ବୌଦ୍ଧ:NAC ମାନ୍ୟତା ନମିଳିବାରୁ ତେଜିଛି ଜନ ଅସନ୍ତୋଷ । ରାଜ୍ୟ ସରାକାର 35ଟି ନୂଆ ଏନଏସି ଘୋଷଣା କରିଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ଏନଏସି ମାନ୍ୟତା ମିଳିନଥିବାରୁ ସ୍ଥାନୀୟ ନାଗରିକ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି 12 ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି । ଫଳରେ ଯାତାୟତ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।
ବୌଦ୍ଧ ଜିଲ୍ଲାର ମନମୁଣ୍ଡାକୁ ଏନଏସି ମାନ୍ୟତା ମିଳିନଥିବାରୁ ପୂର୍ବରୁ ସ୍ଥାନୀୟ ନାଗରିକମାନେ ପ୍ରତିବାଦ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ଏହାର ପ୍ରତିବାଦରେ 12 ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା ଦିଆଯାଇଛି । ଏନ୍ଏସି ମାନ୍ୟତା ନପାଇବାରୁ ଅସନ୍ତୋଷର ବହ୍ନି ବ୍ୟାପିବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ପୂର୍ବରୁ ଥିବା ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସରକାର ମ୍ୟୁନିସିପାଲିଟି ଓ କଣ୍ଟାମାଳକୁ ନୂଆ ଏନ୍ଏସି ମାନ୍ୟତା ପ୍ରଦାନ ପରେ ଉଭୟ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବୌଦ୍ଧଠାରେ ବିଜେଡି ପକ୍ଷରୁ ନାଚଗୀତରେ ଉତ୍ସବ ପାଳନ କରାଯାଇଥିବା ବେଳେ ବୌଦ୍ଧ ନାଗରିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି । କିନ୍ତୁ ଦୀର୍ଘ ବର୍ଷ ହେଲା କଣ୍ଟାମାଳ ବ୍ଲକର ମନମୁଣ୍ଡା, ବୌଦ୍ଧ ବ୍ଲକର ବାଉଶୁଣୀ ଓ ହରଭଙ୍ଗା ବ୍ଲକର ପୁରୁଣା କଟକକୁ ଏନ୍ଏସି ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି ।