ଓଡିଶା

odisha

ବିଜେପି ରାଜ୍ୟ ସମ୍ପାଦକଙ୍କୁ ଆକ୍ରମଣ ଉଦ୍ୟମ! ଗାଡ଼ି ଭାଙ୍ଗି ଦୁବୃର୍ତ୍ତ ଫେରାର

Attack on Tankadhar Tripathy: ଟଙ୍କଧର ତ୍ରିପାଠୀଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଗାଡିକୁ ପଥର ଫିଙ୍ଗି ଫେରାର ହୋଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 19, 2024, 11:11 PM IST

Published : Jan 19, 2024, 11:11 PM IST

ବିଜେପି ରାଜ୍ୟ ସମ୍ପାଦକଙ୍କୁ ଆକ୍ରମଣ ଉଦ୍ୟମ
ବିଜେପି ରାଜ୍ୟ ସମ୍ପାଦକଙ୍କୁ ଆକ୍ରମଣ ଉଦ୍ୟମ

ବିଜେପି ରାଜ୍ୟ ସମ୍ପାଦକଙ୍କୁ ଆକ୍ରମଣ ଉଦ୍ୟମ

ଝାରସୁଗୁଡ଼ା:ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କୁ ଆକ୍ରମଣ ଉଦ୍ୟମ । ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡା ସ୍ଥିତ ବାସଭବନରେ ରଖାଯାଇଥିବା ଗାଡିକୁ ପଥର ଫିଙ୍ଗି ଫେରାର ହୋଇଛନ୍ତି ଦୁର୍ବୃତ୍ତ । ଫଳରେ ଗାଡିର ଆଗ କାଚ ଭାଙ୍ଗିଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଆକ୍ରମଣ ଉଦ୍ୟମ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟଙ୍କଧର ତ୍ରିପାଠୀ । ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି l ଝାରସୁଗୁଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାହା ଉପରେ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି ।

ତେବେ ଝାରସୁଗୁଡାରେ ଗତବର୍ଷ ସ୍ପଷ୍ଟ ଦିବାଲୋକରେ ଅନେକ ଚାଞ୍ଚଲ୍ୟକର ବଡ଼ ବଡ଼ ଅପରାଧ ଘଟିଥିଲା । ଯାହାର ତଦନ୍ତ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରି ନାହିଁ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା, ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା । ସେହିପରି ଚଳିତ ବର୍ଷ ଆରମ୍ଭ ହେଉ ହେଉ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପରେ ଅଣ୍ଡା ମାଡ଼ ଏବଂ ଏବେ ତାଙ୍କ ଗାଡିକୁ ଆକ୍ରମଣ ଭଳି ଘଟଣା ଘଟିଛି l ଝାରସୁଗୁଡ଼ାରେ ବାରମ୍ବାର ଏଭଳି ଘଟଣା ଘଟୁଥିବାର ନଜିର ରହିଛି ।

ଏହା ମଧ୍ୟ ପଢନ୍ତୁ...ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଆକ୍ରମଣ, ପ୍ରତିବାଦରେ ୬ ଘଣ୍ଟିଆ ବଜାର ବନ୍ଦ

ଏହା ମଧ୍ୟ ପଢନ୍ତୁ...ଖୋର୍ଦ୍ଧାରେ ମାଇନିଂ ଅଫିସରଙ୍କୁ ଆକ୍ରମଣ, ଦୁଇ ଅଟକ

ଏହା ମଧ୍ୟ ପଢନ୍ତୁ...ବିଜେଡି ଯୁବନେତାଙ୍କୁ ମରଣାନ୍ତକ ଆକ୍ରମଣ, ରେମୁଣା ବିଧାୟକଙ୍କୁ କଲେ ଦାୟୀ

ଝାରସୁଗୁଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ଯାଇଥିବାବେଳେ ଝାରସୁଗୁଡାବାସୀ ଭୟରେ ଥିବା ବିଜେପି ପକ୍ଷରୁ କୁହାଯାଇଛି । ଏହି ଘଟଣା ଗୁଡିକର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ବିଜେପି । ତେବେ ଆକ୍ରମଣ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ । ସିସିଟିଭିରେ ଦୁବୃର୍ତ୍ତଙ୍କୁ ଦେଖିବାକୁ ମିଳିଥିବା କହିଛନ୍ତି ଟଙ୍କଧର । ବିଜେଡି ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଅଭିଯୋଗ ଆଣିଛି ବିଜେପି । ତେଣୁ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହାର ସଠିକ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜୋର ଧରିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details