କଟକ: ସ୍ଵାସ୍ଥ୍ୟ ସେବା ଦିଗରେ ଆଉ ପାଦେ ଆଗେଇଲା କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ଏସସିବି ମେଡିକାଲରେ ଖୋଲିବ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର । ଯେଉଁଟି ଦୁର୍ଘଟଣା ଜନିତ ଚିକିତ୍ସା ସଙ୍ଗେସଙ୍ଗେ କରିହେବ । ଏନେଇ ଆଜି (ମଙ୍ଗଳବାର) ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ଏସସିବିରେ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର ହେବ କାର୍ଯ୍ୟକ୍ଷମ:
ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ଏସସିବି ମେଡିକାଲ ଗସ୍ତ କରିଛନ୍ତି । ଏହି ସମୟରେ ଏସସିବି ମେଡିକାଲରେ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟରର ମେଗା ପ୍ରୋଜେକ୍ଟ କିପରି କାର୍ଯ୍ୟକ୍ଷମ ହେବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଓ ରାଜ୍ୟର ୪୦ ପ୍ରତିଶତ ସହଯୋଗରେ ଏହି ମେଗା ପ୍ରୋଜେକ୍ଟ ଶୁଭାରମ୍ଭ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ପ୍ରୋଜେକ୍ଟ ଉପରେ କେନ୍ଦ୍ର ସରକାରଙ୍କ ମୋହର:
୨୦୨୪ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ପରେ କେନ୍ଦ୍ର ସରକାର ବର୍ତ୍ତମାନ ଏହି ପ୍ରୋଜେକ୍ଟ ଉପରେ ମୋହର ଲଗାଇଛନ୍ତି । ଏସସିବିରେ ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ଏହା ପୂର୍ବ ଭାରତରର ସର୍ବବୃହତ ଟ୍ରମା କେୟାର ସେଣ୍ଟର ଭାବରେ ପରିଚୟ ହାସଲ କରିବ । ଏହି କେୟାରରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ, ଉପକରଣ ମଧ୍ୟ ଉପଲବ୍ଧ ହେବ । ଏହାବ୍ୟତୀତ ତ୍ୱରିତ ଜରୁରୀକାଳୀନ ଚିକିତ୍ସା, ସ୍ୱତନ୍ତ୍ର ୱାର୍ଡ଼ ଓ ମେଗା ଭିତ୍ତିଭୂମିରେ ଏହା ନିର୍ମାଣ ହେବ ବୋଲି ଆଲୋଚନା ହୋଇଛି ।
ଏହାମଧ୍ୟ ପଢନ୍ତୁ... |