ETV Bharat / state

ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା, କିଚିରି ମିଚିରି ଶବ୍ଦରେ କମ୍ପୁଛି ଜାତୀୟ ଉଦ୍ୟାନ - MIGRATORY BIRDS IN BHITARKANIKA

କେନ୍ଦ୍ରାପଡ଼ା ଭିତରକନିକା ଜାତୀୟ ଉଦ୍ୟାନରେ ଆସର ଜମାଇଲେଣି ବିଦେଶୀ ପକ୍ଷୀ । ଶୀତଋତୁରେ ଅନୁକୂଳ ପାଗ ଓ ଜଳସ୍ତର ବଢ଼ାଇଛି ପକ୍ଷୀ ସଂଖ୍ୟା ।

ଭିତରକନିକା ଜାତୀୟ ଉଦ୍ୟାନ
ଭିତରକନିକା ଜାତୀୟ ଉଦ୍ୟାନ (ETV HARAT ODISHA)
author img

By ETV Bharat Odisha Team

Published : Dec 20, 2024, 3:00 PM IST

କେନ୍ଦ୍ରାପଡ଼ା: ବିଦେଶୀ ପକ୍ଷୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଭିତରକନିକା ଜାତୀୟ ଉଦ୍ୟାନ । ରଙ୍ଗ ବେରଙ୍ଗର ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଫାଟି ପଡୁଛି ଚତୁର୍ଦିଗ । ଶୀତ ଯେତିକି ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା ସେତିକି ବଢୁଛି । ପ୍ରକୃତି କୋଳରେ ଖୋଲା ଆକାଶରେ ନିଜକୁ ହଜାଇ ଦେଇ ଡେଣାଇ ମେଲାଇ ଉଡି ବୁଲୁଛନ୍ତି ବିଦେଶୀ ପକ୍ଷୀଗଣ । ଅନୁକୂଳ ପାଗ ଓ ଜଳସ୍ତର ବୃଦ୍ଧି ଯୋଗୁଁ ଭିତରକନିକା ଆର୍ଦ୍ରଭୂମିରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ବାର୍ଷିକ ଶୀତକାଳୀନ ପକ୍ଷୀ ଗଣନା ଅନୁଯାୟୀ ଚିଲିକା ପରେ ଏହି ସ୍ଥାନକୁ ବିଦେଶୀ ପକ୍ଷୀମାନେ ସେମାନଙ୍କ ପାଇଁ ଦ୍ଵିତୀୟ ବାସସ୍ଥାନ ରୂପେ ବାଛି ନେଇଛନ୍ତି ।

ଭିତରକନିକା ଏବେ ପକ୍ଷୀଙ୍କ ଅଭୟାରଣ୍ୟ:

ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବିଭିନ୍ନ ବନଖଣ୍ଡ ଜଳାଶୟମାନଙ୍କରେ ଗତବର୍ଷମାନଙ୍କରେ ପକ୍ଷୀ ଗଣନା କରାଯାଇଥିଲା । ଜାତୀୟ ଉଦ୍ୟାନ ପ୍ରତି ଆକୃଷ୍ଟ ହୋଇ ବିଦେଶୀ ପକ୍ଷୀ ଏଠାକୁ ବହୁଳ ସଂଖ୍ୟାରେ ଆସୁଥିବା ଜଣାପଡିଥିଲା । ଏଠାକାର ଆର୍ଦ୍ରଭୂମି ଓ ସନ୍ତସନ୍ତିଆ ସ୍ଥାନଗୁଡିକ ପକ୍ଷୀମାନଙ୍କ ବାସୋପଯୋଗୀ ହୋଇଥିବା କାରଣରୁ ଅକ୍ଟୋବର ମାସ ଆରମ୍ଭରେ ଏଠାକୁ ଉଡ଼ି ଆସିଥାନ୍ତି ବିଦେଶୀ ପକ୍ଷୀ ।

Migratory Birds In Kendrapara Bhitarkanika National Park (ETV HARAT ODISHA)

ବିଦେଶୀ ପକ୍ଷୀଙ୍କ ଆଗମନ ନେଇ କଣ କୁହନ୍ତି ପରିବେଶବିତ ?

