ETV Bharat / entertainment

ଅଭିଷେକଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ଲଗାଇଲେ ବ୍ରେକ୍, ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ୍ କଲେ ପ୍ଲଣ୍ଟ୍ - Aishwarya Rai In Paris Fashion Week

author img

By ETV Bharat Entertainment Team

Published : 2 hours ago

Aishwarya Rai Paris Fashion Week: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ବିଚ୍ଛେଦ ନେଇ ଅନେକ ଦିନରୁ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଏହି ଚର୍ଚ୍ଚାରେ ବ୍ରେକ ଲଗାଇଛନ୍ତି ଐଶ୍ୱର୍ଯ୍ୟା । ଅଭିନେତ୍ରୀ ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ ପ୍ଲଣ୍ଟ କରୁଥିବା ନଜର ଆସିଛନ୍ତି । ଯାହାର ଭିିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଭିଷେକଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ଲଗାଇଲେ ବ୍ରେକ୍, ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ୍ କଲେ ପ୍ଲଣ୍ଟ୍
ଅଭିଷେକଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ଲଗାଇଲେ ବ୍ରେକ୍, ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ୍ କଲେ ପ୍ଲଣ୍ଟ୍ (Getty-ANI)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଯିଏକି 'ରାମ୍ପ ରାଣୀ' ଭାବରେ ଜଣାଶୁଣା, 23 ସେପ୍ଟେମ୍ବରରେ ପ୍ୟାରିସ ଫ୍ୟାଶନ ୱିକରେ ଗ୍ଲାମର ଲୁକ ସହ ନିଆଁ ଲଗାଇଛନ୍ତି । ଐଶ୍ୱର୍ଯ୍ୟା ଏକ ଲାଲ ରଙ୍ଗର ଆଉଟଫିଟରେ ଗର୍ଜିୟସ ଲୁକରେ ନଜର ଆସିଥିବା ବେଳେ ତାଙ୍କ ହାତରେ ୱେଡିଂ ରିଙ୍ଗ ନେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନା ଅନୁସାରେ, ଅନେକ ଦିନରୁ ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ ପ୍ଲଣ୍ଟ କରି ବିବାହ ବିଚ୍ଛେଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଐଶ୍ୱର୍ଯ୍ୟା ।ତେବେ ଏହି ଫ୍ୟାଶନ ଇଭେଣ୍ଟର ଅନେକ ଭିିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ୟାରିସ୍ ଫ୍ୟାଶନ ୱିକରେ ଐଶ୍ୱର୍ଯ୍ୟା ରାୟ
ପ୍ୟାରିସ୍ ଫ୍ୟାଶନ ୱିକରେ ଐଶ୍ୱର୍ଯ୍ୟା ରାୟ (ANI)

ୱେଡିଂ ରିଙ୍ଗ ପ୍ଲଣ୍ଟ କଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଯିଏ 'ରାମ୍ପ ରାଣୀ' ଭାବରେ ଜଣାଶୁଣା, ସେପ୍ଟେମ୍ବର 23 ରେ ପ୍ୟାରିସ ଫ୍ୟାଶନ ୱିକରେ ସାମିଲ ହୋଇଥିଲେ । ଏହି ସମୟରେ ସେ ଏକ ବେଲୁନ୍-ହେମ୍ ଲାଲ୍ ରଙ୍ଗର ଆଉଟଫିଟରେ ରାମ୍ପ ୱାକ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିସହ ସେ ନମସ୍ତେ କରି ସମସ୍ତଙ୍କୁ ଅଭିଭାଦନ ଜଣାଇଥିଲେ । ଏହି ସମୟରେ ତାଙ୍କ ହାତରେ ବିବାହ ରିଙ୍ଗ ଥିବା ଦେଖିବାକୁ ମିଳିଥିଲା ।

ଐଶ୍ୱର୍ଯ୍ୟା ରାୟ- ଅଭିଷେକ ବଚ୍ଚନ
ଐଶ୍ୱର୍ଯ୍ୟା ରାୟ- ଅଭିଷେକ ବଚ୍ଚନ (ANI)

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବିବାହ ବିଚ୍ଛେଦ ଚର୍ଚ୍ଚା

ମିଡିଆ ରିପୋର୍ଟ ଅନୁଯାୟୀ, ସାଇମା 2024 ପୂର୍ବରୁ ଅଭିନେତ୍ରୀଙ୍କ ହାତରେ ରିଙ୍ଗ ନଥିଲା । କେବଳ ଏତିକି ନୁହେଁ ନିକଟରେ ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟ ଏକତ୍ର ହାଇ-ପ୍ରୋଫାଇଲ୍ ଇଭେଣ୍ଟରେ ଯୋଗ ନଦେବା ଖବର ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ମଧ୍ୟ ଐଶ୍ୱର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା ପରିବାରର ଅନ୍ୟମାନଙ୍କଠାରୁ ପୃଥକ ଭାବରେ ପହଞ୍ଚି ସେମାନଙ୍କ ଫଟୋ ପୃଥକ ଭାବରେ କ୍ଲିକ୍ କରିଥିଲେ। ଅନନ୍ତ-ରାଧିକାଙ୍କ ରିସେପ୍ସନରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏପରିକି ଏବେ ଐଶ୍ୱର୍ଯ୍ୟା ଆରଧ୍ୟାଙ୍କ ସହ ବଚ୍ଚନ ଘର ଛାଡ଼ି ନିଜ ମାଆଙ୍କ ସହ ରହୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଯାହା ପରେ ଉଭୟଙ୍କ ବିଚ୍ଛେଦ ଚର୍ଚ୍ଚା ନେଇ ଆଲୋଚନା ହେଉଥିଲା । ତେବେ ବର୍ତ୍ତମାନ ଫ୍ୟାଶନ ୱିକରେ ଏହି ରିଙ୍ଗ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ଛାଡପତ୍ର ରୁମର ଖବର ଉପରେ ବ୍ରେକ ଲଗାଇଛି ।

ଐଶ୍ୱର୍ଯ୍ୟା ରାୟ- ଅଭିଷେକ ବଚ୍ଚନ
ଐଶ୍ୱର୍ଯ୍ୟା ରାୟ- ଅଭିଷେକ ବଚ୍ଚନ (ANI)

ଏହା ମଧ୍ୟ ପଢନ୍ତୁ: ଫଟୋ ପାଇଁ ଟ୍ରୋଲ ହେଲେ ଐଶ୍ୱର୍ଯ୍ୟା, ୟୁଜର୍ସ କହିଲେ ଯେମିତି ଅଛ ସେମିତି ନିଜକୁ ସ୍ବୀକାର କର

ସୂଚନା ଥାଉ କି, ଅଭିଷେକ ଏବଂ ଐଶ୍ବର୍ଯ୍ୟା ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ । ଦୁହେଁ ଗୁରୁ, ଧୁମ୍ ୨ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ନଭେମ୍ବର ୧୬, ୨୦୧୧ରେ ସେମାନେ ଝିଅ ଆରାଧ୍ୟାଙ୍କ ପିତାମାତା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବଚ୍ଚନ ପରିବାରରେ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ ସମ୍ପତ୍ତି ଜାଣନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.