ଓଡିଶା

odisha

ETV Bharat / state

ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବାକୁ ଗୁରୁତ୍ବ, ଭଦ୍ରକ ପୋଲିସକୁ ପ୍ରଶିକ୍ଷଣ - General Election Training

General Election Training: ଚଳିତ ସାଧାରଣ ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ପ୍ରଶିକ୍ଷଣ ଶିବିର । ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଆୟୋଜନ କରିବାକୁ ଗୁରୁତ୍ୱ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ପୋଲିସକୁ ପ୍ରଶିକ୍ଷଣ
ନିର୍ବାଚନ ପୂର୍ବରୁ ପୋଲିସକୁ ପ୍ରଶିକ୍ଷଣ

By ETV Bharat Odisha Team

Published : Mar 18, 2024, 10:42 PM IST

ନିର୍ବାଚନ ପୂର୍ବରୁ ପୋଲିସକୁ ପ୍ରଶିକ୍ଷଣ

ଭଦ୍ରକ:ଚଳିତ ସାଧାରଣ ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏଥିପାଇଁ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ନିର୍ବାଚନକୁ କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ କରାଯିବା ସେନେଇ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଜିଲ୍ଲାର ବିଭିନ୍ନ ଥାନାମାନଙ୍କୁ ନେଇ ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଥାନାରେ ଆଗାମୀ ସାଧାରଣ ନିର୍ବାଚନ ସମ୍ବନ୍ଧୀୟ ପରିଚାଳନା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ନିର୍ବାଚନକୁ କିପରି ମୁକ୍ତ, ଅବାଧ ଏବଂ ନିରପେକ୍ଷ ଭାବେ ପରିିଚାଳନା କରାଯିବ, ଭୋଟ ଦେବାର ଅଧିକାର ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରାଯିବ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ନିୟମାବଳୀ ସମ୍ପର୍କରେ ଅବଗତ କରାଯିବା ସହ ସେଗୁଡ଼ିକ କାର୍ଯ୍ୟକାରୀ କରିବା ଏବଂ ନେତା ଠାରୁ ଆରମ୍ଭ କରି ଜନତା ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରିବା ଆଦି ପ୍ରସଙ୍ଗରେ ପ୍ରଶିକ୍ଷଣ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ପୀରହାଟ ଥାନା ଆଇଆଇସି ଅଜୟ ମର୍ମୁ, ଡିଏସପି ବିମଳ ଚନ୍ଦ୍ର ନାୟକ ପୋଲିସମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

ଏଥିସହ ନିଶା କାରବାର, ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କାରବାର, ମାରପିଟ୍‌, ଗଣ୍ଡଗୋଳ ଏପରିକି ରାଜନୈତିକ ଛକାପଞ୍ଝା ଆଦି ସମ୍ବେଦନଶୀଳ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାର ସମସ୍ତ ପୋଲିସ ଥାନାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଆଇନ୍ ଉଲଙ୍ଘନକାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ .......ବାଜିଲା ନିର୍ବାଚନ ବିଗୁଲ, ଲାଗୁ ହେଲା ଆଚରଣ ସଂହିତା; ଜାଣନ୍ତୁ କଣ ଏହି କଟକଣା

ଏହା ମଧ୍ୟ ପଢନ୍ତୁ.......ଲୋକସଭା ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ଅଦଳବଦଳ: ହଟିଲେ ପଶ୍ଚିମବଙ୍ଗ DGP, ବଦଳିଲେ 6 ରାଜ୍ୟର ଗୃହସଚିବ

ଏହି ପ୍ରଶିକ୍ଷଣ କର୍ମଶାଳାରେ ଚାନ୍ଦବାଲି, ପୀରହାଟ ଏବଂ ତିହିଡି ଥାନାର ଶହେରୁ ଉର୍ଦ୍ଧ୍ବ ଏସଆଇ, ଏଏସଆଇ, ହାବିଲଦାର, କନଷ୍ଟେବଲ, ଓଏପିଏସ, ହୋମଗାର୍ଡଙ୍କ ସମେତ ଗ୍ରାମରକ୍ଷୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକାଶଯୋଗ୍ୟ, ଭଦ୍ରକରେ ଜୁନ 1 ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ମେ' ମାସ 7 ତାରିଖ ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ 14 ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବା ଲାଗି ଶେଷ ତାରିଖ ରଖାଯାଇଛି । 17 ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ହେବ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details