ETV Bharat / bharat

YearEnder: ଅପବାଦ ମୁଣ୍ଡାଇଲା ‘2024’, ଭାବାବେଗ ସହ ଖେଳିଲା ଲଡୁ - BIGGEST CONTROVERSIES

2024ରେ ବଡ଼ ବିବାଦ । NEET ପେପର ଲିକ୍, ଡିପଫେକ୍ଏ, ପୂଜା ଖେଡ଼କର କିମ୍ବା ଭିନେଶ ଫୋଗତ । 2024ର ବିବାଦୀୟ ଘଟଣାଗୁଡ଼ିକୁ ନେଇ ଆମର ଏହି ସ୍ଫେଶାଲ ରିପୋର୍ଟ ।

BIGGEST CONTROVERSIES
BIGGEST CONTROVERSIES (ETV Bharat Odisha)
author img

By ETV Bharat Odisha Team

Published : Dec 20, 2024, 4:45 PM IST

ହାଇଦ୍ରାବାଦ: ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ପରି ସଫଳତା ସହ ବିବାଦରେ ଯୋଡ଼ି ହୋଇଥିଲା ବର୍ଷ 2024 । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଉଠିଥିଲା ପ୍ରଶ୍ନ ତ ... ଭକ୍ତଙ୍କ ଭାବାବେଗ ସହ ଖେଳିଥିଲା ଲଡୁ । ସରକାର-ନ୍ୟାୟପାଳିକା ସମ୍ପର୍କକୁ ନେଇ ଉଠିଥିଲା ପ୍ରଶ୍ନ । ଆଦାନୀ ଲାଞ୍ଚ କାରବାର ହେଉ ଅବା ଟ୍ରେନିଂ ଆଇଏଏସ ଅଫିସରଙ୍କ ନବାବ ସଉକ କରିଥିଲା ଆଶ୍ଚର୍ଯ୍ୟ । ତମାମ ପ୍ରସଙ୍ଗ ଉପରେ ବେଶ ବିବାଦରେ ରହିଥିଲା ବର୍ଷ 2024 । ଆସନ୍ତୁ ନଜର ପକାଇବା 2024ର ବିବାଦୀୟ ଘଟଣା ଉପରେ ....

ବିଦାୟୀ ବେଳାରେ 2024 । ନୂଆ ଆଶା ନୂଆ ଉଦ୍ଦୀପନା ସହ ନୂଆ ବର୍ଷ ଅପେକ୍ଷାରେ ସଭିଏଁ । 2024 କାହା ପାଇଁ ଖୁସିର ବର୍ଷା କରାଇଥିଲା କାହା ପାଇଁ ଆଣିଦେଇଥିଲା ଦୁଃଖର କଳାବାଦଲ । 2024 ଦେଶକୁ ଅନେକ ସଫଳତାର ଶିଖରକୁ ଉଠାଇ ଥିଲା କିଛି ଚର୍ଚ୍ଚିତ ଘଟଣା ମନରେ ଅଲିଭା ଗାର ଭଳି ଛାଡି ଯାଇଛି ସ୍ବାକ୍ଷର । କେଉଁ କେଉଁ ଘଟଣାକୁ ଚର୍ଚ୍ଚାରେ ଥିଲା 2024 । କଣ ଥିଲା ଦେଶର ସବୁଠୁ ଚର୍ଚ୍ଚିତ ବିବାଦୀୟ ଘଟଣା । ଯାହାକୁ ନେଇ ଦେଶରେ ଉଠିଥିଲା ହଇଚଇ ।

NEET ପେପର ଲିକ୍:
2024ରେ ବଡ଼ ବିବାଦ କଥା ଆମେ ଯଦି କହିବା ସେଥି ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ନିଟ୍ ପେପର ଲିକ ଘଟଣା । ଗତ ମେ’ 5ରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ 24 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଜୁନ 4ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ପ୍ରାୟ 67 ଜଣ ପରୀକ୍ଷାର୍ଥୀ 720ରୁ 720 ମାର୍କ ରଖିଥିଲେ । ଏହା ପରେ ପେପର୍‌ ଲିକ୍‌ ଅଭିଯୋଗ ହୋଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ଅଡି ବସିଥିଲେ ବିରୋଧି । ସଡ଼କଠୁ ସଂସଦ ସବୁଠି ଏହି ପେପର ଲିକ ପ୍ରସଙ୍ଗରେ ସରଗରମ ହୋଇଥିଲା ରାଜନୀତି ।

ସଂସଦରେ NEET ତାତି: ବିରୋଧୀ କହିଲେ କାହିଁକି ଇସ୍ତଫା ଦେଇନାହାନ୍ତି ଶିକ୍ଷାମନ୍ତ୍ରୀ ! ଉତ୍ତର ରଖିଲେ ଧର୍ମେନ୍ଦ୍ର - NEET ROW IN PARLIAMENT

ଡିପଫେକ ବିବାଦ:
ଚନ୍ଦ୍ରପୃଷ୍ଠରେ ଭାରତ ପାଦ ଥାପିଛି । ଉନ୍ନତ ଜ୍ଞାନକୈଶଳ ପ୍ରୟୋଗରେ ଆମ ଦେଶ ଭାରତ ବହୁ ଆଗକୁ ଯାଉଛି । AI(କୃତ୍ରିମ ବୁଦ୍ଧିମତା) ବ୍ୟବହାର ମଧ୍ୟ ଢେର ବଢିଛି । ଚଳିତ ବର୍ଷ ଯାହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ନୂଆ ଶବ୍ଦ ଭାବେ ଉଭା ହୋଇଥିଲା ଡିପଫେକ । ବଲିଉଡ ଓ ସାଉଥର ଅନେକ ଅଭିନେତ୍ରୀ ଏହାର ଶିକାର ହୋଇଥିଲେ । ରଶ୍ମିକା ମନ୍ଦନା, ଆଲିଆ ଭଟ୍ଟ, ଦୀପିକା ପାଦୁକୋନଙ୍କ ଭଳି ତାରକା ଡିପଫେକ ଜାଲରେ ଫସିଥିଲେ । ହିରୋଇନଙ୍କ ମୁହଁକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିଲା ଡିପଫେକ ଭିଡିଓ । ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ନେଇ ଖୋଦ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ । ଏହାକୁ ରୋକିବା ପାଇଁ ସରକାର ଆଇନ ଆଣିବାକୁ ଚିନ୍ତା କରୁଥିବା କହିଥିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଡିପଫେକ ଜାଲରେ ଆଲିଆ ଭଟ୍ଟ

ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଘଟଣା; ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ତିରୁପତି ଲଡୁ ବିବାଦ:
2024ରେ ଦୋହଲି ଯାଇଥିଲା ଭକ୍ତର ଆସ୍ଥା ବିଶ୍ବାସ । ଆଲୋଡନ ଖେଳିଥିଲା ଯେବେ ସାମ୍ନାକୁ ଆସିଥିଲା ତିରୁପତି ବାଲାଜୀଙ୍କ ଲଡୁ ପ୍ରସାଦକୁ ନେଇ ସାଙ୍ଘାତିକ ଅଭିଯୋଗ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ, ଭକ୍ତଙ୍କୁ ପ୍ରସାଦ ଆକାରରେ ଦିଆଯାଉଥିବା ଲଡୁରେ ମିଶୁଥିଲା ପଶୁ ଚର୍ବି । ପୂର୍ବ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ । ସାରା ଦେଶରେ ଏହି ଅଭିଯୋଗ ପରେ ହଇଚଇ ସୃଷ୍ଟି ହୋଇଥିଲା । ଏପରିକି ପ୍ରସିଦ୍ଧମନ୍ଦିର ମାନଙ୍କରେ ଘିଅର ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ମାମଲା ବି ପହଞ୍ଚି ଥିଲା ସୁପ୍ରିମକୋର୍ଟ । ଏହାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଥିଲା ।

ତିରୁପତି ଲଡୁ
ତିରୁପତି ଲଡୁ (File Pic)

ତିରୁପତି ଲଡୁ ବିବାଦ; ତଦନ୍ତ ପାଇଁ ଗଠନ ହେଲା SIT, ସୁଦ୍ଧିକରଣ ପାଇଁ ମନ୍ଦିରରେ ଶାନ୍ତି ହୋମ ଆରମ୍ଭ - Tirupati laddu controversy

NDDB ଲ୍ୟାବ ରିପୋର୍ଟରେ ପ୍ରମାଣିତ, ତିରୁପତି ମନ୍ଦିର ପ୍ରସାଦରେ ମିଶୁଥିଲା ପଶୁ ଚର୍ବି: ଟିଡିପି - ANIMAL FAT IN TIRUPATI LADDUS

ପ୍ୟାରିସ ଅଲିମ୍ପିକ୍ସ ବିବାଦ:
ଚଳିତ ବର୍ଷ ପ୍ୟାରିସରେ ଆୟୋଜନ ହୋଇଥିଲା ଅଲିମ୍ପିକ୍ସ 2024 । ବିଭିନ୍ନ ବର୍ଗରେ ବହୁ ଖେଳାଳି ଭାଗ ନେଇ ଦେଶ ପାଇଁ ଆଣିଥିଲେ ଗୌରବ । ହେଲେ ବିବାଦ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମାତ୍ର 100 ଗ୍ରାମ ଓଜନ ପାଇଁ ରୌପ୍ୟ ପଦକରୁ ବଞ୍ଚିତ ହୋଇଥିଲା ଭାରତ । 100 ଗ୍ରାମ ଓଜନ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂରେ ଭିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା । ଏହାକୁ ନେଇ ଭିନେଶ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟ(CAS)ରେ ଆବେଦନ କରିଥିଲେ । ଆଶା ଥିଲା ଭିନେଶଙ୍କ ଦୁଃଖ ବୁଝିବ CAS, ହେଲେ ଭିନେଶକୁ ଆବେଦନକୁ ଖାରଜ କରିଥିଲା CAS । ଏହା ପରେ ଖେଳରୁ ସନ୍ୟାସ ନେଇଥିଲେ ଫୋଗତ ।

ଭିନେଶ ଫୋଗତ
ଭିନେଶ ଫୋଗତ (FILE PIC)

କାହିଁକି ଖାରଜ ହେଲା ଭିନେଶ ଫୋଗାଟଙ୍କ ମେଡାଲ ଅପିଲ ? କାରଣ କହିଲେ CAS - CAS on Vinesh Phogat Appeal

ମଉଳିଲା ଭିନେଶ ଫୋଗତଙ୍କ ରୌପ୍ୟ ପଦକ ଆଶା, CASରେ ଆବେଦନ ଖାରଜ - CAS Dismissed Vinesh Phogat Appeal

ସନ୍ଦେଶଖାଲି ବିବାଦ:
2024ରେ ବିବାଦୀୟ ଘଟଣା କଥା ଯଦି ଆଲୋଚନା କରାଯାଏ,ସେଥିରୁ ସବୁଠୁ ସାଙ୍ଘାତିକ ଅଭିଯୋଗ ଆସିଥିଲା ଟିଏମସି ନେତା ଶେଖ ଶାହାଜାହାନଙ୍କ ନାଁରେ । ଜାନୁଆରୀ 5ରେ ରାସନ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଟିମ ତାଙ୍କ ଘରେ ଚଢାଉ କରିଥିଲେ । ସେତେବେଳେ ତାଙ୍କ ସମର୍ଥକ ଇଡି ଉପରେ ଆକ୍ରମଣ କରିଥିଲେ । ପରେ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ପଶ୍ଚିମବଙ୍ଗ ସନ୍ଦେଶଖାଲିର କିଛି ମହିଳା ଯୌନ ଉତ୍ପୀଡ଼ନ ଓ ଜମି ହଡ଼ପର ଅଭିଯୋଗ ଆଣିଥିଲେ । ଟିଏମସି ନେତାଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ହରଡଘଣାରେ ପଡିଥିଲେ ମମତା ସରକାର । ଏହାକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା ।

