ଓଡିଶା

odisha

ETV Bharat / state

ରାମଲାଲାଙ୍କ ଦର୍ଶନ ପାଇବେ ଭକ୍ତ, ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ

Aastha Special Train: ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ । ରାମଲାଲାଙ୍କ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କଲେ ଯାତ୍ରୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 6, 2024, 9:42 AM IST

Updated : Feb 6, 2024, 12:44 PM IST

Etv Bharat
Aastha Special Train

Aastha Special Train

ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଖୁସି ଖବର । ଅଯୋଧ୍ୟାରେ ରାମଲାଲଙ୍କ ଦର୍ଶନ କରିପାରିବେ ଭକ୍ତ । ଭୁବନେଶ୍ୱରରୁ ଅଯୋଧ୍ୟା ଗଡିଛି ଆସ୍ଥା ସ୍ପେଶିଆଲ ଟ୍ରେନ। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଦର୍ଶନ ନଗର ଆସ୍ଥା ସ୍ପେଶିଆଲ ଟ୍ରେନ ସେବା ଆରମ୍ଭ ହୋଇଛି । ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଟ୍ରେନରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଦେଖାଇ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଏହି ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ରହିଛି । ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ପ୍ରାୟ ୧୪ଶହରୁ ଅଧିକ ଲୋକ ଏହି ଟ୍ରେନରେ ଯାତ୍ରା କରିବାର ସୁବିଧା ରହିଛି । ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଭୁ ରାମଲାଲା ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ । ପ୍ରଭୁ ରାମଚନ୍ଦ୍ରଙ୍କ ଆଶିଷ ପାଇବା ଆକୁଳ ଭକ୍ତ । ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଆସ୍ଥା ସ୍ପେଶିଆଲ ଟ୍ରେନ ସେବା ଆରମ୍ଭ ହୋଇଛି।

ଏହା ମଧ୍ୟ ପଢନ୍ତୁ-ଦର୍ଶନ ଦେଲେ ରାମଲାଲା: ମନ୍ଦିରରେ ଅସମ୍ଭାଳ ଭିଡ଼, ଭକ୍ତିରେ ଭିଜିଲା ଅଯୋଧ୍ୟା

ଜାନୁଆରୀ 22 ତାରିଖରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପକାଶୀର ବିଦ୍ବାନ ପଣ୍ଡିତ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରଭୁ ରାମଚନ୍ଦ୍ରଙ୍କ ଆଖି ପଟି ଖୋଲିଥିଲେ। ରାମଙ୍କ ପ୍ରଥମ ଝଲକ ଦେଖି ଭାବବିହ୍ବଳ ହୋଇପଡିଥିଲେ ଭକ୍ତ । ଏହାପରେ ଜାନୁଆରୀ 23 ତାରିଖରୁ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରତିଦିନ ଲକ୍ଷାଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି ହେଉଛନ୍ତି ।

ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଯାତାୟତ ବ୍ୟବସ୍ଥା ମଧ୍ୟ ସୁଗମ କରାଯାଇଛି । ଦୁଇଟି ବନ୍ଦେ ଭାରତ ଟ୍ରେନ ଓ ବିମାନ ସେବା ମଧ୍ୟ ଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ଟ୍ରେନ ଓ ବିମାନ ଯୋଗେ ଆସି ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ କରୁଛନ୍ତି ଭକ୍ତ । ପ୍ରାଣ ପ୍ରତିଷ୍ଠା ଦିବସର 12 ଦିନ ପରେ ମନ୍ଦିରକୁ 11 କୋଟିରୁ ଅଧିକ ଦାନ ହୋଇଥିବା ସୂଚନା ରହିଛି । ସେହିପରି ଗତ 12 ଦିନରେ 25 ଲକ୍ଷରୁ ଅଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରିସାରିଲେଣି । ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 6, 2024, 12:44 PM IST

ABOUT THE AUTHOR

...view details