ଭିତରକନିକା ଶୋଭା ବର୍ଦ୍ଧନ କରୁଛନ୍ତି ପକ୍ଷୀ:

ବିଦେଶାଗତ ପକ୍ଷୀଙ୍କ ଭିତରକନିକା ଆଗମନ ସମ୍ପର୍କରେ ପ୍ରତିକ୍ରିୟା ରଖି ପରିବେଶବିତ ପ୍ରସନ୍ନ କୁମାର ଦାସ କୁହନ୍ତି, "ହେନ୍ତାଳ ବନ ଓ ଭିତରକନିକା ହେଉଛି ଆମ ପାଇଁ ଗୌରବର ସ୍ଥାନ। ଏହି ଜାତୀୟ ଉଦ୍ୟାନ ଏତେ ସୁନ୍ଦର ଭାବରେ ହୋଇଛି ଯେ ଏହା ବହୁ ବିଦେଶୀ ଲୋକମାନଙ୍କୁ ଆକର୍ଷଣ କରୁଛି । ବିଦେଶୀ ପକ୍ଷୀମାନେ ଏଠାକୁ ଆସୁଛନ୍ତି । ସାଧାରଣତଃ ଚିଲିକାକୁ ଏହି ସମୟରେ ବହୁତ ପକ୍ଷୀ ଆସନ୍ତି କିନ୍ତୁ ଏଠାକୁ ବିଭିନ୍ନ ପ୍ରକାର ଓ ବିଭିନ୍ନ ପ୍ରଜାତିର ପକ୍ଷୀ ଆସୁଛନ୍ତି । ଯାହାକି ଭିତରକନିକାର ଶୋଭାବର୍ଦ୍ଧନ କରୁଛି ।''

ଭିତରକନିକା ଜାତୀୟ ଉଦ୍ୟାନ
ଭିତରକନିକା ଜାତୀୟ ଉଦ୍ୟାନ (ETV HARAT ODISHA)

ଏହା ମଧ୍ୟ ପଢନ୍ତୁ-ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର-ଜାନୁଆରୀ ମଧ୍ୟରେ ହେବ ଗଣନା - MIGRATORY BIRDS ARRIVE ON WINTER

ଏହା ମଧ୍ୟ ପଢନ୍ତୁ-ପକ୍ଷୀଙ୍କ ଗୋଡରେ ଲାଗିବ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ, ଜାନୁଆର ୧୮ରୁ ଗଣନା - MIGRATORY BIRD CENSUS

Migratory Birds In Kendrapara Bhitarkanika National Park

ଦେଶୀ ପକ୍ଷୀଙ୍କ ମନ ପସନ୍ଦର ସ୍ଥାନ ଭିତରକନିକା:

ପ୍ରତିବର୍ଷ ପକ୍ଷୀ ଗଣନା କରୁଥିବା ପରିବେଶବିତ ବିରଜା ପତି ଏହି ବିଦେଶୀ ପକ୍ଷୀଙ୍କ ଆଗମନ ସମ୍ପର୍କରେ ମତ ରଖି କହିଛନ୍ତି," ଭିତରକନିକା ହେଉଛି ଏକ ଆର୍ଦ୍ରଭୂମି, ଆର୍ଦ୍ରଭୂମିଗୁଡ଼ିକରେ ଜୈବ ବିବିଧତା ବହୁତ ଅଧିକ । ଛୋଟଠାରୁ ଆରମ୍ଭ କରି ବଡ଼ ପକ୍ଷୀମାନଙ୍କ ଖାଦ୍ୟ ପାଇଁ ଆର୍ଦ୍ରଭୂମି ବ୍ୟବସ୍ଥା କରିଥାଏ । ବିଦେଶୀ ପକ୍ଷୀମାନେ ଯେଉଁ ସ୍ଥାନକୁ ଆସୁଛନ୍ତି ସେଗୁଡିକ ୱେଟଲ୍ୟାଣ୍ଡ ବା ୱାଟର ବଡିଜ । ଭିତରକନିକା ହେଉଛି ବିଦେଶୀ ପକ୍ଷୀମାନଙ୍କର ଏକ ମନ ପସନ୍ଦର ସ୍ଥାନ । ଏମାନେ ସାଧାରଣତଃ ଅକ୍ଟୋବର ଶେଷ ବେଳକୁ କିଛି କିଛି ପକ୍ଷୀ ଆସନ୍ତି। ୱାକଟେଲସ ଓ ୱେଡରମାନେ ଏହି ସମୟରେ ଆସି ଯାଇଥାନ୍ତି ଏବଂ ଏହାପରେ ଅନ୍ୟ ପକ୍ଷୀ ମାନେ ଆସିଥାନ୍ତି । ଏବର୍ଷ ଯାହା ଶୁଣାଯାଉଛି ଅଧିକ ସଂଖ୍ୟକ ପକ୍ଷୀ ଉଭୟ ସାତଭାୟା ଓ ଭିତରକନିକାକୁ ଆସିଛନ୍ତି। ''