ସନ୍ଦେଶଖାଲି ମାମଲା: ମହିଳା ନିର୍ଯାତନା ଓ ଜମି ଜବରଦଖଲ ମାମଲାର ନ୍ୟାୟିକ ତତ୍ତ୍ବାବଧାନରେ ହେବ CBI ତଦନ୍ତ - Sandeshkhali Case

ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ - Sandeshkhali Case

ଆଦାନୀ ଲାଞ୍ଚ ବିବାଦ:

ଏଥର ପୁଣି ଚର୍ଚ୍ଚାକୁ ଆସିଥିଲେ ଗୌତମ ଆଦାନୀ । ସୌର ଶକ୍ତି କଣ୍ଟ୍ରାକ୍ଟ ପାଇଁ ଆଦାନୀ ଗ୍ରୁପ 2200 କୋଟି ଲାଞ୍ଚ ଦେଇଥିବା ସଙ୍ଗୀନ ଅଭିୟୋଗ ଆଣିଥିଲା ଆମେରିକା । ଯାହାକୁ ନେଇ କେବଳ ଭାରତ ନୁହେଁ ବିଶ୍ବ ବଜାରରେ ମଧ୍ୟ ହଇଚଇ ଦେଖିବାକୁ ମିଳିଥିଲା । ଆମେରିକାର ସଙ୍ଗୀନ ଆରୋପ ପରେ ଆଦାନୀ ଗ୍ରୁପକୁ ଲାଗିଥିଲା ଗୋଟିଏ ପରେ ଝଟକା । ଏହି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ବିରୋଧି । ଏହାକୁ ନେଇ ସ୍ପଷ୍ଟୀକରଣ ରଖିଥିଲା ଆଦାନୀ ଗ୍ରୁପ ।

ଆଦାନୀ ଲାଞ୍ଚ ମାମଲା: ଭିତ୍ତିହୀନ କହିଲା ଗ୍ରୁପ, ଝଟ୍‌କା ଦେଲା କେନିଆ

ଜୟା କିଶୋରୀ ଦାମୀ ବ୍ୟାଗ ବିବାଦ:
ପ୍ରବଚିକା ଜୟା କିଶୋରୀ ଦାମୀ ବ୍ୟାଗ ପାଇଁ ଚଳିତ ବର୍ଷ ବେଶ ଚର୍ଚ୍ଚାକୁ ଆସିଥିଲେ । ଏୟାରପୋର୍ଟରେ ଏକ ବ୍ୟାଗ ସହ ନଜର ଆସିଥିଲେ । ୟାହାର ଦାମ ପ୍ରାୟ 2 ଲକ୍ଷରୁ ଅଧିକ ଏବଂ ପଶୁ ଚମଡା ତିଆରି ହୋଇଥିବା ଚର୍ଚ୍ଚା ହୋଇଥିଲା । ଧାର୍ମିକ ପ୍ରବଚିକା କିପରି ଦାମୀ ବ୍ୟାଗ ବ୍ୟବହାର କରୁଛନ୍ତି କି ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଇଥିଲା । ଏହା ପରେ ସେ ମୁହଁ ମଧ୍ୟ ଖୋଲିଥିଲେ । କହିଥିଲେ ମୁଁ ଜଣେ ସାଧାରଣ ଝିଅ, ସାଧୁ କିମ୍ବା ସନ୍ଥ ନୁହେଁ ।

Jaya Kishori
Jaya Kishori (File PIC)
ୱାକଫ ବୋର୍ଡ ବିବାଦ:

