ଓଡିଶା

odisha

By ETV Bharat Odisha Team

Published : Mar 6, 2024, 6:01 PM IST

ETV Bharat / state

ସରିଲା ସାତକୋଶିଆ ପକ୍ଷୀ ସର୍ବେକ୍ଷଣ

Bird Census Over At Satkosia Wildlife Sanctuary: ଚଳିତ ବର୍ଷ ପ୍ରାୟ ୩୧୦ ପ୍ରଜାତିର ପକ୍ଷୀ ରହିଥିବା ଆକଳନ କରାଯାଇଛି । ଏହି ସର୍ବେକ୍ଷଣରେ ୩୨ଜଣ ପକ୍ଷୀ ବିଶେଷଜ୍ଞ ଅଂଶ ଗ୍ରହଣ କରିଥିଲେ ।ଅଧିକ ପଢନ୍ତୁ

ସରିଲା ସାତକୋଶିଆ ପକ୍ଷୀ ସର୍ବେକ୍ଷଣ
ସରିଲା ସାତକୋଶିଆ ପକ୍ଷୀ ସର୍ବେକ୍ଷଣ

ସରିଲା ସାତକୋଶିଆ ପକ୍ଷୀ ସର୍ବେକ୍ଷଣ

ଅନୁଗୋଳ: ଗତ ତିନିଦିନ ଧରି ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଚଳିଥିବା ପକ୍ଷୀ ସର୍ବେକ୍ଷଣ ଶେଷ ହୋଇଛି । ଦେଶର ବିଭିନ୍ନ ରାଜ୍ୟରୁ 32 ଜଣ ପକ୍ଷୀ ବିଶେଷଜ୍ଞ ଏହି ସର୍ବେକ୍ଷଣରେ ଭାଗ ନେଇ ଅଭୟାରଣ୍ୟରେ ପକ୍ଷୀ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସାତକୋଶିଆରେ ଦ୍ୱିତୀୟ ଥର ପାଇଁ ଏହି ସର୍ବେକ୍ଷଣ କରାଯାଇଛି ।

ଗତ ୩ତାରିଖ ଠାରୁ ସାତକୋଶିଆରେ ଆରମ୍ଭ ହୋଇଥିବା ସ୍ଥଳ ପକ୍ଷୀ ସର୍ବେକ୍ଷଣ ଗତକାଲି ଶେଷ ହୋଇଛି । ୩ଦିନ ଧରି ରାଜ୍ୟର କେବଳ ସାତକୋଶିଆରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଗତ ବର୍ଷ ପ୍ରଥମ ଥର ପାଇଁ ସ୍ଥଳ ପକ୍ଷୀ ସର୍ବେକ୍ଷଣ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ରାଜସ୍ଥାନ, ଗୋଆ, ଆସାମ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୩୨ଜଣ ପକ୍ଷୀ ବିଶେଷଜ୍ଞ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରେ ଦୁଇ ଜଣ ଲେଖାଏଁ ବିଶେଷଜ୍ଞ ରହି ପକ୍ଷୀ ସର୍ବେକ୍ଷଣ କରିଥିଲେ । ପକ୍ଷୀ ମାନଙ୍କ ରାବ ଶୁଣି ଏବଂ ସେମାନଙ୍କ ଫୋଟ ଉଠାଇ ଚିହ୍ନଟ କରି ସର୍ବେକ୍ଷଣ କରାଯାଇଥିଲା । ଗତ ବର୍ଷ ସର୍ବେକ୍ଷଣରୁ ଏଠାରେ ୨୪୮ପ୍ରଜାତିର ସ୍ଥଳ ପକ୍ଷୀ ଥିବା ଜଣା ପଡିଥିଲା ।

ତେବେ ଚଳିତ ବର୍ଷ ଏହି ପ୍ରଜାତି ବଢିଥିବା ଅନୁମାନ କରାଯାଉଛି । ପ୍ରାୟ ୩୧୦ପ୍ରଜାତିର ପକ୍ଷୀ ଥିବା ଚଳିତ ସର୍ବେକ୍ଷଣରୁ ଜଣା ପଡ଼ିଛି । କିଛି ନୂଆ ପ୍ରଜାତିର ସ୍ଥଳ ପକ୍ଷୀ ସତକୋଶିଆକୁ ଆସିଥିବା ବିଶେଷଜ୍ଞ ମାନେ କହିଛନ୍ତି । ଯାହାକି ସାତକୋଶିଆ ପାଇଁ ଏକ ଶୁଭ ଖବର । ଗତକାଲି ଟିକରପଡା ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାତକୋଶିଆ ଡ଼ିଏଫଓଙ୍କ ସମେତ ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ସମସ୍ତ ବିଶେଷଜ୍ଞ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା କହିଥିଲା । ସାତକୋଶିଆର ଜୈବ ବିବିଧତା ସାରା ଦେଶରେ ବିରଳ ବୋଲି କହିଥିଲେ ପକ୍ଷୀ ବିଶେଷଜ୍ଞ ।

ଏହା ମଧ୍ୟ ପଢନ୍ତୁ ....ସାତକୋଶିଆରେ ପକ୍ଷୀ ଗଣନା, ଦେଶର 32 ପକ୍ଷୀ ବିଶେଷଜ୍ଞ ସାମିଲ

ସାତକୋଶିଆ ମହାନଦୀ ଗଣ୍ଡରେ ପ୍ରତିବର୍ଷ ଜଳଚର ପକ୍ଷୀ ଗଣନା କରାଯାଏ । ହେଲେ ଏତେ ବଡ଼ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ସ୍ଥଳ ପକ୍ଷୀ ଥିବାରୁ ସର୍ବେକ୍ଷଣ କରାଯିବାର ଆବଶ୍ୟକତା ରହିଛି । ଯାହାକୁ ଦୃଷ୍ଟିରେ ରଖି ଗତ ବର୍ଷଠାରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପକ୍ଷୀମାନଙ୍କର ପରିବେଶ ସନ୍ତୁଳନ ପାଇଁ ବହୁତ ବଡ ଭୂମିକା ରହିଛି । ଛୋଟ ଛୋଟ ପକ୍ଷୀ ଅନ୍ୟର ଆହାର ମଧ୍ୟ ହୋଇଥାଆନ୍ତି । ତେଣୁ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ । ପକ୍ଷୀମାନଙ୍କ ସମ୍ପର୍କରେ ଜାଣିଲେ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇପାରିବ । ଏସବୁ ଦୃଷ୍ଟିରୁ ସାତକୋଶିଆ କର୍ତ୍ତୃପକ୍ଷ ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details