ହାଇଦ୍ରାବାଦ: ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ମୁପାସା: ଦ ଲାୟନ କିଙ୍ଗ' ଶେଷରେ ଆଜି (20 ଡିସେମ୍ବର)ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଖ୍ରୀଷ୍ଟମାସ ଅବସରରେ ଇଂରାଜୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ର 2019 ରେ ମୁକ୍ତିଲାଭ କରିଥିବା 'ଦ ଲାୟନ କିଙ୍ଗ' ଏକ ପ୍ରିକ୍ୱେଲ ଅଟେ । 'ଦ ଲାୟନ' ଦର୍ଶକଙ୍କୁ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ 'ମୁପାସା: ଦ ଲାୟନ କିଙ୍ଗ' ଲୋକେ ପସନ୍ଦ କରିଛନ୍ତି କି ନାହିଁ ? ଜାଣନ୍ତୁ,
#Mufasa is technically impressive, as there is no denying how well-animated each animal is, and the attention to detail shines through. This outing has more life than the 2019 remake, even if it struggles keeping you invested in its original story. Barry Jenkins attempts to… pic.twitter.com/le1MWdH3Zr
— Austin Burke (@theBurk3nator) December 20, 2024
ଏହି ଷ୍ଟାର ଦେଇଛନ୍ତି ଭଏସ୍
'ମୁପାସା: ଦ ଲାୟନ କିଙ୍ଗ' ପ୍ରଥମ ଦିନର ପ୍ରଥମ ଶୋ' ଦେଖିବା ପରେ ଫ୍ୟାନ୍ସ ଏବଂ ଦର୍ଶକ ଏକ୍ସରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । କହିରଖୁଛୁ କି, ଶାହାରୁଖ ଖାନ ଦୁଇ ପୁଅ ଆର୍ଯ୍ୟନ ଖାନ ଏବଂ ଅବରାମ ଏଥିରେ ଭଏସ ଦେଇଥିବା ବେଳେ ଏହା ଦର୍ଶକଙ୍କ ହୃଦୟ ଜିତିଛି । ଶାହରୁଖ ଖାନ ଏବଂ ଆର୍ଯ୍ୟନ ଖାନ ୨୦୧୯ର 'ଲାୟନ କିଙ୍ଗ' ପାଇଁ ହିନ୍ଦୀ ଭର୍ସନ ପାଇଁ ଭଏସ୍ ଦେଇଥିଲେ । ଯାହାକୁ ଲୋକେ ବେଶ ପସନ୍ଦ କରିଥିଲେ । ବର୍ତ୍ତମାନ ଏଥିରେ ସାନପୁଅ ଅବରାମ ବି ସାମିଲ ହୋଇଥିବା ବେଳେ ଏହା ଲୋକେ ପସନ୍ଦ କରିଛନ୍ତି । ସେପଟେ ସାଉଥ ସୁପରଷ୍ଟାର ମହେଶ ବାବୁ ତେଲୁଗୁ ଭର୍ସନରେ ମୁଫାସାର ଭଏସ ଦେଇଛନ୍ତି । ଅଧିକାଂଶ ତିନୋଟି ଖାନଙ୍କ ଡବିଂକୁ ବହୁତ ଲୋକ ପସନ୍ଦ କରିଛନ୍ତି ତ ତେଲୁଗୁ ଭର୍ସନକୁ ମଧ୍ୟ ଲୋକଙ୍କ ମନ ଜିିତିଛି । ତେବେ ଫିଲ୍ମ ବିଷୟରେ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଛି ।
Mufasa fails to create the impact that promises. While the film attempts to lean heavily on emotions, it falls flat in delivering any lasting impression. Even Mahesh Babu's voiceover, despite being a major highlight, lacks the intensity needed to elevate the dialogues or…
— Narendra™ ! (@MaheshThammudu_) December 19, 2024
I heard almost nothing about MUFASA but went to see it earlier.
