ଓଡିଶା

odisha

ETV Bharat / state

ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ, PCR ଷ୍ଟାଫକୁ ଛୁରାମାଡ - delivery boy assault to constable

ରାଜଧାନୀ ଭୁବନେଶ୍ବରରେ ପୋଲିସକୁ ଛୁରାମାଡ । ବିକଟାଳ ହର୍ଣ୍ଣ ବଜାଇବାକୁ ନେଇ ଉପୁଜିଥିଲା ଗଣ୍ଡଗୋଳ ପରିସ୍ଥିତି । ଘଟଣା ସ୍ଥଳକୁ ସମାଧାନ ପାଇଁ ଯାଇ ପୋଲିସ ଛୁରାମାଡର ଶିକାର । ଅଧିକ ପଢନ୍ତୁ

By ETV Bharat Odisha Team

Published : 5 hours ago

ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ , PCR ଷ୍ଟାଫକୁ ଛୁରାମାଡ
ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ , PCR ଷ୍ଟାଫକୁ ଛୁରାମାଡ (ETV Bharat Odisha)

ଭୁବନେଶ୍ବର: ଡେଲିଭରି ବୟର ଉନ୍ମକ୍ତକାଣ୍ଡ । ବିକଟାଳ ହର୍ଣ୍ଣ ବଜାଇବାକୁ ନେଇ ଉପୁଜିଲା ଗଣ୍ଡଗୋଳ ପରିସ୍ଥିତି । ବୁଝାସୁଝା ପାଇଁ ପହଞ୍ଚିଥିବା ପୋଲିସ ଷ୍ଟାଫକୁ ଛୁରାମାଡ କରି ଗିରଫ ହେଲା ଜଣେ ଯୁବକ । ମଞ୍ଚେଶ୍ବର ଥାନା ଶ୍ରୀରାମ ନଗରଠାରେ ପୋଲିସକୁ ଛୁରାମାଡ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହେଲା ଡେଲିଭରି ବୟ ଦୀପକ ନାୟକ ।

ଡେଲିଭରି ବୟେର ଆତଙ୍କରାଜ୍ :

ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ , PCR ଷ୍ଟାଫକୁ ଛୁରାମାଡ (ETV Bharat Odisha)
ସୂଚନା ମୁତାବକ ଗତ ଗୁରୁବାର ରାତ୍ରିରେ ମଞ୍ଚେଶ୍ବର ଶ୍ରୀରାମ ନଗର ଅଞ୍ଚଳରେ ଦୀପକ ନାୟକ ନାମକ ଜଣେ ଡେଲିଭରି ବୟେ ବିକଟାଳ ହର୍ଣ୍ଣ ବଜାଇ ଯାଉଥିଲେ‌ । ସେହି ବାଟରେ ଥିବା ତିନି ଜଣ ଯୁବକ ତାଙ୍କୁ ଅଟକାଇଥିଲେ ।ଏତେ ଜୋରରେ ହର୍ଣ୍ଣ ବଜାଇ କାହିଁକି ଯାଉଛୁ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ଉକ୍ତ ଡେଲିଭରି ବୟକୁ ହର୍ଣ୍ଣ ବଜାଇବାକୁ ବିରୋଧ କରିବାରୁ ଉଗ୍ରରୂପ ନେଇଥିଲା ଗଣ୍ଡଗୋଳ‌ ।
ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ , PCR ଷ୍ଟାଫକୁ ଛୁରାମାଡ (ETV Bharat Odisha)

ପୋଲିସକୁ ଛୁରାମାଡ ଡେଲିଭରି ବୟେ ଗିରଫ:

ତେବେ ଘଟଣା ସ୍ଥଳରେ ପାଟ୍ରୋଲିଂ କରୁଥିବା ପିସିଆର ଷ୍ଟାଫ୍ ଖବର ପାଇ ପହଞ୍ଚିଥିଲେ । ପରେ ଉତ୍ୟକ୍ତ ଯୁବକ ଜଣଙ୍କ ପକେଟରୁ ଛୁରା ବାହାର କରି ହଠାତ୍ ଆଖିବୁଜା ମାଡ କରିଥିଲା । ଫଳରେ ପୋଲିସ କନଷ୍ଟେବଳ ଗୋପି ସବରଙ୍କ ଛାତିରେ ଛୁରା ମାଡ଼ ହୋଇଥିଲା । ଯାହାଫଳରେ ସେ ଆଘାତ ହୋଇଥିଲେ । ପୋଲିସ ସେହି ଯୁବକର ପିଛାକରି ତାକୁ କାବୁ କରିଥିଲା । ପୋଲିସକୁ ଆକ୍ରମଣ ଓ ସର୍ବସାଧାରଣରେ ଆତଙ୍କ ଖେଳାଇବା ନେଇ ଗିରଫ କରିଛି କମିଶନରେଟ୍ ପୋଲିସ ।ଏହି ଛୁରାମାଡ଼ ସମୟରେ ଅନ୍ୟ ଜଣେ ହୋମଗାର୍ଡ ମଧ୍ୟ ସାଧାରଣ କ୍ଷତାକ୍ତ ହୋଇଥିଲେ । ସେହିଠାରେ ଥିବା ତିନି ଯୁବକ ମଧ୍ୟ ଆଘାତ ହୋଇଥିଲେ ।

ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ , PCR ଷ୍ଟାଫକୁ ଛୁରାମାଡ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ....ପୁତ୍ରହନ୍ତା ମାଆକୁ ସଜ୍ଜା, ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ - LIFE IMPRISONMENT

ଏହା ମଧ୍ୟ ପଢନ୍ତୁ....ମୈତ୍ରୀବିହାର ଲଜ୍ଜା: ପଡୋଶୀ ସାଜିଥିଲେ ସଇତାନ, 3 ଗିରଫ - Maitribihar Apartment Rape Case

ଏହା ମଧ୍ୟ ପଢନ୍ତୁ....ଆନ୍ଧ୍ରରୁ ଚୋରି ଓଡ଼ିଶାରେ ବିକ୍ରି, ଗିରଫ ହେଲା ଗ୍ୟାଙ୍ଗର କିଙ୍ଗପିନ୍ ରଘୁନାଥମ - Interstate bike lifting racket

ଏମିତି କହିଲେ ଡିସିପି:

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,"ମଞ୍ଚେଶ୍ବର ଶ୍ରୀରାମ ନଗର ଅଞ୍ଚଳରେ ଘଟଣା ଘଟିବା ସମୟରେ ପୋଲିସ ପାଟ୍ରୋଲିଂ ଟିମ୍ ଡ୍ୟୁଟିରେ ଥିଲେ । ସେହି ସମୟରେ ଛୁରାମାଡ କରି ଦୁର୍ବୃତ୍ତ ଖସି ଯାଉଥିବାବେଳେ ତାକୁ କାବୁ କରିଥିଲା ପୋଲିସ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତର ପୂର୍ବ ଅପରାଧୀକ ରେକର୍ଡକୁ ଯାଞ୍ଚ କରାଯିବ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details