ସେ ଆହୁରି ମଧ୍ୟ କହିଛନ୍ତି, ''ଚିଲିକା ହେଉଛି ୮୦୦-୯୦୦ କିଲୋମିଟରର ଏକ ୱାଟର ବଡି, ଯେଉଁଠାରେ ଆର୍ଦ୍ରଭୂମି ଓ ଗହୀର ପାଣି କାରଣରୁ ବହୁ ପକ୍ଷୀ ଖାଦ୍ୟ ସଂଗ୍ରହ କରିପାରିବେ । ଚିଲିକା ପରେ ଭିତରକନିକା ହେଉଛି ଦ୍ଵିତୀୟ ଆର୍ଦ୍ରଭୂମି ଯେଉଁଠାରେ ସମୁଦ୍ର ତା ପାଖରେ ଥିବା ଲୁଣା ଜଙ୍ଗଲ ବଡ଼ ବଡ଼ ତିନୋଟି ନଦୀ ମୁହାଣ ରହିଛି । କେବଳ ରାଜନଗରରେ ୨୫ କିଲୋମିଟରର ବେଳାଭୂମି ରହିଥିବା ବେଳେ ମହାକାଳପଡ଼ାକୁ ମିଶାଇଲେ ଏହା ୪୫-୪୭ କିଲୋମିଟର ଆର୍ଦ୍ରଭୂମି ହେବ । ତେଣୁ ଏଠାକୁ ଅନେକ ଚଢ଼େଇ ଆସିଥାନ୍ତି । ଏହି ବିଦେଶୀ ପକ୍ଷୀ ମାନେ ସାଧାରଣତଃ ହିମାଳୟ ସେପଟରୁ ଆସିଥାନ୍ତି । ଚୀନ, ମଙ୍ଗୋଲିଆ, ପୂର୍ବ ଏସିଆ ଇତ୍ୟାଦି ସ୍ଥାନରୁ ଏହି ପକ୍ଷୀ ଆସୁଥିବା ବେଳେ ପଶ୍ଚିମ ପଟରୁ କୌଣସି ପକ୍ଷୀ ଆସିନଥାନ୍ତି । ମାନ ସରୋବର ହ୍ରଦରୁ ଚକୋଆଚକୋଇ ବା ରୁଡ଼ିସିଆଲ ଡକ୍ ଆସିଥାନ୍ତି ।''

୨୮୪ ପ୍ରଜାତିର ପକ୍ଷୀ ଆସୁଥିବା ରେକର୍ଡ କରାଯାଇଛି:

ବର୍ତ୍ତମାନ ଶୀତ ସମୟରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ସମ୍ପର୍କରେ ପ୍ରତିକ୍ରିୟା ରଖି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି,"ଭିତରକନିକା ରାମସାର ସାଇଡକୁ ପ୍ରତିବର୍ଷ ବିଦେଶୀ ପକ୍ଷୀ ବହୁତ ସଂଖ୍ୟାରେ ଆସିଥାନ୍ତି । ଏବର୍ଷ ମଧ୍ୟ ସେମାନେ ଆସିବା ଆରମ୍ଭ କଲେଣି ଏବଂ ଆଉ କିଛି ପ୍ରଜାତିର ପକ୍ଷୀ ଆସୁଛନ୍ତି । ପକ୍ଷୀ ଗଣନା ଜାନୁଆରୀ ମାସରେ କରାଯିବ । ଗତ କିଛି ବର୍ଷ ହିସାଵକୁ ଦେଖିଲେ ଏଠାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଓ ରହଣି ବଢିଛି। ପୂର୍ବରୁ ଏଠାକୁ ଚଢ଼େଇ ମାନେ ଆସି କିଛି ଦିନ ରହି ଚିଲିକାକୁ ଚାଲି ଯାଉଥିଲେ । କିନ୍ତୁ ଏବେ ଏହି ବିଦେଶୀ ପକ୍ଷୀ ଆଉ ଚିଲିକା ନଯାଇ ଏଠାରେ ଗୋଟିଏ ସିଜନ ରହି ଯାଉଥିବା ଦେଖାଯାଉଛି । ଭିତରକନିକାରେ ସମୁଦାୟ ୨୮୪ ପ୍ରଜାତିର ପକ୍ଷୀ ଆସୁଥିବା ରେକର୍ଡ କରାଯାଇଛି । ଯାହା କେବଳ ଭିତରକନିକା ଜୈବ ବିବିଧତା ପାଇଁ ସମ୍ଭବ ହୋଇଛି ।''

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.