ETV Bharat / technology

ଗୁରୁବାର ସୁନୀତାଙ୍କ ରେସ୍କ୍ୟୁ ମିଶନ ଲଞ୍ଚ; ବାଧା ସାଜିପାରେ ବାତ୍ୟା - Sunita rescue mission Launch

Sunita Williams Rescue Mission: ଗୁରୁବାର ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ରେସ୍କ୍ୟୁ ମିଶନ ଲଞ୍ଚ । ବାଧା ସାଜିପାରେ ବାତ୍ୟା । ପଢନ୍ତୁ ପୂରା ଖବର..

Sunita Williams Rescue Mission
Sunita Williams Rescue Mission (NASA)
author img

By ETV Bharat Tech Team

Published : Sep 24, 2024, 12:10 PM IST

ନୂଆଦିଲ୍ଲୀ: ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲରେ 8ଦିନ ପାଇଁ ମହାକାଶ ଯାଇ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ତାଙ୍କୁ ପୃଥିବୀ ସୁରକ୍ଷିତ ଫେରାଇ ଆଣିବା ଲାଗି ଆସନ୍ତା ଗୁରୁବାର (ସେପ୍ଟେମ୍ବର 26)ରେ ନାସା ଓ ଏଲନ ମସ୍କଙ୍କ SpaceX ପକ୍ଷରୁ କ୍ରୁ-9 ମିଶନ ଲଞ୍ଚ ହେବାକୁ ଯାଉଛି । ଏହି ମିଶନ ବହୁ ଗୁରୁତ୍ବପୂର୍ଣ୍ଣ କାରଣ ଏହା ସୁନୀତା ଓ ସହ ମହାକାଶଚାରୀ ୱିଲମୋରଙ୍କୁ ନେଇ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀ ଫେରିବ । କିନ୍ତୁ ଏହି ମିଶନରେ ବାଧା ସାଜିପାରେ ଟ୍ରପିକାଲ ସାଇକ୍ଲୋନ-9 । ଯାହାକି ମେକ୍ସିକୋ ଓ ଫ୍ଲୋରିଡାର ପଶ୍ଚିମ ଉପକୂଳ ଅଞ୍ଚଳରେ ଘନେଇବାରେ ଲାଗିଛି ।

ସୁନୀତାଙ୍କ ରେସ୍କ୍ୟୁ ମିଶନ:-

ଗୁରୁବାର ଏହି ମିଶନ ଲଞ୍ଚ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ମିଶନରେ 2ଟି ମହାକାଶଚାରୀ ଯିବାକୁ ଥିବା ବେଳେ ଆଉ 2ଟି ସିଟ୍‌ ସୁନୀତା ଓ ତାଙ୍କ ସହଯୋଗୀଙ୍କ ଲାଗି ଖାଲି ରହିବ । ସେମାନେ 2025 ଫେବୃଆରୀରେ ପୃଥିବୀ ଫେରିବେ । ହେଲେ ମିଶନଟି ଏବେ ବାଧାର ସମ୍ମୁଖୀନ ହୋଇଛି । ମେକ୍ସିକୋ ଓ ଫ୍ଲୋରିଡାର ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା-9 (Tropical Cyclone-9) ଏହି ମିଶନକୁ ପ୍ରଭାବିତ କରିପାରେ । ତେବେ ନାସା, ସ୍ପେସ୍ ଏକ୍ସ ଏବଂ ଆମେରିକାର ସ୍ପେସ୍ ଫୋର୍ସର 45ତମ ପାଣିପାଗ ସ୍କ୍ବାଡ୍ରୋନ୍ ଟ୍ରପିକାଲ୍ ସାଇକ୍ଲୋନ୍-9 ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

କ୍ରୁ-9 ମିଶନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ:-

ସୁନୀତାଙ୍କୁ ଫେରାଇ ଆଣିବା ଲାଗି ଲଞ୍ଚ ହେବାକୁ ଥିବା କ୍ରୁ-9 ମିଶନର ଯାଞ୍ଚ ସଫଳତାର ସହିତ ଶେଷ ହୋଇଛି । ଏହି ମିଶନରେ ନାସା ମହାକାଶଚାରୀ ନିକ୍‌ ହଗ୍‌ (Nick Hague) ମିଶନ କମାଣ୍ଡର ଥିବା ବେଳେ ରୋସ୍କୋସମସ କସମୋନଟ୍‌ ମିଶନ ସ୍ପେଶାଲିଷ୍ଟ ଅଛନ୍ତି । ସ୍ପେଶଏକ୍ସ ଡ୍ରାଗନ ସ୍ପେଶକ୍ରାଫ୍ଟ (SpaceX Dradn Spacecraft) ଲଞ୍ଚ କରିବା ଲାଗି ଫାଲକନ 9 ରକେଟ (Falcon 9 Rocket)ର ସାହାଯ୍ୟ ନିଆଯିବ, ଯାହାକି ମଙ୍ଗଳବାର କେପ କାନାଭେରାଲ ସ୍ପେଶ ଫୋର୍ସ ଷ୍ଟେସନରେ ରଖାଯାଇଛି । ରକେଟ୍‌ର ଇଞ୍ଜିନ ଠିକ ଅଛି କି ନାହିଁ ସେଥିଲାଗି ଏକ ଫାୟାର ଟେଷ୍ଟ ମଧ୍ୟ ଖୁବଶୀଘ୍ର କରାଯିବ ।

5ମାସ ମହାକାଶରେ ରହିବେ କ୍ରୁ-9 ମହାକାଶଚାରୀ:-

ଥରେ ଏହି ମିଶନ ଲଞ୍ଚ ହେବା ପରେ କ୍ରୁ-9 ମିଶନର ମହାକାଶଚାରୀ 5ମାସ ଧରି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ରହିବେ । ଏହି ସମୟରେ ସେମାନେ ବିଭିନ୍ନ ପ୍ରକାର ଗବେଷଣା ସହିତ ସ୍ପେଶୱାକ୍‌ ମଧ୍ୟ କରିବେ ବୋଲି ଜଣାପଡ଼ିଛି ।

Also Read: Boeing Starliner Return: ମହାକାଶରୁ ଖାଲି ସିଟ୍‌ ଫେରିଲା ଷ୍ଟାରଲାଇନର; ସୁନୀତା କେଉଁଠି ରହିବେ କଣ କରିବେ ?

ତେବେ ଏହି ଗୁରୁତ୍ବପୂର୍ଣ୍ଣ ମିଶନ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତଙ୍କ ନଜର ପାଣିପାଗ ଉପରେ ରହିଛି । ଯଦି ପାଗ ଅନୁକୂଳ ରହେ, ଏହି ମିଶନ ଧାର୍ଯ୍ୟ ସମୟ ସେପ୍ଟେମ୍ବର 26 ତାରିଖରେ ଲଞ୍ଚ ହେବ । ନଚେତ ଏହାକୁ ସ୍ଥଗିତ ରଖାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.