ବଲାଙ୍ଗୀର:ଏନଏସି ମାନ୍ୟତା ଦାବିରେ ତେଜୁଛି ଆନ୍ଦୋଳନ । ବଲାଙ୍ଗୀର ଜିଲ୍ଲାରଲାଠୋର ସହରକୁ ଏନଏସି ଦାବି ନେଇ ଆଜି (ଗୁରୁବାର) ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ । ଏହାର ପ୍ରଭାବରେ ସହରର ସବୁ ଦୋକାନ ବଜାର ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଗାଡିମୋଟର ଚଳାଚଳ ବନ୍ଦ ରହିଛି । କେବଳ କିଛି ଅତ୍ୟାବଶ୍ୟକ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।
ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲାରେ ଦୀର୍ଘ ଦିନରୁ ଅନେକ ଅଞ୍ଚଳକୁ ଏନଏସି ଦାବି ନେଇ ଆନ୍ଦୋଳନ ହୋଇଆସୁଛି । ଏପରିକି ଫାଇବ-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ସମୟରେ ବଲାଙ୍ଗୀର ଗସ୍ତ ବେଳେ ଲୋକେ ସେମାନଙ୍କ ଅଞ୍ଚଳକୁ ଏନଏସି ଦାବି କରିଥିଲେ । କିନ୍ତୁ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ଏନଏସି ତାଲିକାରେ ଜିଲ୍ଲାର ଅନେକ ଅଞ୍ଚଳ ବାଦ୍ ପଡ଼ିବା ପରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଛି । ଏହି କ୍ରମରେ ଆଜି ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ସହର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ପ୍ରଭାବରେ ଗାଡ଼ି ଚଳାଚଳ, ଦୋକାନ ବଜାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । ସେହିପରି ଶତାଧିକ ଲୋକେ ଓ ସଂଗଠନ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବା ସହ ବିଭିନ୍ନ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଜୋର ଧରିଲା NAC ମାନ୍ୟତା ଦାବି, ୧୨ ଘଣ୍ଟିଆ ରାସୋଳ ବନ୍ଦ