ଓଡିଶା

odisha

ETV Bharat / state

ବିନା ଲିଜରେ ଚୋରା ଚାଲାଣ ହେଉଛି ବାଲି, କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ସରକାର - sand smuggling - SAND SMUGGLING

Illegal sand smuggling: ଲିଜ ନଥାଇ ଦିନ ବେଳା ଚାଲିଛି ଲଘୁ ଖଣିଜ ଲୁଟ । କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ସରକାର । ତେଲକୋଇ ତହସିଲର ସମାକୋଇ ନଦୀ ଘାଟ ସହିତ ବେଣାମୁଣ୍ଡା ବାଲିସାହି ଘାଟରୁ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ଅଧିକ ପଢନ୍ତୁ

SAND SMUGGLING
SAND SMUGGLING (ETV BHARAT ODISHA)

By ETV Bharat Odisha Team

Published : Jun 16, 2024, 7:15 AM IST

କେନ୍ଦୁଝର: ଲିଜ ନଥାଇ ମଧ୍ୟ ଚୋରାରେ ହେଉଛି ବାଲି ଚାଲାଣ । ତେଲକୋଇ ତହସିଲ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବେଧଡକ ଚୋରା ଚାଲାଣ ହେଉଛି ବାଲି । ବାଲି ଲିଜର କାଗଜପତ୍ର ନଥାଇ ତେଲକୋଇ ତହସିଲର ସମାକୋଇ ନଦୀ ଘାଟ ସହିତ ବେଣାମୁଣ୍ଡା ବାଲିସାହି ଘାଟରୁ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଦିନ ଦ୍ବିପ୍ରହରରେ ପରିବହନ ହେଉଛି । ଦିନବେଳା ବାଲି ପରିବହନ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲିଜ ଦିଆଯାଇଥିବା ଜାଗାରେ ବାଲି ସରି ଯାଇଥିବାରୁ ବେଆଇନ ଭାବେ ସମାକୋଇ ନଦୀର ଅନ୍ୟ ଏରିଆରୁ ଲିଜଧାରୀ ବାଲି ଉଠାଇ ଚୋରାରେ ଚାଲାଣ କରୁଥିବା ଅଭିଯୋଗ ହେଉଛି । ହେଲେ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚୋରି ରୋକିବାରେ ସମ୍ପୃକ୍ତ ବିଭାଗ ବିଫଳ ହୋଇଛି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି ।

SAND SMUGGLING (ETV BHARAT ODISHA)

ସେପଟେ ବାରମ୍ବାର ଏ ସମ୍ପର୍କରେ କେନ୍ଦୁଝର ଲଘୁଖଣିଜ ବିଭାଗ ଓ ତେଲକୋଇ ତହସିଲଦାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କାହା ନିର୍ଦ୍ଦେଶରେ ଦିନ ବେଳା ବାଲି ପରିବହନ ହେଉଛି, ତା’ପୁଣି ଲିଜ ଏରିଆ ବାହାରୁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ଷେ ହେବ ଲିଜ ଅବଧି ସରିଯାଇଥିଲେ ମଧ୍ୟ କେନ୍ଦୁଝର ଲଘୁଖଣିଜ ବିଭାଗ ଲିଜଧାରୀଙ୍କୁ ଲିଜ ଏରିଆ ବାହାରୁ ବାଲି ଉଠାଣ ଓ ପରିବହନ ପାଇଁ କାହିଁକି ଓ କାହା ନିର୍ଦ୍ଦେଶରେ ଅନୁକମ୍ପା ଦେଖାଉଛନ୍ତି ତାହା ଲୋକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଚୋରା ବାଲି ଚାଲାଣର ମୁଖ୍ୟ କାର୍ପଟଦାରମାନଙ୍କ ପର୍ଦ୍ଦାଫାସ ପାଇଁ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଗୃହ-ଅର୍ଥ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ ଆଉ କହାକୁ ମିଳିଲା କେଉଁ ବିଭାଗ - CM Mohan Majhi allocates portfolios

ଏସର୍ମ୍ପକରେ ତେଲକୋଇ ତହସିଲଦାରଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । କେନ୍ଦୁଝର ଖଣି କାର୍ଯ୍ୟାଳୟରେ ମ୍ୟାନ ପାଓ୍ବାର ନଥିବା ଦର୍ଶାଇ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି । ତେବେ ଏଭଳି ସ୍ଥିତିରେ ଚୋରା ବାଲି ଚାଲାଣକାରୀଙ୍କ ଉପରେ କେବେ ଅଙ୍କୁଶ ଲାଗିବ, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details