ଭୁବନେଶ୍ବର: ଖୁବଶୀଘ୍ର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରୁ ହଟିବ ପରଦା । ଏହି ଘଟଣାର କୋର୍ଟରେ ଚାଲିଛି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା । ପୁଣି ଚର୍ଚ୍ଚାରେ ଏହି ଘଟଣା ଓ ରାଜନୀତି । ଆଜିର ଦିନରେ ଗିରଫ ହୋଇଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ୧୩ ବର୍ଷ ତଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଗଡରୋଡଙ୍ଗରୁ ଗିରଫ ହୋଇଥିଲେ ବିଧାୟକ ରମେଶ ଜେନା । ଯାହାକୁ ନେଇ ଓଡିଶା ରାଜନୀତିରେ ଦେଖିବାକୁ ମିଳିଥିଲା ହଟଚମଟ । ତେବେ ୧୩ ବର୍ଷ ପରେ ଗତ ଫେବୃଆରୀ ୧ ତାରିଖରେ ଏହି ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଖାରବେଳନଗର ଥାନାର ତତ୍କାଳୀନ ଥାନା ଅଧିକାରୀ ସତ୍ୟଜିତ ମିଶ୍ରଙ୍କ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା ।
ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ'ଣ ରହିଥିଲା:
ପୋଲିସର ରେକର୍ଡ ଅନୁସାରେ ତତ୍କାଳୀନ ଇନସ୍ପେକ୍ଟର ସତ୍ୟଜିତ ମିଶ୍ର ଗତ ୧.୨.୨୦୧୧ରେ ପୋଲିସକୁ ଖବର ମିଳିଥିଲା । ଜଣେ ସ୍ତ୍ରୀ ଲୋକ ଟେଲିଫୋନ ଯୋଗେ କହିଥିଲେ ଯେ ୯ରୁ ଜଣ ୧୦ ଗୁଣ୍ଡା ମାଉଜର ଧରି ଏକ ଆପାର୍ଟମେଣ୍ଟରେ ରହିଛନ୍ତି । ଭୟଭୀତ ଅବସ୍ଥାରେ ସ୍ତ୍ରୀ ଲୋକ ଜଣଙ୍କ ଫୋନ ଯୋଗେ କହିବା ପରେ ଫୋନ କାଟି ଦେଇଥିଲେ । ଖବର ପାଇ ଚନ୍ଦ୍ରମା ଆପାର୍ଟମେଣ୍ଟର ଫ୍ଲାଟ A ବ୍ଲକରେ 4/7ରେ ପହଞ୍ଚିଥିଲା ପୋଲିସ । ଏନେଇ ତତ୍କାଳୀନ ଡିସିପି ହିମାଶୁ ଲାଲଙ୍କୁ ଅବଗତ କରାଯାଇଥିଲା । ପରେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ସ୍କ୍ବାଡର ଇନସ୍ପେକ୍ଟର ଅନୁପ କାନୁନ ମଧ୍ୟ ଏକ ଟିମ ସହ ସିଭିଲରେ ଓ ଥାନାର ଷ୍ଟାଫ ୟୁନିଫର୍ମରେ ସେଠାକୁ ଯାଇଥିଲେ । ସକାଳ 11.15ରେ ଯାଇ ପୋଲିସ ପହଞ୍ଚିଥିଲେ । ଅପରାଧୀ ମାନେ ବନ୍ଧୁକ ଓ ମାରଣାସ୍ତ୍ର ଧରିଥିବା ସନ୍ଦେହରେ ବନ୍ଧୁକଧାରୀ ପୋଲିସ ଛାଉଣି କରାଯାଇଥିଲା ।