ଓଡିଶା

odisha

ETV Bharat / state

ଓଡିଶାରେ ‘ବାଂଲାଦେଶୀ’ ଟେନସନ୍: ବାସୁଦେବପୁରରେ 6 ସନ୍ଦିଗ୍ଧ, ଜଗତସିଂହପୁରରେ ବଙ୍ଗୀୟ ଶ୍ରମିକଙ୍କୁ ମାଡ଼ ! - Suspected Bangladeshi in Bhadrak - SUSPECTED BANGLADESHI IN BHADRAK

Suspected Bangladeshi in Odisha: ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ନେଇ ବଢୁଛି ଉତ୍ତେଜନା । ଆଇନକୁ ହାତକୁ ନେଉଛନ୍ତି ଲୋକେ । ଭଦ୍ରକ ବାସୁଦେବପୁରରେ 6 ଜଣଙ୍କୁ ପୋଲିସ ଜିମା ଦେଲେ ଓ ଜଗତସିଂହପୁରର ନାଉଗାଁରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ମାଡ ଅଭିଯୋଗ । ଅଧିକ ପଢନ୍ତୁ

ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ନେଇ ଉତ୍ତେଜନା: ବାସୁଦେବପୁରରେ 6 ଜଣଙ୍କୁ ପୋଲିସ ଜିମା ଦେଲେ ଲୋକେ, ଜଗତସିଂହପୁରରେ ବଙ୍ଗୀୟ ଶ୍ରମିକଙ୍କୁ ମାଡ ଅଭିଯୋଗ
ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ନେଇ ଉତ୍ତେଜନା: ବାସୁଦେବପୁରରେ 6 ଜଣଙ୍କୁ ପୋଲିସ ଜିମା ଦେଲେ ଲୋକେ, ଜଗତସିଂହପୁରରେ ବଙ୍ଗୀୟ ଶ୍ରମିକଙ୍କୁ ମାଡ ଅଭିଯୋଗ (ETV Bharat Odisha)

By ETV Bharat Odisha Team

Published : Aug 12, 2024, 9:28 AM IST

Updated : Aug 12, 2024, 10:44 AM IST

ଭଦ୍ରକ/ଜଗତସିଂହପୁର:ବାସୁଦେବପୁରରେବାଂଲାଦେଶୀ ସନ୍ଦେହରେ 6ଜଣ ବ୍ଯକ୍ତିଙ୍କୁ ଥାନାରେ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ବାସୁଦେବପୁର ବଜାରରେ ଏକ ଅଟୋରେ 6ଜଣ ବ୍ୟକ୍ତି ଯାତ୍ରା କରୁଥିବା ବେଳେ, ସନ୍ଦେହ ହେବାରୁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ରୋକି ଯାଞ୍ଚ କରିବା ସହ ସେମାନଙ୍କର ପରିଚୟ ପତ୍ର ମାଗିଥିଲେ । ତେବେ ଗାଡିରେ ଥିବା 6ଜଣ ଯାତ୍ରୀଙ୍କ ମଧ୍ୟରୁ 2 ଜଣ ସେମାନଙ୍କ ପରିଚୟ ପତ୍ର ଦେଖାଇଥିବା ବେଳେ ଅନ୍ୟମାନଙ୍କ ନିକଟରେ କୌଣସି କାଗଜପତ୍ର ମିଳିନଥିଲା । ତେଣୁ ସେମାନେ ହୋଇଥିବା ସନ୍ଦେହରେ ଲୋକେ ସ୍ଥାନୀୟ ଥାନାକୁ ଅବଗତ କରିଥିଲେ । ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା ।

ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ବଢୁଛି ନେଇ ଉତ୍ତେଜନା (ETV Bharat ETV Bharat OdishaOdisha)

ନାଉଁଗାରେ ବଙ୍ଗୀୟ ଶ୍ରମିକଙ୍କୁ ମାଡ ଅଭିଯୋଗ:-

ସେହିପରି ଜଗତସିଂହପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳ ନିକଟରେ ଗତକାଲି (ରବିବାର) ସନ୍ଧ୍ୟାରେ ବାଂଲାଦେଶୀ ସନ୍ଦେହରେ ପଶ୍ଚିମବଙ୍ଗର କିଛି ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର ସ୍ଥାନାନ୍ତର କରାଯାଇଛି ।

ଓଡିଶାରେ ‘ବଂଲାଦେଶୀ’ ଟେନସନ୍ (ETV Bharat Odisha)

ନିଜକୁ ପଶ୍ଚିମବଙ୍ଗର ବାସିନ୍ଦା କହୁଥିବା ଅଜମଲ ହୁସେନ କହିଛନ୍ତି, ‘‘ପଶ୍ଚିମବଙ୍ଗର କିଛି ବଙ୍ଗ ଭାଷାଭାଷୀ ଲୋକେ ଜଗତସିଂହପୁର ନାଉଗାଁ ଅଞ୍ଚଳରେ ରହି ରାଜମିସ୍ତ୍ରୀ କାମ କରି ଆସୁଛନ୍ତି । ଆଜି ସନ୍ଧ୍ୟାରେ ଏକ ଘରୋଇ ବସରେ 5ରୁ 6 ଜଣ ବଙ୍ଗୀୟ ଶ୍ରମିକ ଡ଼ଲଫିନ ନାମକ ଏକ ଘରୋଇ ବସରେ ପଶ୍ଚିମବଙ୍ଗ ଯାଉଥିବା ବେଳେ କିଛି ଯୁବକ ଏକ କାରରେ ଆସି ବସ ଅଟକାଇ ସେଥିରେ ଥିବା ସମସ୍ତ ବଙ୍ଗୀୟ ଯାତ୍ରୀଙ୍କୁ ବାହାର କରିବା ପାଇଁ କହିଥିଲେ । ଏହି ତିନି ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ । ଏଥିରେ ଦୁଇଜଣ ଆହତ ହୋଇଥିଲେ । ଦୁର୍ବୁତ୍ତଙ୍କ ମାଡରେ ଦୁଇଜଣ ଗୁରୁତର ହୋଇଥିବା ନାଉଗାଁ ଥାନାରେ ଅଭିଯୋଗ ହୋଇଛି ।’’ ନାଉଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।

ଓଡିଶାରେ ‘ବଂଲାଦେଶୀ’ ଟେନସନ୍ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ସମ୍ବଲପୁରରେ ସନ୍ଦିଗ୍ଧ ବାଂଲାଦେଶୀ ! ଗଠନ ହେଲା ପୋଲିସ ଟାସ୍କ ଫୋର୍ସ - Suspect Bangladeshi In Sambalpur

କିଛି ସନ୍ଦିଗ୍ଧଙ୍କୁ ଅଇଁଠାପାଲି ଥାନାରେ ଜିମା ଦେଇଥିଲ ଲୋକେ:-

କବେଳ ଉପକୂଳ ନୁହେଁ ବରଂ ପଶ୍ଚିମ ଓଡିଶାରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଛି । ଶନିବାର ଅଇଁଠାପାଲି ଥାନା ଅନ୍ତର୍ଗତର ବୁଢାରଜା ଅଞ୍ଚଳରେ ଏକ ନିର୍ମାଣଧୀନ ଫ୍ଲାଟରେ ନିଜକୁ ପଶ୍ଚିମବଙ୍ଗର ଶ୍ରମିକ କହୁଥିବା 35ଜଣ ଯୁବକଙ୍କୁ ସମ୍ବଲପୁର ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ଠାବ କରି ଅଇଁଠାପାଲି ଥାନାରେ ଜିମା ଦେଇଥିଲେ । ଏହାପରେ ପୋଲିସ ସେମାନଙ୍କ ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିବା ସହ ତାଙ୍କ ଠିକଣା ପଚାରିଥିଲା । ଓଡ଼ିଶା ସମୁଦ୍ର ପଥ ଦେଇ ବାଂଲାଦେଶୀ ପଶି ଆସିବା ଭୟ ମଧ୍ୟରେ ବଙ୍ଗଳା କହୁଥିବା ଯୁବକଙ୍କୁ ଦେଖି ସନ୍ଦେହ ସୃଷ୍ଟି ହେବା ପରେ ସ୍ଥାନୀୟ ଲୋକେ ଥାନାରେ ଜିମା ଦେଇଥିଲେ ।

ବିଭିନ୍ନ ସ୍ଥାନରୁ ଆସୁଛି ଏପରି ଭିଡିଓ:-

ବାଂଲାଦେଶରେ ଏବେ ଜାରି ରହିଥିବା ସଙ୍କଟ ମଧ୍ୟରେ ପୂର୍ବ-ଭାରତ ଓ ବିଶେଷ ଭାବେ ଓଡିଶା ଉପକୂଳରେ ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କା ବଢିଛି । ଅନ୍ୟପଟେ ଓଡିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଅନୁପ୍ରବେଶକାରୀ ବାଂଲାଦେଶୀମାନେ ବହୁବର୍ଷ ଧରି ଜବରଦଖଲ ମଧ୍ୟ କରିଛନ୍ତି । ଏବେ ଏହି ସମସ୍ୟା କାରଣରୁ ବିଭିନ୍ନ ସ୍ଥାନରେ ବାଂଲାଦେଶୀ ସନ୍ଦେହରେ ବିଭିନ୍ନ ବୁଲାବିକାଳି ଓ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ଓ ପରିଚୟପତ୍ର ଆଦି ମାଗିବା ଘଟଣା ଦେଖିବାକୁ ମିଳିଛି । ଗତ ଦୁଇ-ତିନି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଭିଡିଓ ସାମ୍ନାକୁ ଆସିବା ପରେ ଚିନ୍ତା ବଢିଛି ।

ଇଟିଭି ଭାରତ, ଭଦ୍ରକ ଓ ଜଗତସିଂହପୁର

Last Updated : Aug 12, 2024, 10:44 AM IST

ABOUT THE AUTHOR

...view details