ଓଡିଶା

odisha

ETV Bharat / state

ଏସସିବିରେ ଅଚଳ ଏସି, ଛଟପଟ ରୋଗୀ - AC Not Working In SCB - AC NOT WORKING IN SCB

AC Not Working In SCB: ଏସସିବି ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର । କାଜୁଆଲଟିରେ ଅଚଳ ହୋଇପଡିରହିଛି ଏସି । ଫଳରେ ରୋଗୀ ହନ୍ତସନ୍ତ ହୋଇଗଲେଣି । ଅଧିକ ପଢନ୍ତୁ

ଏସସିବିରେ ଅଚଳ ଏସି, ଛଟପଟ ରୋଗୀ
ଏସସିବିରେ ଅଚଳ ଏସି, ଛଟପଟ ରୋଗୀ (Etv Bharat Odia)

By ETV Bharat Odisha Team

Published : May 3, 2024, 11:07 AM IST

ଏସସିବିରେ ଅଚଳ ଏସି, ଛଟପଟ ରୋଗୀ (Etv Bharat Odia)

କଟକ:ଏସସିବି ମେଡିକାଲରେ ସନ୍ତୁଳି ଗଲେଣି ରୋଗୀ । କାମ କରୁନି ଏସି । ଦିନକୁ ଦିନ ସହରରେ ତାତି ବଢୁଥିବା ବେଳେ କଲବଲ ହୋଇଗଲେଣି ରୋଗୀ । କେବଳ ଏତିକି ନୁହେଁ ଖରା ଯୋଗୁଁ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏପରି ପରିସ୍ଥିତିରେ ଯଦି କେହି ଅଂଶୁଘାତ ରୋଗୀ ଏସସିବିକୁ ଆସେ ତେବେ ତାହାର ଚିକିତ୍ସା କେମିତି ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିରୁ ଏମ୍ସପ୍ଲସ ବୋଲାଉଥିବା ଏସସିବି ମେଡିକାଲରେ ଏଭଳି ଅବସ୍ଥା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନତା ବାରି ହେଉଛି ।

କଟକ ଏସସିବି ବଡ଼ ମେଡିକାଲର ନନ ଟ୍ରମା କାଜୁଆଲଟି ଏସି ବନ୍ଦ ହୋଇପଡିରହିଛି । ଯେଉଁଟି ଜରୁରୀକାଳୀନ ରୋଗୀମାନେ ଭର୍ତ୍ତି ହୁଅନ୍ତି ଓ ଆଶୁ ଚିକିତ୍ସା ପାଇଥାନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ଏଠାରେ ୨୦ରୁ ଉର୍ଦ୍ଧ୍ବ ଏସି ଥାଇ ମଧ୍ୟ ଅଚଳ ଅବସ୍ଥାରେ ପଡିରହିଛି । ଯାହାକୁ ନେଇ ନାହିଁ ନଥିବା ଗରମର ସମୁଖୀନ ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଗୋଟିଏ ପଟେ ନନ ଟ୍ରମା କାଜୁଆଲଟି ଟିଣ ଆଜବେଷ୍ଟ ଘର ହୋଇଥିବାରୁ ପ୍ରଚଣ୍ଡ ତାତିର ପ୍ରଭାବ ପଡୁଛି । ଅନ୍ୟପଟେ ବନ୍ଦ ରହିଥିବା ଏସି ତାତିର ପ୍ରଭାବକୁ ଦ୍ୱିଗୁଣିତ କରୁଛି । ଯାହାର ପରିଣାମ ଭୋଗୁଛନ୍ତି ରୋଗୀ । ଡକ୍ଟରଙ୍କ ଚ୍ୟାମ୍ବରରେ ଏସି ଠିକ କାମ କରୁଥିଲା ବେଳେ କିନ୍ତୁ ରୋଗୀଙ୍କ ପାଖରେ ଏସି କେମିତି ଫେଲ ମାରୁଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ନନ ଟ୍ରମା କାଜୁଆଲଟିରେ କେବଳ ଆମ ରାଜ୍ୟ ନୁହଁ ବରଂ ପଡୋଶୀ ରାଜ୍ୟ ମାନଙ୍କର ରୋଗୀ ଚିକିତ୍ସାରତ ରହିଛନ୍ତି। ଫଳରେ ଏଠାରୁ ଅନେକ ଗୁରୁତର ରୋଗୀଙ୍କୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର କଲେଣି ସମ୍ପକୀୟ । ଯାହା ଏକ ବଡ଼ ନିନ୍ଦନୀୟ କଥା । ଅନ୍ୟପଟେ ଏମ୍ସପ୍ଲସର ସ୍ୱପ୍ନ ଦେଖି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ବଡ଼ ବଡ଼ କୋଠା ନିର୍ମାଣରେ ମାତିଛନ୍ତି ରାଜ୍ୟ ସରକାର। ହେଲେ ରୋଗୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ।

ସେପଟେ ଏଭଳି ଅସୁବିଧା କେବଳ ଲୋ ଭୋଲଟେଜ ପାଇଁ ହୋଇଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଅନ୍ୟପଟେ ଇଲେକ୍ଟ୍ରି ମେଣ୍ଟେନାନ୍ସ ଠିକାଦାର ମାନେ ବକେୟା ପାଉଣା ପାଇନଥିବା ହେତୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ତେଣୁ ମେଣ୍ଟେନାନ୍ସ ଦାୟିତ୍ୱ ମଧ୍ୟ ସଠିକ ଢଙ୍ଗରେ ହୋଇନଥିବା ଜଣାପଡିଛି । ତେଣୁ ଏହି ଅସୁବିଧାକୁ ଯୁଦ୍ଧକାଳୀନ ସମୟ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ଓ ପୂର୍ବପରି ଏସି ଶୀଘ୍ର କାର୍ଯ୍ୟ କରିବ ବୋଲି କହିଛନ୍ତି ମେଡିକାଲ କୂଳସଚିବ ।


ଏହା ମଧ୍ୟ ପଢନ୍ତୁ:ଦୂର ହେବ ଏସସିବିରେ ରକ୍ତ ଅଭାବ, ସ୍ବେଚ୍ଛାକୃତ ରକ୍ତଦାନ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ



କଟକ, ଇଟିଭି ଭାରତ

ABOUT THE AUTHOR

...view details