ଓଡିଶା

odisha

By ETV Bharat Odisha Team

Published : Feb 25, 2024, 9:11 AM IST

ETV Bharat / state

କାଗଜପତ୍ରରେ ଲାଗିଛି ଆକ୍ବାଗାର୍ଡ ! ପିଇବା ପାଣି ପାଇଁ ହନ୍ତସନ୍ତ ଛାତ୍ରଛାତ୍ରୀ

Aquaguard Corruption: ପୁରୀ ଜିଲ୍ଲା ପିପିଲି ବ୍ଲକରେ ଆକ୍ୱାଗାର୍ଡ ଯୋଗାଣରେ ବ୍ୟାପକ ଅନିୟମିତତା । କାଗଜପତ୍ରରେ ଆକ୍ୱାଗାର୍ଡ ଲଗାଇ ଦେଇ ଲକ୍ଷାଧିକ ଟଙ୍କା ମିଳିମିଶି ଚଳୁ କରି ଦେଇଥିବା ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ

ପିପିଲିରେ ଆକ୍ୱାଗାର୍ଡ ଦୁର୍ନୀତି, ପିଇବା ପାଣି ପାଇଁ ହନ୍ତସନ୍ତ ଛାତ୍ରଛାତ୍ରୀ
ପିପିଲିରେ ଆକ୍ୱାଗାର୍ଡ ଦୁର୍ନୀତି, ପିଇବା ପାଣି ପାଇଁ ହନ୍ତସନ୍ତ ଛାତ୍ରଛାତ୍ରୀ

ପିପିଲିରେ ଆକ୍ୱାଗାର୍ଡ ଦୁର୍ନୀତି, ପିଇବା ପାଣି ପାଇଁ ହନ୍ତସନ୍ତ ଛାତ୍ରଛାତ୍ରୀ

ନିମାପଡ଼ା: ଆକ୍ୱାଗାର୍ଡ ଯୋଗାଣରେ ବ୍ୟାପକ ଅନିୟମିତତା । କାଗଜପତ୍ରରେ ଆକ୍ୱାଗାର୍ଡ ଲଗାଇ ଦେଇ ଲକ୍ଷାଧିକ ଟଙ୍କା ମିଳିମିଶି ଚଳୁ କରି ଦେଇଥିବା ଅଭିଯୋଗ ଆସିଛି । ଏଭଳି ସାଂଘାତିକ ଅଭିଯୋଗ ପୁରୀ ଜିଲ୍ଲା ପିପିଲି ବ୍ଲକରେ ହୋଇଥିବା ଜଣାପଡ଼ଛି । ଘଟଣାର ଅନୁଧ୍ୟାନ କରାଯାଇ ଦୁର୍ନୀତି କଥା ନଜରକୁ ଆସିଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପିଲାମାନଙ୍କୁ ସ୍ବଚ୍ଛ ପାଣି ଯୋଗାଇ ଦେବା ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତର ସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଆକ୍ୱାଗାର୍ଡ ଲଗାଇବା ପାଇଁ ସରକାରୀ ଅନୁଦାନ ଆସିଥିଲା । ପିପିଲି ବ୍ଲକରେ କେବଳ କାଗଜପତ୍ର ଆକ୍ୱାଗାର୍ଡ ଲାଗିଥିବା ବେଳେ ବାସ୍ତବ ଚିତ୍ର କିଛି ଅଲଗା ରହିଛି । ପଞ୍ଚଦଶ ଅର୍ଥ କମିଶନ ଅର୍ଥକୁ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବ୍ଲକରେ ଥିବା ସରକାରୀ ଅଧିକାରୀ ବାଟମାରଣା କରିଥିବା ଅଭିଯୋଗ ଆସିଛି । ପିପିଲି ବ୍ଲକର ବିରପୁରୁଷୋତ୍ତମପୁର ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଆକ୍ୱାଗାର୍ଡ ଲଗାଯାଇ ଥିବା ସରକାରୀ ତଥ୍ୟ କହୁଥିବା ବେଳେ ପିଲାମାନେ ବିଦ୍ୟାଳୟରେ ଥିବା ନଳକୂପ ଓ ପାଣି ଟ୍ୟାବରୁ ପାଣି ପିଉଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ଗୁଡିକରେ ବିଦ୍ୟୁତ ସଂଯୋଗ, ପାଣିଟାଙ୍କି ବ୍ୟବସ୍ଥା ନଥିବା ବେଳେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ....ଗାଁରେ ଜଳୁନି ବିଜୁଳି ବତୀ, ବର୍ଷ ବର୍ଷ ହେଲାଣି ଅନ୍ଧାରରେ ଲୋକେ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଆକ୍ୱାଗାର୍ଡ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । କେବଳ ଏହି ପଞ୍ଚାୟତ ନୁହେଁ ପଡୋଶୀ ଜଶୁଆପୁର ପଞ୍ଚାୟତରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ସେପଟେ ଏଠାରେ ମଧ୍ୟ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ସହିତ ଏଲ ଆଇ ସେଣ୍ଟରରେ ଆକ୍ୱାଗାର୍ଡ ଲଗାଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରଯାଇଥିବା ସରକାରୀ ତଥ୍ୟ କହୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ । ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି,‘‘ ଭିତ୍ତିଭୂମି ନଥିବା ସ୍ଥାନରେ ଆକ୍ବାଗାର୍ଡ କାଗଜପତ୍ରରେ ଲଗାଇ ଅର୍ଥ ଆତ୍ମସାତ କରାଯାଇ ଥିବା ଅଭିଯୋଗ ହୋଇଥିଲା ବେଳେ ଏଭଳି ଅଭିଯୋଗର ସତ୍ୟାସତ୍ୟ ତଦନ୍ତ କରାଯାଇ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details