ଝାରସୁଗୁଡା:ଜିଲ୍ଲା ଦୌରା ଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ଜିଲ୍ଲାରୁ । ଅଭିଯୁକ୍ତ ଜଣକ ପକ୍ସୋ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା । ତେବେ ଆହତ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଗତ ୨୦୨୨ ରେ ବେଳପାହାଡ଼ ଥାନା ଅନ୍ତର୍ଗତ ଜୁନାଡୀହି ଗ୍ରାମର ଅଭିଯୁକ୍ତ ସନାତନ ସିଂ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିଲେ । ଏନେଇ ୨୦୨୩ ପକ୍ସୋ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା । ତେବେ ଆଜି ତାର ଶୁଣାଣି ରହିଥିବାରୁ କୋର୍ଟ ଭ୍ୟାନରେ କୋର୍ଟ କୁ ଆସିଥିଲା । କୋର୍ଟ ପ୍ରକ୍ରିୟା ଚାଲୁଥିବା ବେଳେ ଏପରି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି। ଆହତ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ମାନନୀୟ ଜିଲ୍ଲା ଦୌରା ଜଜ ପରିସରରେ ପୋଲିସ ମୁତୟନ ଥିବା ସତ୍ତ୍ୱେ ଏପରି ଏକ ଘଟଣା ପୋଲିସ ପ୍ରଶାସନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଘଟଣାର ପୂର୍ବବର୍ତ୍ତୀ ସମୟରେ ନାବାଳିକା ସହ ଭଲ ସମ୍ପର୍କ ଥିବା ଅଭିଯୁକ୍ତ କହିଛି।
ଏହା ମଧ୍ୟ ପଢନ୍ତୁ-କାରାଗାରରୁ କଏଦୀ ଫେରାର ଘଟଣା, ଧର୍ମଗଡରୁ ଜଣେ ଗିରଫ