ETV Bharat / state

କଏଦୀଙ୍କ ପାଇଁ ମୁକ୍ତି ଅଭିଯାନ, ୬୦ ଦିନରେ ୬୦ ଜଣଙ୍କୁ ମୁକାଳିବା ପାଇଁ ଲକ୍ଷ୍ୟ - PRISONER MUKTI ABHIYAN

ଓଡ଼ିଶା ଜେଲ ବିଭାଗର ମୁକ୍ତି ଅଭିଯାନ । ମୁକୁଳିବେ ଉତ୍ତମ ଆଚରଣ ଦେଖାଉଥିବା କଏଦୀ ।

MUKTI ABHIYAN
MUKTI ABHIYAN (ETV Bharat Odisha)
author img

By ETV Bharat Odisha Team

Published : Dec 20, 2024, 3:12 PM IST

ଭୁବନେଶ୍ୱର: କଏଦୀଙ୍କୁ ସୁଧୁରିବା ପାଇଁ ମିଳିବ ସୁଯୋଗ । ଉତ୍ତମ ବ୍ୟବହାର ଓ ଆଚରଣ ପାଇଁ ବନ୍ଦୀ ଜୀବନରୁ ମିଳିବ ମୁକ୍ତି । ଜେଲରେ ସଜ୍ଜା କାଟୁଥିବା କଏଦୀଙ୍କ ପାଇଁ ଏମିତି କିଛି ଖୁସି ଖବର ଆଣିଛି ଓଡ଼ିଶା ଜେଲ ବିଭାଗ । ଆଜୀବନ ସଜ୍ଜା ସତ୍ତ୍ୱେ ବୟସ ୬୦ରୁ ଊର୍ଦ୍ଧ୍ୱ ହୋଇଥିଲେ ଅଥବା ଜୀବନର ଅନ୍ତିମ ଅବସ୍ଥାରେ ବନ୍ଦୀ ଜୀବନରୁ ନିସ୍ତାର ପାଇଁ ଓଡ଼ିଶା ଜେଲ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି 'ମୁକ୍ତି ଅଭିଯାନ' ।

ଅପରେସନ୍ ମୁକ୍ତି ଅଭିଯାନ

PRISONER MUKTI ABHIYAN (ETV Bharat Odisha)

ଏନେଇ ଜେଲ ଆଇଜି ଅମିତାଭ ଠାକୁର କହିଛନ୍ତି,"ଉତ୍ତମ ବ୍ୟବହାର ଓ ଭଲ କାର୍ଯ୍ୟ କରୁଥିବା ଅନ୍ତେବାସୀଙ୍କୁ ଜେଲର ଚାରିକାନ୍ଥ ଭିତରୁ ମୁକୁଳାଇବା ପାଇଁ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ଲାଗି ଆରମ୍ଭ ହୋଇଛି 'ଅପରେସନ୍ ମୁକ୍ତି ଅଭିଯାନ' । ଡିସେମ୍ବର ୧୦ରୁ ଜେଲ ବିଭାଗ ଏହି ଅଭିଯାନ ଆରମ୍ଭ କରିଛି । ୬୦ଦିନରେ ୬୦ ଜଣ କଏଦୀଙ୍କୁ ମୁକୁଳାଇବା ପାଇ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏବେସୁଦ୍ଧା ଆମର ୩୦ଜଣ କଏଦୀଙ୍କୁ ମୁକାଳିବା ପାଇଁ ଚିହ୍ନଟ ହୋଇସାରିଥିବା ବେଳେ ଏଥିପାଇଁ ଜେଲ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି । ଯେଉଁ କଏଦୀ ମୁକୁଳିବେ ତାଙ୍କ ସମ୍ପର୍କରେ ଆମକୁ ଯାଞ୍ଚ କରିବାକୁ ପଡୁଛି । କଏଦୀ ଯେଉଁ ଜିଲ୍ଲାର ସେଠାକାର‌ ପୋଲିସ ଭେରିଫିକେସନ ହେଉଛି‌ । ସେହି ଅଞ୍ଚଳର ସରପଞ୍ଚ ଓ ଯେଉଁ ଅଭିଯୋଗକାରୀର ଅଭିଯୋଗ ଆଧାରରେ କଏଦୀ ଗିରଫ ହୋଇଥିଲେ ସେମାନଙ୍କଠାରୁ ଅନୁମତି ଆଣି ବିଭିନ୍ନ ଯାଞ୍ଚ କରାଯାଇ ସେମାନଙ୍କୁ ମୁକାଳିବା ପାଇଁ ପ୍ରୟାସ କରାଯାଉଛି । ସେହି ଜେଲ କର୍ମଚାରୀଙ୍କୁ ମୁକ୍ତି ଯୋଦ୍ଧା ସମ୍ମାନରେ ସମ୍ମାନିତ କରିବାର ଲକ୍ଷ୍ୟ ରଖିଛୁ ।

PRISONER MUKTI ABHIYAN

ଅପରେସନ୍ ମୁକ୍ତି ଅଭିଯାନର ମାନଦଣ୍ଡ

ଅପରେସନ୍ ମୁକ୍ତି ଅଭିଯାନରେ ମୁକୁଳିବାକୁ ଥିବା କଏଦୀ ଅତିକମରେ ୧୪ ବର୍ଷ, ୨୦ ବର୍ଷ ଏବଂ ୨୫ ବର୍ଷ ସଜା କାଟିଥିବେ । ସେହିପରି ଯେଉଁମାନଙ୍କର ଶୁଣାଣି ଜାରି ରହିଛି ସେମାନଙ୍କ ପାଇଁ ମଧ୍ୟ ସମାନ ଭାବରେ ନିୟମ ରହିଛି । ଜେଲରେ ସଜା କାଟୁଥିବା କଏଦୀଙ୍କ ଲାଗି ଏନେଇ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି ।

