ଓଡିଶା

odisha

ETV Bharat / state

ବ୍ୟାସ ସରୋବର ମହୋତ୍ସବ: ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ, ଝୁମୁଛନ୍ତି ଦର୍ଶକ - ଯାଜପୁର

Jajpur Vyasa Sarovar Mahotsav: ଚାଲିଛି ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ । ସଂନ୍ଧ୍ୟାରେ ନାମୀଦାମୀ କଳାକାରଙ୍କ ଦ୍ବାରା ପରିବେଷିତ ହେଉଛି ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ବ୍ୟାସ ସରୋବର ମହୋତ୍ସବ
ବ୍ୟାସ ସରୋବର ମହୋତ୍ସବ

By ETV Bharat Odisha Team

Published : Mar 1, 2024, 12:51 PM IST

ବ୍ୟାସ ସରୋବର ମହୋତ୍ସବ

ଯାଜପୁର: ଆଜକୁ ଶହଶହ ବର୍ଷ ଧରି ଯାଜପୁରର ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠରେ ଭୌମ ଏକାଦଶୀରୁ ମେଳା ଓ ମହୋତ୍ସବ ଆୟୋଜିତ ହୋଇଆସୁଛି । ଏହି ପୀଠରେ ଏକାସାଙ୍ଗରେ ପୂଜା ପାଉଛନ୍ତି ଭକ୍ତ ଓ ଭଗବାନ । ଯାହାକି ଭାରତ ବର୍ଷରେ ଏଭଳି ପରମ୍ପରା ଆଉ କେଉଁଠି ଦେଖିବାକୁ ମିଳେନାହିଁ l 10 ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ଠାକୁର ଦର୍ଶନ କରିବା ସହ ମେଳା ଓ ମୀନା ବଜାରର ମଜା ନେଉଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ନାମୀଦାମୀ କଳାକାରଙ୍କ ଦ୍ବାରା ପରିବେଷିତ ହେଉଛି ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯାହାକୁ ଦେଖିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ମହୋତ୍ସବରେ ଏକାଠି ହେଉଛନ୍ତି ଶହଶହ ଦର୍ଶକ l

ଯାଜପୁର ଜିଲ୍ଲା ଅନ୍ୟତମ ପ୍ରଶିଦ୍ଧ ପୀଠ ଭାବେ ବ୍ୟାସନଗର ସହର ଉପକଣ୍ଠରେ ରହିଛି ବ୍ୟାସ ସରୋବର ପୀଠ । ଯେଉଁ ପୀଠରେ ବସି ମହର୍ଷି ବ୍ୟାସଦେବ ମହାଭାରତର ଶେଷ ପର୍ବ ରଚନା କରିଥିବା ବିଶ୍ଵାସ ରହିଛି । ଏହାସହ ଏହି ପୀଠ ହେଉଛି ବ୍ୟାସ ଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବ ଜୀଉଙ୍କ ସାଧନା ସ୍ଥଳୀ । ଏହି ଗୋଟିଏ ସ୍ଥାନରେ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କୁ ଏକତ୍ର ପୂଜା କରାଯାଇଥାଏ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ 20 ତାରିଖ ଅର୍ଥାତ ଭୌମ ଏକାଦଶୀ ତିଥିରୁ ହିଁ ଆରମ୍ଭ ହୋଇଛି ବ୍ୟାସ ସରୋବର ମେଳା ଓ ମହୋତ୍ସବ । ଶ୍ରଦ୍ଧାଳୁମାନେ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ମେଳା ବୁଲି ମଜା ଉଠାଉଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ ଉଦଘାଟିତ

ଶହଶହ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଏହି ମେଳା ଏବେ 17 ବର୍ଷ ହେବ ମହୋତ୍ସରେ ପରିଣତ ହୋଇଛି l ଚଳିତବର୍ଷ ପ୍ରଥମ ଦିବସରେ ଗଣଦୌଡରୁ ଆରମ୍ଭ ହୋଇଛି ମହୋତ୍ସବ । ଚଳିତବର୍ଷ ବେଶ୍ ଧୁମଧାମରେ ପାଳିତ ହେଉଛି ମହୋତ୍ସବ । ମେଳାରେ ପଡ଼ିଛି ବିଭିନ୍ନ ଦୋଳି ସାଙ୍ଗକୁ ମିନାବଜାର । ଏହାସହ ଭଳିକି ଭେଳି ଖାଦ୍ୟ ଓ ଷ୍ଟଲ୍ ମଧ୍ୟ ଖୋଲିଛି । ଲୋକେ ମେଳା ବୁଲି ଘରକରଣା ସାମଗ୍ରୀ କିଣୁଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ନାମୀଦାମୀ କଳାକାରଙ୍କ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ ଦ୍ବାରା ପରିବେଷିତ ହେଉଛି ମନୋରମ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯାହାର ଭରପୁର ମଜା ଉଠାଉଛନ୍ତି ଦର୍ଶକ । ସେପଟେ ମେଳାରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭୌମ ଏକାଦଶୀରୁ ଆରମ୍ଭ ହେଇଥିବା ଏହି ମହୋତ୍ସବ ଆସନ୍ତା 2 ତାରିଖରେ ଶେଷ ହେବ ବୋଲି ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି l

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details