— Yasha Chatab (@MrYasha) December 19, 2024
I truly love it. I even like it better than the original Lion King animation. pic.twitter.com/eGKNMDNX75
'ମୁପାସା: ଦ ଲାୟନ କିଙ୍ଗ' ରିଭ୍ୟୁ
ଜଣେ ଲେଖିଛନ୍ତି, ଭିଜୁଆଲ୍ ଗୁଡିକ ଆଶ୍ଚର୍ଯ୍ୟଜନକ, କାହାଣୀ ମଧ୍ୟ ଆଶ୍ଚର୍ଯ୍ୟଜନକ, ମୁଁ ଏହା ବ୍ୟତୀତ ଆଉ କ’ଣ କହି ପାରିବି । ଆଉ ଜଣେ ଲେଖିଛନ୍ତି, 'ମୁଁ କେବେ ଭାବି ନଥିଲି ଯେ ମୁଫାସା ଏତେ ଭଲ ଫିଲ୍ମ ହେବ। ଏକ ଆକ୍ସନ୍ ଥ୍ରୀଲର୍ ଯାହା ମଧ୍ୟ ଏକ ବିପଜ୍ଜନକ ଭିଲେନ୍ ସହ । ଉତ୍କୃଷ୍ଟ ଭିଜୁଆଲ୍ ଏବଂ ଲେଖା, ସିଂହର ଭାବନାକୁ ବହୁତ ଶକ୍ତିଶାଳୀ ଢଙ୍ଗରେ ଦର୍ଶାଯାଇଛି । ଅନ୍ୟ ଜଣେ ଲେଖିଛନ୍ତି, 'ମୁଫାସା ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେଉଛି। ଏତେ ମହାନ ଚଳଚ୍ଚିତ୍ରରେ ଭାବନା ଏତେ ଭଲ ପ୍ରଦର୍ଶନ କରାଯାଇ ନଥିଲା । ଏପରିକି ମହେଶ ବାବୁଙ୍କ ଭଏସ୍ ଓଭର ମଧ୍ୟ ଭାବନାକୁ ଗଭୀରତା ଆଣିପାରି ନଥିଲା । ଜଣେ ଲେଖିଛନ୍ତି, 'ମୁଁ ମୁଫାସା ବିଷୟରେ କେବେ ଶୁଣି ନଥିଲି କିନ୍ତୁ ମୁଁ ଏହାକୁ ଦେଖିବାକୁ ଯାଇଥିଲି ଏବଂ ମୋତେ ଏହା ପ୍ରକୃତରେ ଭଲ ଲାଗିଲା।
I didn’t expect mufasa to be that great omg? an action thriller with legit villains, multiple deaths, great visuals and writing, and the lions were as expressive as they could be in a live action. the lion fights were no joke. also blue ivy carter did great voice work! 4.5/5
— sophia (@hellopugh) December 20, 2024
ଏହା ମଧ୍ୟ ପଢନ୍ତୁ: ଜନ୍ମାଷ୍ଟମୀରେ ମହେଶ ବାବୁଙ୍କ ଫ୍ୟାନ୍ସଙ୍କୁ ଭେଟି; 'ମୁଫାସା' ତେଲୁଗୁ ଭର୍ସନ ଟ୍ରେଲର ରିଲିଜ
'ମୁଫାସା: ଦ କିଙ୍ଗ ଲାୟନ'ର କାହାଣୀ
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବୈରୀ ଜେନକିନସ୍ । ସେହିପରି ମୁଫାସା ଏବଂ ସ୍କାର୍ ଏରୋନ୍ ପିଅର ଏବଂ କେଲଭିନ ହୈରିସନ ଜୁନିଅର ଭଏସ ଦେଇଛନ୍ତି । 'ଦ ଲାୟନ'ର ପ୍ରିକ୍ୱେଲ 'ମୁଫାସା: ଦ କିଙ୍ଗ ଲାୟନ'ରେ 'ମୁଫାସା 'ଏବଂ ତାଙ୍କ ଭାଇ' ସ୍କାର୍'ର କାହାଣୀ ପ୍ରଦର୍ଶିତ ହୋଇଛି । ମୁଫାସାଙ୍କୁ ଏକ ଅନାଥ ସିଂହ ଛୁଆ ଭାବରେ ଚିତ୍ରଣ କରାଯାଇଛି ଯିଏ ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇ ପରେ ନିଜକୁ ଜଣେ ଯୋଦ୍ଧା ଭାବରେ ପ୍ରତିଷ୍ଠିତ କରାଇଛି ।
Why are animals acting like humans? Not a single animal instinct, they are not even hungry. Ofcourse we're not expecting a national geography videos but the film feels unrelated and unnatural. It misses a chance of being original #Mufasareview @Disney @DisneyStudios
— Kausalya Suharika R (@KausalyaSuhari1) December 20, 2024
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