେଉଁଠି ଟୋକନ ଆସିନାହିଁ, କେଉଁଠି FAQ ମାନ ପାଇଁ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି ।’’
ଏହା ମଧ୍ୟ ପଢନ୍ତୁ:- ଜିରୋ-ନାଇଟ୍ରେ ପୋଲିସର ଜିରୋ ଟଲେରାନ୍ସ ନୀତି, ଜାରି ହେଲା ଗାଇଡଲାଇନ୍ |