କଟକ:ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ । ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ ପ୍ରତିକ୍ରିୟା ରଖିଛନ୍ତି । ASI ସହିତ କିଛି ବୈଷୟିକ ଟିମ ରତ୍ନଭଣ୍ଡାର ଯାଞ୍ଚ କରିବେ ବୋଲି ସେ କହିଛନ୍ତି । ଏହି ଟିମରେ କିଏ ରହିବେ ତାହା 8 ରୁ 10 ମଧ୍ୟରେ ତାହା ନିର୍ଦ୍ଧାରଣ କରାଯିବ । ଏହାପରେ ଆରମ୍ଭ ହେବ ଯାଞ୍ଚ କାର୍ଯ୍ୟ ।
ASI To Repair Ratnabhandar (ETV Bharat Odisha) କିପରି ହେବ ଯାଞ୍ଚ ?
ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷଜଷ୍ଟିସ ବିଶ୍ଵନାଥ ରଥକହିଛନ୍ତି, "ବୈଷୟିକ ଉପକରଣ ଦ୍ୱାରା ଯାଞ୍ଚ କାର୍ଯ୍ୟ କରାଯିବ । ଯାଞ୍ଚ କାର୍ଯ୍ୟ ଶେଷ ହେବା ପରେ ASI ଏନେଇ ଯାଞ୍ଚ କମିଟିକୁ ଅବଗତ କରାଇବ । ଏହାପରେ କମିଟିର ଉପସ୍ଥିତି ଓ ଅନୁଧ୍ୟାନରେ ମରାମତି କାର୍ଯ୍ୟ ହେବ । ମରାମତି ପାଇଁ ପ୍ରାୟ 2 ମାସ ସମୟ ଲାଗିପାରେ । ଯାଞ୍ଚ , ମରାମତି ଓ ମଣତି ଗଣତି ସମୟରେ ସ୍ୱତନ୍ତ୍ର ନୀତିକାନ୍ତି ପ୍ରତି ଗୁରୁତ୍ୱ ଦିଆଯିବ । ମଣତି ଗଣତି କାର୍ଯ୍ୟରେ ସରକାରୀ ସଂସ୍ଥାର ସହାୟତା ନିଆଯିବ । ଆବଶ୍ୟକସ୍ଥଳେ ସରକାରଙ୍କ ଅନୁମୋଦନକ୍ରମେ ବାହାର ଏଜେନ୍ସିକୁ ଡ଼କାଯିବ । ଯଦି ଯାଞ୍ଚ ସମୟରେ କିଛି ସୁନା ଗହଣା ଲୁକ୍କାୟିତ ଅବସ୍ଥାରେ ରହିଥିବା ଜଣାପଡେ ସେଗୁଡିକୁ ଉଦ୍ଧାର କରିବା ପାଇଁ ଆସିବ ନୂଆ ଏସଓପି । ମନ୍ଦିର ସୁରକ୍ଷା ନେଇ ପ୍ରସ୍ତୁତ ହେବ ଏସଓପି । ଅଳଙ୍କାର ଉଦ୍ଧାର ସମୟରେ ମନ୍ଦିରର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଯଦି ଅଳଙ୍କାର ବାବଦରେ ଜଣାପଡେ ତେବେ ଏକ ନିର୍ଦ୍ଦିଷ୍ଟ ଦୂରତା ବ୍ୟତୀତ ଅଧିକ ଖୋଲିବା ନେଇ ଅନୁମତି ଦିଆଯିବ ନାହିଁ" ।
ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା ହେବ ସର୍ଭେ:
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ, ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ASI ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବ । ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରାଯିବାକୁ DG, ASIଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିବାବେଳେ ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ପଷ୍ଟ ଭାବେ ପତ୍ରରେ ଉଲ୍ଲେଖ କରାଯାଇଛି । ଏଥିସହ ସାମଗ୍ରିକ ବୈଷୟିକ ସର୍ଭେ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା SOP ମଧ୍ୟ ASI ନିକଟକୁ ପଠାଯାଇଛି l ଏହି ବୈଷୟିକ ଯାଞ୍ଚ IIT ଏବଂ CBRI ଭଳି ଉଚ୍ଚମାନର ଅନୁଷ୍ଠାନମାନଙ୍କ ଦ୍ବାରା କରାଯିବାକୁ ASIକୁ ପରାମର୍ଶ ଦିଆଯାଇଛି । ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଏବଂ ମରାମତି କାମ ହାତକୁ ନେବାକୁ ASIକୁ ଅନୁରୋଧ କରାଯାଇଛି । ଯାହାଫଳରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତି ମଣତି କରାଯାଇ ପୁଣି ଥରେ ମୂଳ ରତ୍ନଭଣ୍ଡାରକୁ ଫେରାଇ ଅଣାଯିବ ।
ଏହା ବି ପଢନ୍ତୁ...ଶେଷ ହେଲା ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର, ଓଡ଼ିଶାବାସୀ ଘରେ ଦୀପ ଜାଳିବା ପାଇଁ କାହିଁକି କହିଲେ ଜଷ୍ଟିସ ବିଶ୍ୱନାଥ ରଥ - RatnaBhandar Empty Containers
ସରିଛି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର :
ଗତକାଲି (ଶୁକ୍ରବାର) ଯାଞ୍ଚ କମିଟିର ତତ୍ତ୍ବାବଧାନରେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଥିବା ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତର କରାଯାଇଛି । ଦିନ 2 ଟାରୁ କାର୍ଯ୍ୟ ଆରମ୍ଭ ହୋଇ 4 ଟା 50 ମିନିଟରେ ସବୁ କାର୍ଯ୍ୟ ଶେଷ ହେଇଥିଲା । ରତ୍ନ ଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ବାହାର କରୁଥିବା ସମୟରେ ଅଦ୍ଭୁତ ଅନୁଭୂତି ବଖାଣିଲେ ଜଷ୍ଟିସ ରଥ । ସେ କହିଥିଲେ, "ପୁରା ପ୍ରକ୍ରିୟାକୁ ନିଜେ ଜଗନ୍ନାଥ ଅନୁଧ୍ୟାନ କରୁଥିବା ଅନୁଭବ କଲି। ଠାକୁର ଆମକୁ ସହାୟ ହେଲେ । ଯାହାଦ୍ୱାରା ଓଜନଦାର ଲୁହା ସିନ୍ଦୁକକୁ ଅକ୍ଳେଶରେ ଉଠା ଯାଇପାରିଲା।"
ଇଟିଭି ଭାରତ, କଟକ