ଚଳିତବର୍ଷ (2024) ଅଗଷ୍ଟ 28 ତାରିଖରେ ମୋଦି ସରକାର ଲୋକସଭାରେ ଆଗତ କରିଥିବା ୱାକଫ (ସଂଶୋଧନ) ଅଧିନିୟମ- 2024 କୁ ନେଇ ଦେଶବ୍ୟାପୀ ସରଗରମ ଚର୍ଚ୍ଚା ଓ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା । ଏହି ସଂଶୋଧନରେ ବର୍ତ୍ତମାନ କାର୍ଯ୍ୟକାରୀ ଥିବା ୱାକଫ ଆକ୍ଟ -1995 ରେ 44ଟି ନିୟମରେ ସଂଶୋଧନ କରିବାର ପ୍ରସ୍ତାବ ରହିଛି । ଇସଲାମ ସମ୍ପ୍ରଦାୟର ସମ୍ପତ୍ତି ପରିଚାଳନା ପାଇଁ ଥିବା ସର୍ବୋଚ୍ଚ ନିୟାମକ ସଂସ୍ଥା ‘ୱାକଫ ବୋର୍ଡ’ର ପରିଚାଳନାଗତ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରି ଅଣମୁସଲିମ ସଦସ୍ୟ ଓ ମୁସଲିମ ମହିଳାଙ୍କୁ ନିଯୁକ୍ତ କରିବା ଓ ସ୍ଥାନୀୟ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍‌ମାନଙ୍କୁ ସମ୍ପତ୍ତି ଅଧିକାର ସତ୍ତ୍ବ ନିର୍ଣ୍ଣୟର ଅଧିକାର ଦେବା ଆଦି ନିଷ୍ପତ୍ତି ପ୍ରସ୍ତାବିତ ବିଲରେ ରହିଛି । ଏହାକୁ ‘ୱାକଫ ବୋର୍ଡ’ ଓ ବିଭିନ୍ନ ଇସଲମାମିକ୍‌ ସଂଗଠନ ବିରୋଧ କରୁଛନ୍ତି । କଂଗ୍ରେସ ଓ ଅନ୍ୟ କେତେକ ବିରୋଧୀ ଦଳ ମଧ୍ୟ ଏହାକୁ ସଂଖ୍ୟାଲଘୁ ଅଧିକାର ଓ ସମ୍ବିଧାନ ବିରୋଧୀ ବୋଲି ଦର୍ଶାଇଛନ୍ତି । କେନ୍ଦ୍ର ସରକାର ଏହାର ଗମ୍ଭୀରତାକୁ ଦେଖି ଏହି ପ୍ରସଙ୍ଗରେ ଏକ ‘ୟୁଗ୍ମ ସଂସଦୀୟ କମିଟି’ ମଧ୍ୟ ଗଠନ କରିଛନ୍ତି । ଏହି କମିଟି ଦେଶବ୍ୟାପୀ କର୍ମଶାଳା ଆୟୋଜନ କରି ଏହାର ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛି ଓ ପରେ କେନ୍ଦ୍ରକୁ ଏକ ସୁପାରିଶ ରିପୋର୍ଟ ପ୍ରଦାନ କରିବ । ଏହି ଚୂଡ଼ାନ୍ତ ରିପୋର୍ଟ ଅନୁସାରେ, ସଂଶୋଧିତ ବିଲରେ କିଛି ପରିବର୍ତ୍ତନ ଆସିପାରେ ।

ଅଡିଲେ ବିରୋଧୀ: ଯୁଗ୍ମ ସଂସଦୀୟ କମିଟିକୁ କଲା ଓ୍ବାକଫ ସଂଶୋଧନ ବିଲ୍‌ - Waqf Bill referred jpc

BJD Oppose Waqf Bill: ରାଜ୍ୟସଭାରେ ୱାକଫ ସଂଶୋଧନ ବିଲକୁ ସମର୍ଥନ କରିବନି ବିଜେଡି - Waqf Amendment bill

CJIଙ୍କ ଘରେ PMଙ୍କ ଗସ୍ତ ବିବାଦ:
ଗତ ନଭେମ୍ବର 4 ତାରିଖରେ ତତ୍କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କ ଘରକୁ ଅତିଥି ଭାବେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଜେଆଇଙ୍କ ବାସଭବନରେ ଗଣପତିଙ୍କ ପୂଜାରେ ସାମିଲ ହୋଇଥିଲେ । ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଘରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସହଜରେ ଗ୍ରହଣ କରିପାରିନଥିଲେ । ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ତତ୍କାଳୀନ ସିଜେଆଇ । ଏଥିରେ କିଛି ଭୁଲ ନାହିଁ ବୋଲି କହିଥିଲେ ।

ବଲିଉଡ କୁଇନଙ୍କୁ ଚାପୁଡା ବିବାଦ:

ବଲିଉଡ କୁଇନ ତଥା ବିଜେପି ମଣ୍ଡି ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡା ମାଡ ଘଟଣା ବେଶ ବିବାଦୀୟ ହୋଇଥିଲା । ଚଣ୍ଡିଗଡ ଏୟାରପୋର୍ଟରେ କଙ୍ଗନା ଯାଉଥିବା ବେଳେ ସିକ୍ୟୁରିଟି ଚେକିଂରେ ଥିବା ଲେଡି CISF କନେଷ୍ଟବଳ କୁଲୱିନ୍ଦର କୌର କଙ୍ଗନାଙ୍କୁ ଚାପୁଡା ମାରିଥିଲେ । ଚାଷୀ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ଏକ ବୟାନକୁ ନେଇ ସିଆଇଏସଏଫ କନେଷ୍ଟବଳ ଏୟାରପୋର୍ଟରେ ଚାପୁଡା ମାରିଥିଲେ । ଏହି ଚାପୁଡା ମାଡକୁ ନେଇ ସାରା ଦେଶରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କିଛି ଲୋକେ ଚାପୁଡା ମାରିଥିବା ସିଆଇଏସଏଫ ଲେଡି କନେଷ୍ଟବଳଙ୍କୁ ସମର୍ଥନ କରିଥିଲେ । ଟେଲି ଅଭିନେତ୍ରୀ ଦେବଲିନା ଭଟାଚାର୍ଯ୍ୟ କଙ୍ଗନାଙ୍କ ସମର୍ଥନରେ ବାହାରିଥିଲେ । ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Kangana Slapped
Kangana Slapped (File Photo)
କଙ୍ଗନାଙ୍କୁ ଚାପୁଡା ମାରିବା ଘଟଣା: ମହିଳା ସୁରକ୍ଷାକର୍ମୀ କୁଲୱିନ୍ଦର କୌର ନିଲମ୍ବିତ ନା ବଦଳି? - Kangana Ranaut Slap Row

କନ୍ନଡ ଅଭିନେତା ଦର୍ଶନ ଜେଲ ବିବାଦ:
ସାଉଥର ଜଣାଶୁଣା ଅଭିନେତାଙ୍କ ଦର୍ଶନ ଥୋଗୁଦିପାଙ୍କ ବେଶ ବିବାଦୀୟ ଥିଲା ବର୍ଷ 2024 । କାରଣ ସାଉଥର ଲୋକପ୍ରିୟ ଅଭିନେତା ଦର୍ଶନ ଏକ ହତ୍ୟାକାଣ୍ଡ ଘଟଣାରେ ଫସିବା ସହ ଜେଲ ଯିବାକୁ ପଡ଼ିଥିଲା । ଯାହାକୁ ନେଇ ବେଶ ଚର୍ଚ୍ଚିତ ହୋଇଥିଲା ଘଟଣା । ଘଟଣା ଅନୁସାରେ ଗତ ଜୁନ 9ରେ ବେଙ୍ଗାଲୁରୁର ଏକ ଅଟୋ ଡ୍ରାଇଭର ତଥା ଦର୍ଶନଙ୍କ ପ୍ରଶଂସକ ରେଣୁକା ସ୍ବାମୀଙ୍କ ମୃତଦେହ ମିଳିଥିଲା । ଅଭିଯୋଗ ଥିଲା ଯେ, ଦର୍ଶନଙ୍କ ନିର୍ଦ୍ଦେଶରେ ରେଣୁକା ସ୍ବାମୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ଦର୍ଶନଙ୍କ ସମେତ 17 ଜଣଙ୍କୁ ଗିରଫ କରିଥିଲା । ପରେ ଅଭିନେତାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି ।

