ଓଡିଶା

odisha

ହୁତୁହୁତୁ ହୋଇ ଜଳିଗଲା ୪ଟି ବସ୍, ପ୍ରବଳ ଗରମରୁ ନିଆଁ ଲାଗିଥିବା ସନ୍ଦେହ - Bus Catches Fire

By ETV Bharat Odisha Team

Published : Jun 1, 2024, 5:27 PM IST

Updated : Jun 1, 2024, 6:29 PM IST

Rayagada Bus Fire: ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜଳିଗଲା ୪ଟି ବସ । ରାୟଗଡ଼ା ଜିଲ୍ଲାର ବିଷମକଟକ ଠାରେ ବଡ଼ ଧରଣର ଅଘଟଣ । ପଢନ୍ତୁ ପୁରା ଖବର

Bus Fire
Bus Fire (ETV Bharat Odisha)

ରାୟଗଡ଼ା: ଜଳିଗଲା ୪ଟି ବସ । ପ୍ରଚଣ୍ଡ ଗ୍ରୀଷ୍ମ ତାପ ଯୋଗୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ରାୟଗଡ଼ା ଜିଲ୍ଲାର ବିଷମକଟକ ଠାରେ ବଡ଼ ଧରଣର ଅଘଟଣ । ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ୪ଟି ବସ ହୁତୁହୁତୁ ହୋଇ ଜଳିଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଅପରାହ୍ନରେ ୪ଟି ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଛି । ଫଳରେ ବସ ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Bus Fire (ETV Bharat Odisha)


ସୂଚନା ଅନୁସାରେ, ବିଷମକଟକ ବସଷ୍ଟାଣ୍ଡରେ ଠିଆ ହୋଇଥିବାବେଳେ ଏହି ବସରେ ନିଆଁ ଲାଗିଯାଇଥିଲା । 4ଟି ଯାକ ବସ ଜଣେ ମାଲିକଙ୍କର ହୋଇଥିବା ଜଣାପଡ଼ିଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବସରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି । ପ୍ରବଳ ଗରମ ଯୋଗୁ ପ୍ରଥମେ ଗୋଟିଏ ବସ ଓ ପରେ ଅନ୍ୟ 3ଟି ଏପରି ସମସ୍ତ 4ଟି ବସ ଜଳିଯାଇଛି । ଗୋଟିଏ ପଟେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଥିବାବେଳେ ଅନେକ ସ୍ଥାନରୁ ଅଂଶୁଘାତ ଖବର ମଧ୍ୟ ସାମନାକୁ ଆସିଛି । ଏପରିକି ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଲି ସେତିକି ନୁହେଁ, ଅନେକ ସ୍ଥାନରେ ଅସ୍ବାଭାବିକ ମୃତ୍ୟୁ ପରିଲକ୍ଷିତ ହେଉଛି ।

ଏହା ବି ପଢନ୍ତୁ...ଦାଉ ସାଧୁଛି ଖରା; ଅସ୍ତବ୍ୟସ୍ତ ଜନଜୀବନ, ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ସ୍ୱାସ୍ଥ୍ୟବିଭାଗ - HeatWave In Malkangiri

ଏହା ବି ପଢନ୍ତୁ...ସତର୍କ କଲେ ସିଏସ; କହିଲେ ଆସନ୍ତା କିଛିଦିନ ରୁହ ସଜାଗ - Chief Secretary Pradeep Jena Appeal

ଅସହ୍ୟ ଗରମ କାରଣରୁ ଅଗ୍ନିକାଣ୍ଡ ଘଟିବା ଆଶଙ୍କା ରହିଥିବାବେଳେ ଆଜି ରାୟଗଡ଼ାରେ ବଡ଼ ଧରଣ ଅଘଟଣ ଘଟିଛି । ରାୟଗଡ଼ା ବିଷମକଟକରେ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ୪ଟି ବସ ହୁତୁହୁତୁ ହୋଇ ଜଳିଯାଇଛି । ବସରେ ଯାତ୍ରୀ ନଥିବାରୁ କାହାରି କୌଣସି କ୍ଷତି ହୋଇନାହିଁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏଭଳି ଅଘଟଣ ଘଟିଛି । ଜଳିଯାଇଥିବା ସମସ୍ତ ବସ ଜଣେ ବସ ମାଲିକଙ୍କର ହୋଇଥିବା ଜଣାପଡ଼ିଛି । ପ୍ରଥମେ ଗୋଟିଏ ବସ ଓ ପରେ ପରେ ଅନ୍ୟ 3ଟି ସର୍ବମୋଟ୍ 4ଟି ବସ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିଥିବା ଜଣାପଡ଼ିଛି । ଏପରି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Jun 1, 2024, 6:29 PM IST

ABOUT THE AUTHOR

...view details