ଭୁବନେଶ୍ବର: ମହଙ୍ଗା ପଡିଲା ମହିଳା ସାମ୍ବାଦିକଙ୍କୁ ଅସଦାଚରଣ । କୁକୁର ଛାଡି ଫସିଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ । ରଘୁନନ୍ଦନ ଦାସ ନାଁରେ ରୁଜୁ ହୋଇଛି ମାମଲା । କେସ ନମ୍ବର ୩୩୬ରେ ମାମଲା ରୁଜୁ କରି କ୍ୟାପିଟାଲ ଥାନା ପୋଲିସ ପୂର୍ବତନ ମନ୍ତ୍ରୀଙ୍କ କ୍ବାଟରରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।
ବରିଷ୍ଠ ବିଜେଡି ନେତାଙ୍କ ନାଁରେ ଲାଗିଛି ସଙ୍ଗୀନ ଦଫା: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଦଫା ୩୫୪ଅସଦାଚରଣ କରିବା, ୩୨୩ ଆଘାତ କଲା ଭଳି ବାଧା ଦେବା,୨୯୪ ସର୍ବସାଧାରଣରେ ଗାଳି ଗୁଲଜ କରିବା,୫୦୬ ଅପରାଧିକ ମାନସିକତାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ । କ୍ୟାପିଟାଲ ଥାନାର ଜଣେ ଅତିରିକ୍ତ ଆଇଆଇସି ନେତୃତ୍ବରେ ଏକ ପୋଲିସ ଟିମ୍ ତାଙ୍କ କ୍ବାଟରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ପୋଲିସର ଖୋଳତାଡ ଆରମ୍ଭ: ପୋଲିସର ଏକ ଟିମ ତାଙ୍କୁ ପଚରାଉଚରା କରିବା ସହ ଘଟଣା ସ୍ଥଳରେ ସିସିଟିଭି ଯାଞ୍ଚ କରିଛନ୍ତି । ଏଥିସହ ମୋବାଇଲରେ କଏଦ କରାଯାଇଥିବା ଭିଡିଓ ମଧ୍ୟ ସଂଗ୍ରହ କରିଛି ପୋଲିସ । କେଉଁ ପରିସ୍ଥିତିରେ ସେ ମହିଳା ସାମ୍ବାଦିକଙ୍କୁ ଅସଦାଚରଣ କଲେ ଏନେଇ ସମସ୍ତ ପରିସ୍ଥିତି ଓ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ପୋଲିସ । ରଘୁ ନନ୍ଦନଙ୍କୁ ତାଙ୍କ କ୍ବାଟରରେ ପଚରାଉଚରା କରାଯାଇଛି ।