ରେଣୁକାସ୍ୱାମୀ ହତ୍ୟାକାଣ୍ଡ ମାମଲା; ଅଭିନେତା ଦର୍ଶନଙ୍କୁ ଆଶ୍ୱସ୍ତି, ମିଳିଲା ଅନ୍ତରୀଣ ଜାମିନ

ଜେଲରେ ଅଭିନେତା ଦର୍ଶନଙ୍କୁ ଭିଆଇପି ସେବା, 7 ଅଧିକାରୀ ନିଲମ୍ୱିତ - DARSHAN VIRAL PICTURE FROM JAIL

ରାହୁଲ-ଶିଖ୍‌ ମନ୍ତବ୍ୟ ବିବାଦ:
ଆମେରିକାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଶିଖ ଧର୍ମାବଲମ୍ବୀଙ୍କୁ ନେଇ ଦେଇଥିବା ବୟାନକୁ ନେଇ ଦେଶରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ବିଦେଶରେ ବୟାନକୁ ନେଇ ଦେଶରେ ରାଜନୀତି ପାରା ବଢ଼ିଥିଲା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବରିଷ୍ଠ ବିଜେପି ନେତୃବୁନ୍ଦ ଜୋରଦାର ବର୍ଷିଥିଲେ । ଆମେରିକାର ଭିରଜିନିଆରେ ଶିଖଙ୍କୁ ନେଇ ବୟାନ ଦେଇଥିଲେ । ରାହୁଲ କହିଥିଲେ ଆମକୁ ବୁଝିବାକୁ ପଡ଼ିବ ପ୍ରଥମେ ଏହି ଲଢେଇ କାହିଁକି ହେଉଛି । ଜଣେ ଶିଖଙ୍କୁ ଭାରତରେ ପଗଡି, କଡା ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ । ବର୍ତ୍ତମାନ ଏହି ଲଢେଇ ଚାଲୁଛି । ଏହାକୁ ନେଇ ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ଜୋରଦାର ବିରୋଧ କରିଥିଲା ବିଜେପି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସାମ୍ବାଦିକ ସମ୍ମିଳନୀ କରି ରାହୁଲଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ, ମୁଁ ଭାବୁନି ଏହା ଏକ ପ୍ରସଙ୍ଗ । 1947 ପରେ ଏବେ ଶିଖ ମାନେ ନିଜକୁ ସୁରକ୍ଷିତ ମଣୁଛନ୍ତି ଓ ସମ୍ମାନର ଅଧିକାରୀ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ପରିବାର ଲୋକେ ସରକାରରେ ଥିଲା ବେଳେ ଆମେ ଚିନ୍ତାରେ ଥିଲୁ ବୋଲି କହି ଟାର୍ଗେଟ କରିଥିଲେ ହରଦୀପ ସିଂହ ପୁରୀ ।

Rahul Gandhi
Rahul Gandhi (File Photo)
Rahul Gandhi In US: ‘ଭାରତୀୟ ରାଜନୀତିରେ ପ୍ରେମ, ସମ୍ମାନ ଓ ମାନବିକତା ନାହିଁ’, ପୁଣି ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରାହୁଲ - Rahul remark on Indian politics

ପୂଜା ଖେଡକର:

ଚର୍ଚ୍ଚିତ ଟ୍ରେନି IAS ପୂଜା ଖେଡକରଙ୍କୁ ବେଶ ଚର୍ଚ୍ଚା ସାଉଁଟିଥିଲା ବର୍ଷ 2024 । ସାରା ଦେଶରେ ତାଙ୍କ ନାଁକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଟ୍ରେନିଂ ଆଇଏଏସ ହୋଇ ତାଙ୍କ ସଉକ ଓ ଜାଲିଆତି ଘଟଣା ପାଇଁ ବିବାଦକୁ ଆସିଥିଲେ ପୂଜା ଖେଡକର । 2022ରେ ପୂଜା ଖେଡକର UPSCରେ 841 ରାଙ୍କ ପାଇଥିଲେ । ସେ 2023 ବ୍ୟାଚ ଟ୍ରେନିଂ ଆଇଏଏସ ଭାବେ ମହାରାଷ୍ଟ୍ର ପୁଣେରେ ପ୍ରଥମେ ନିଯୁକ୍ତ ହୋଇଥିଲେ। ସେଠାରେ ତାଙ୍କ ତାମିଲ ଚାଲିଥିବା ବେଳେ ନିଜ ବ୍ୟକ୍ତିଗତ କାରରେ ନୀଳ ଓ ନାଲିବତି ଲଗାଇ ବୁଲୁଥିଲେ । ସୋସିଆଲ ମିଡିଆରେ ତାଙ୍କ କାରନାମା ଫର୍ଦ୍ଦାଫାସ ହୋଇଥିଲା । ଏହା ପରେ ବିବାଦ ଘେରକୁ ଆସିଥିଲେ ଟ୍ରେନିଂ ଆଇଏଏସ ଅଫିସର । ଏପରିକି ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦିବ୍ୟାଙ୍ଗ ଓ ପଛୁଆବର୍ଗ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର କରିଥିବା ତାଙ୍କ ନାଁରେ ଅଭିଯୋଗ ଆସିଥିଲା । ସେ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ଝିଅ । ଏହି ବିବାଦ ସାମ୍ନାକୁ ଆସିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ୟୁପିଏସସି । ତାଙ୍କ ସିଲେକ୍ସନ ପ୍ରକ୍ରିୟାକୁ ରଦ୍ଦ କରାଯାଇଥିଲା । ଏମିତିକି ଭବିଷ୍ୟତରେ କେବେ ବି ସେ ୟୁପିଏସସିର କୌଣସି ପରୀକ୍ଷା ଦେଇପାରିବେ ନାହିଁ । ଚାକିରି ହାତେଇବା ପାଇଁ ସେ ନାମ, ବୟସ, ପିତାମାତା ନାମ ଓ ଠିକଣା ଆଦି ବ୍ୟକ୍ତିଗତ ପରିଚୟରେ ଜାଲିଆତି କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା ।

ପୂଜା ଖେଡକର
ପୂଜା ଖେଡକର (ETV Bharat Odisha)

IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା; ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଦେଇଥିଲେ ନକଲି ରାସନ କାର୍ଡ - Pooja Khedkar

IAS ପୂଜାଙ୍କ ଫର୍ଜରୀର ବଡ଼ ପର୍ଦ୍ଦାଫାସ୍, ମାମଲା ରୁଜୁ କଲା UPSC, ଚାକିରି ଯିବା ଥୟ ! - Case filed against IAS Puja Khedkar

ହାତରେ ଆଉ ମାତ୍ର କେଇଟା ଦିନ । ସରିଯିବ 2024 । ହେଲେ ଭାରତ ବର୍ଷରେ ଏସବୁ ବିବାଦ ଲୋକଙ୍କ ମନରେ ଅଲିଭା ସ୍ବାକ୍ଷର ଭାବେ ଛାପ ଛାଡିଯିବ ।

ଏହା ମଧ୍ୟ ପଢ଼ନ୍ତୁ-

2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ - YEARENDER 2024

୨୦୨୪ର ଚର୍ଚ୍ଚିତ ଚେହେରା: କିଏ ସୁନାମ ପାଇଁ ଶୀର୍ଷରେ ତ ଆଉ କିଏ ବିବାଦ ପାଇଁ ବଦନାମ ... - YEARENDER NEWS MAKERS

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.