ଓଡିଶା

odisha

ETV Bharat / state

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗର୍ଜିଲେ ଜିଏମ ବିଶ୍ବବିଦ୍ୟାଳୟ B.Ed ଛାତ୍ରଛାତ୍ରୀ - ଜିଏମ ବିଶ୍ବବିଦ୍ୟାଳୟ

B.Ed Students Protest : ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ B. Ed ଛାତ୍ରଛାତ୍ରୀଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଆସନ୍ତା କାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ଗର୍ଜିଲେ B.Ed ଛାତ୍ର ଛାତ୍ରୀ, ଶିକ୍ଷକ ନିଯୁକ୍ତିରେ ଅଯୋଗ୍ୟ ହେଉଛି ସାର୍ଟିଫିକେଟ
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ଗର୍ଜିଲେ B.Ed ଛାତ୍ର ଛାତ୍ରୀ, ଶିକ୍ଷକ ନିଯୁକ୍ତିରେ ଅଯୋଗ୍ୟ ହେଉଛି ସାର୍ଟିଫିକେଟ

By ETV Bharat Odisha Team

Published : Feb 19, 2024, 10:47 PM IST

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ଗର୍ଜିଲେ B.Ed ଛାତ୍ର ଛାତ୍ରୀ, ଶିକ୍ଷକ ନିଯୁକ୍ତିରେ ଅଯୋଗ୍ୟ ହେଉଛି ସାର୍ଟିଫିକେଟ

ସମ୍ବଲପୁର: ବିଏଡ କୋର୍ସ କରି ସାର୍ଟିଫିକେଟ ପାଇଲେ, ହେଲେ ସାର୍ଟିଫିକେଟ୍ ଦେଖାଇଲେ ମିଳୁନି ଚାକିରି । କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ସ୍କୁଲର ଶିକ୍ଷକ ନିଯୁକ୍ତି ବେଳେ ପାସ୍ ସାର୍ଟିଫିକେଟକୁ ଜାଲି ବୋଲି କହି ଆବେଦନକୁ କରାଯାଉଛି ଖାରଜ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ B. Ed ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । ଶିକ୍ଷକ ନିଯୁକ୍ତିରେ NCET ମାନ୍ୟତା ପ୍ରାପ୍ତ ଏହି ଇଣ୍ଟିଗ୍ରେଟେଡ଼ B.Ed ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ପ୍ରମାଣପତ୍ରକୁ ସ୍ବୀକୃତି ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଆଜି ଛାତ୍ରଛାତ୍ରୀ ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରୁ ପୋଷ୍ଟର ଓ ବ୍ୟାନର ଧରି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିରୁଦ୍ଧରେ ନାରାବାଜି କରି ଏକ ଶୋଭାଯାତ୍ରାରେ ସହର ଦେଇ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ଶିକ୍ଷା ବିଭାଗ ଓ ରାଜ୍ୟ ଶିକ୍ଷା ବିଭାଗର ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସୁଥିବା ବେଳେ ତାଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ ଛାତ୍ରଛାତ୍ରୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି ।

ଏହା ସହ ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ 2016 ମସିହାରୁ ଏହି କୋର୍ସ କରୁଛନ୍ତି । ଏହା ଏକ ସେଲ୍ଫ ଫାଇନାନସିଂ କୋର୍ସ ହୋଇଥିବା ବେଳେ ଏହାର ଅବଧି 4 ବର୍ଷ ରହିଛି । ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ 100ଟି ସିଟ ରହିଛି । NCTE ଦ୍ବାରା ଏହି କୋର୍ସକୁ ସ୍ବୀକୃତି ରହିଛି । ତେବେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବେଳେ ଏହି ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟକୁ ଅମାନ୍ୟ କହି ଆବେଦନକୁ ଖାରଜ କରି ଦିଆଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ ...ଦେଶରେ ୨୫ କୋଟି ଅପାର୍ ଆଇଡି ତିଆରି ହୋଇଛି: ଧର୍ମେନ୍ଦ୍ର

ଏପରିକି ଛାତ୍ରଛାତ୍ରୀ ମାନେ 4 ବର୍ଷରେ ପ୍ରାୟ 2 ଲକ୍ଷ ଟଙ୍କାର କୋର୍ସ ଫି ଦେଇଥିଲେ ମଧ୍ୟ ତାଙ୍କର ସାର୍ଟିଫିକେଟର କୌଣସି ମୂଲ୍ୟ ରହୁନଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ମନ୍ତ୍ରାଳୟକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । କେବଳ ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟ ନୁହେଁ, ବରଂ ରେଭେନ୍ସା, ଏଫଏମ ବିଶ୍ବବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏକା ସମସ୍ୟା ଦେଇ ଗତି କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଜଣେଇ ଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତେଣୁ ଛାତ୍ରଛାତ୍ରୀ ମାନେ ଏହି ସମସ୍ୟାର ସମାଧାନ ପାଇଁ ଜିଏମ ବିଶ୍ବବିଦ୍ୟାଳୟର ପ୍ରଶାସନିକ ବିଭାଗ ସମ୍ମୁଖରେ ସନ୍ଧ୍ୟାସମୟରେ ଧାରଣାରେ ମଧ୍ୟ ବସିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details