ଓଡିଶା

odisha

By ETV Bharat Odisha Team

Published : Mar 17, 2024, 7:11 PM IST

ETV Bharat / state

ମାର୍ଚ୍ଚ ୨୦ରୁ ନାଟକ ପରିକ୍ରମା ଆରମ୍ଭ, ୩ ଦିନରେ ୩ ନାଟକର ମଜା ନେବେ ରାଜଧାନୀବାସୀ

3 Days Drama and Play Program: ରବୀନ୍ଦ୍ର ମଣ୍ଡପରେ ନାଟ୍ୟସଂସ୍ଥା ‘ଉତ୍ତର ପୁରୁଷ’ ପକ୍ଷରୁ ତିନି ଦିନିଆ ନାଟକ ପରିକ୍ରମା ଅନୁଷ୍ଠିତ ହେବ । ଏହି ଉତ୍ସବ ଆସନ୍ତା ୨୦ ମାର୍ଚ୍ଚରୁ(ବୁଧବାର) ଆରମ୍ଭ ହୋଇ ୩ ଦିନରେ ୩ଟି ନାଟକ ପରିବେଷଣ ହେବ । ଅଧିକ ପଢ଼ନ୍ତୁ

ନାଟକ ପରିକ୍ରମା
ନାଟକ ପରିକ୍ରମା

ନାଟକ ପରିକ୍ରମା

ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପ ଠାରେ ନାଟ୍ୟସଂସ୍ଥା ‘ଉତ୍ତର ପୁରୁଷ’ ପକ୍ଷରୁ ତିନି ଦିନିଆ ନାଟକ ପରିକ୍ରମା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବ ଆସନ୍ତା ୨୦ ମାର୍ଚ୍ଚ(ବୁଧବାର) ଆରମ୍ଭ ହୋଇ ୨୨ ତାରିଖରେ ଉଦଯାପିତ ହେବ । ୩ ଦିନରେ ୩ଟି ନାଟକ ପରିବେଷଣ ହେବାକୁ ଯାଉଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଦର୍ଶକ, ନାଟ୍ୟକାର ଓ କଳାକାରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା । ଏନେଇ ସଂସ୍ଥା ପକ୍ଷରୁ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖ ଦିନ ନାଟ୍ୟକାର ବିଶ୍ବଜିତ୍ ଦାସଙ୍କ ରଚିତ ନାଟକ ‘ମୃଗୟା’ ପ୍ରଦର୍ଶିତ ହେବ । ଯାହାର ନିର୍ଦ୍ଦେଶନାରେ ନିଶିକାନ୍ତ ନାୟକ ଏବଂ ରାଶେଷ କୁମାର ପତଙ୍ଗ ଥିବା ବେଳେ ସଂଗୀତରେ କୈଳାସ ସେନାପତି ରହିଛନ୍ତି । ସେହିପରି ମାର୍ଚ୍ଚ ୨୧ ତାରିଖରେ ଅଧ୍ୟାପକ ନାରାୟଣ ସାହୁଙ୍କ ରଚିତ ନାଟକ ‘ଯାହା କହି ହୁଏନା’ ପରିବେଷଣ ହେବ । ନାଟକଟି ଦାଦନ ଶ୍ରମିକ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ନିର୍ଦ୍ଦେଶନାରେ ଡ଼ଃ ପ୍ରସନ୍ନ କୁମାର ମିଶ୍ର ଓ ସଂଗୀତରେ ପ୍ରତାପ ରାଉତ ରହିଛନ୍ତି । ୨୨ ତାରିଖରେ ଅର୍ଥାତ ଶେଷ ରାତିରେ ପରିବେଷିତ ହେବ ନାଟକ ‘ସରଳାର ଚିଠି ’। ଗଳ୍ପରୁ ନାଟକଟି ହେଉଥିବା ବେଳେ ମୂଳଗଳ୍ପ ଅମ୍ରିତା ପ୍ରିତମ ଲେଖିଛନ୍ତି । ନାଟ୍ୟରୂପ ଓ ନିର୍ଦ୍ଦେଶନାରେ ରହିଛନ୍ତି ଦେବଦତ୍ତ ପତି, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି କୈଳାସ ସେନାପତି ।

ଏହା ମଧ୍ୟ ପଢ଼ନ୍ତୁ.... ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ

ଅନ୍ୟପଟେ ଚଳିତବର୍ଷ ପ୍ରଥମ ଥର ପାଇଁ ଉତ୍ତର ପୁରୁଷ ପକ୍ଷରୁ ୪ଟି ପୁରସ୍କାର ଓ ୩ ଜଣ ନାଟ୍ୟ ବ୍ୟକ୍ତିତ୍ଵଙ୍କୁ ସମ୍ବଧିତ କରାଯିବ । ଦର୍ଶକ ସଦସ୍ୟ ସମ୍ମାନରେ ସମ୍ମାନିତ ହେବେ ଶଶିପ୍ରଭା ଦାସ । ସେହିଭଳି ଗୌରଶ୍ୟାମ ମହାପାତ୍ର ସମ୍ମାନରେ ସମ୍ମାନିତ ହେବେ ପ୍ରଶାନ୍ତ କୁମାର ସ୍ବାଇଁ, ଉତ୍ତର ପୁରୁଷ ସମ୍ମାନରେ ସମ୍ମାନିତ ହେବେ ରମେଶ ମହାନ୍ତି ଓ ଅସୀମ ବସୁ ସମ୍ମାନରେ ସମ୍ମାନିତ ହେବେ ଧୀରେନ୍ଦ୍ର ମଲ୍ଲିକ । ପ୍ରତିଦିନ ସନ୍ଧ୍ୟା ୭ ଟାରୁ ଏହି ନାଟକ ପରିବେଷଣ ଆରମ୍ଭ ହେବ। ତେବେ ଦୀର୍ଘ ୫ ଦଶନ୍ଧି ଧରି ଏହି ନାଟ୍ୟସଂସ୍ଥା ନିଜ ନାଟକ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିଆସୁଛି । ଏଥରର ନାଟକ ମଧ୍ୟ ଲୋକଙ୍କୁ ବେଶ ମନୋରଞ୍ଜନ କରିବା ସହ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବ ବୋଲି କହିଛନ୍ତି ଉତ୍ତର ପୁରୁଷ ନାଟ୍ୟ ସଂସ୍ଥାର ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details