  • କଏଦୀଙ୍କର ଆଚରଣ, ଉଚ୍ଚାରଣ ଓ ବ୍ୟବହାରରେ ସୁଧାର ଆସିଥିବା ଆବଶ୍ୟକ ।
  • ଜେଲ ମାନୁଆଲ୍ ଅନୁଯାୟୀ ଏସବୁର ରିପୋର୍ଟ ଜେଲ ସୁପରିଟେଣ୍ଡ ପ୍ରସ୍ତୁତ କରିବେ। ପରେ କଏଦୀଙ୍କ ଗାଁକୁ ଜେଲ ବିଭାଗର ଟିମ ଯାଇ ତଥ୍ୟ ଯୋଗାଡ କରିବ । ଗାଁର ସରପଞ୍ଚ, ସ୍ଥାନୀୟ ପୋଲିସ ଓ ଅଭିଯୋଗକାରୀର ମତ ଆଣାଯିବ ।
  • କଏଦୀର ଅପରାଧ ପରେ ଆଚରଣ ଉପରେ ବା ପଶ୍ଚାତାପର ଲକ୍ଷଣ ନୀରିକ୍ଷଣ କରାଯିବ ।
  • କଏଦୀଟି ଜେଲରୁ ମୁକୁଳିଲେ ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ବା ଅପରାଧି ଭୟ ବା ମାହୋଲ ସୃଷ୍ଟି ନ ହେବ ସେନେଇ ଯାଞ୍ଚ ହେବ ।
  • ସ୍ଥାନୀୟ ଜିଲ୍ଲା ପୋଲିସ ବା ପ୍ରଶାସନଠାରୁ ଅନୁମତି ନେବା ପରେ ଦଣ୍ଡାଦେଶ କୋହଳ ପାଇଁ ଜେଲ ବିଭାଗର ଡିଜିଙ୍କ ପକ୍ଷରୁ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡରେ ଏନେଇ ଆଲୋଚନା କରାଯିବ ।
  • କେବଳ ସଜ୍ଜା କାଟୁଥିବା କଏଦୀ ଉପରେ ନିଷ୍ପତ୍ତି ନିଆଯିବ । ଆଜୀବନ କାରାଦଣ୍ଡ ପାଇଥିବା କଏଦୀ ଅନ୍ତତଃ ୧୪ ବର୍ଷ ସଜ୍ଜା କାଟିସାରିଥିବ ବା ସଜ୍ଜାର ଏକ ତୃତୀୟାଂଶ ବା ଅଧା ସଜ୍ଜା କାଟି ସରିଥିବ ସେହି କଏଦୀକୁ ମୁକାଳିବା ପାଇଁ ବିବେଚନା କରାଯିବ ।
  • ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା BNSS ଧାରା ୪୯୭ ଆଧାରରେ ମଧ୍ୟ ୧୦ଜଣ କଏଦୀ ପୂର୍ବରୁ ମୁକୁଳିଛନ୍ତି‌ । ଯେଉଁଥିରୁ ଝାରପଡ଼ା ଜେଲରୁ ୯ଜଣ ଓ ଜଗତସିଂହପୁର ଜିଲ୍ଲା କାରଗାରରୁ ଜଣେ କଏଦୀ ମୁକୁଳିଛନ୍ତି ।
  • ପ୍ରଥମ ଥର ଅପରାଧ କରି କିମ୍ବା ପରିସ୍ଥିତିରେ ପଡି ଅପରାଧ କରି ଜେଲ ଆସିଥିବା କଏଦୀ ନିଜର ସଜ୍ଜା ପୂରଣ ହେବା ପୂର୍ବରୁ ମୁକୁଳିବାର ଆଇନ ରହିଛି । ଜେଲ ମାନୁଆଲ ଅନୁସାରେ ବାର୍ଷିକ ୧୩୮ ଦିନ ସଜା କୋହଳ କରିପାରିବାର କ୍ଷମତା ଜେଲ ବିଭାଗ ପାଖରେ ରହିଛି । ଜେଲ ଡିଜି ବା ସୁପରିଟେଣ୍ଡଙ୍କ କ୍ଷମତା ଆଧାରରେ ୩ଟି ପର୍ଯ୍ୟାୟରେ ବର୍ଷକୁ ଯଥାକ୍ରମେ ୬୦ଦିନ, ୪୮ଦିନ ଓ ୩୦ଦିନ ମୋଟ୍ ବର୍ଷକୁ ୧୩୮ ଦିନ କୋହଳ କରିପାରିବେ ।
  • ମାନଦଣ୍ଡ ଅନୁଯାୟୀ, ସଜା କାଟୁଥିବା ୬୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଓ ୬୦ବର୍ଷରୁ ଅଧିକ ବୟସ୍କା ମହିଳାମାନଙ୍କର ପରିସ୍ଥିତି ଦେଖି ଅର୍ଥାତ୍ ସେମାନେ‌ ଜେଲ ଭିତରେ ଆଉ ଚଳପ୍ରଚଳ କଲାଭଳି ପରିସ୍ଥିତି ନାହିଁ, ସଜା କାଟିବା ପାଇଁ ତାଙ୍କର ବଳ ଓ କ୍ଷମତା ନାହିଁ, ମାନସିକ ଚାପ ଓ ଏକ ଜେଲ ମାହୋଲ ଭିତରେ ଆଉ ରହିବା ସମ୍ଭବ ହେଉନଥିବା କିମ୍ବା କଏଦୀ ମୁକୁଳିଲେ ଯେପରି କାହାର କ୍ଷତି ନକରିପାରିବେ ବା ତାଙ୍କ ମୁକୁଳିବା ଦ୍ବାରା ