କେନ୍ଦ୍ରାପଡା: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଭିତରକନିକା ଜାତୀୟ ଉଦ୍ୟାନରେ ବଢ଼ିଲେ ବଉଳା କୁମ୍ଭୀର । ଗତବର୍ଷ ତୁଳନାରେ ଚଳିତବର୍ଷ ପନ୍ଦରଟି କୁମ୍ଭୀର ବଢିଥିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।
ବଢିଲେ 15 ବଉଳା କୁମ୍ଭୀର:
ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ‘ଚଳିତବର୍ଷ 22ଟି ଟିମ୍ ଗଠନ କରାଯାଇ 19 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଗଣନା କରାଯାଇଥିଲା । ଦିନ ବେଳେ ବଡ଼ ଓ ରାତିରେ ଟର୍ଚ୍ଚ ଲାଇଟ୍ ମାଧ୍ୟମରେ 6 ଫୁଟରୁ କମ୍ କୁମ୍ଭୀର ଗଣନା କରାଯାଇଥିଲା । ଗତବର୍ଷ 1811ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତବର୍ଷ 1826କୁ ଏହି କୁମ୍ଭୀର ସଂଖ୍ୟା ବୃଦ୍ଧି ହୋଇଛି ।’
- ବଢିଲେ ବଉଳା କୁମ୍ଭୀରଙ୍କ ସଂଖ୍ୟା
- ଗତବର୍ଷ ଥିଲେ 1811 କୁମ୍ଭୀର
- ଚଳିତ ବର୍ଷ ଏହି ସଂଖ୍ୟା ପହଞ୍ଚିଛି 1826କୁ
3 ଦିନ ଚାଲିଥିଲା କୁମ୍ଭୀର ଗଣନା:
ଭିତରକନିକାରେ 3 ଦିନ ଧରି ଚାଲିଥିଲା କୁମ୍ଭୀର ଗଣନା । ଗତ 19 ଜାନୁଆରୀରୁ 21 ଜାନୁଆରୀ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯାଇଥିଲା । ଏଥିପାଇଁ 22ଟି ଟିମ ନିୟୋଜିତ ଥିଲେ । ତେବେ କୁମ୍ଭୀର ଗଣନା ପାଇଁ ଗତ 14ରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା ।
କୁମ୍ଭୀର ଗଣନା ରିପୋର୍ଟ (2025):
- ହାଚେଲିଂ(2 ଫୁଟିଆ) 585ଟି
- ୟାର୍ଲେଲିଂ (ବର୍ଷକର 2 ରୁ 3 ଫୁଟ) 403ଟି
- ଜୁଭେନାଇଲ (3ରୁ 6 ଫୁଟ) 328ଟି
- ସବ୍ଆଡଲ୍ଟ(6 ଫୁଟରୁ8 ଫୁଟ) 164ଟି
- ଆଡଲ୍ଟ(8 ଫୁଟରୁ ଅଧିକ) 346ଟି
କୁମ୍ଭୀର ଗଣନା ରିପୋର୍ଟ (2024)
- ହାଚେଲିଂ(2 ଫୁଟିଆ) 582ଟି
- ୟାର୍ଲେଲିଂ (ବର୍ଷକର 2 ରୁ 3 ଫୁଟ) 387ଟି
- ଜୁଭେନାଇଲ (3ରୁ 6 ଫୁଟ) 327ଟି
- ସବ୍ଆଡଲ୍ଟ(6 ଫୁଟରୁ 8 ଫୁଟ) 167ଟି
- ଆଡଲ୍ଟ(8 ଫୁଟରୁ ଅଧିକ) 348ଟି
କେବେଠୁ ହେଉଛି କୁମ୍ଭୀର ଗଣନା ?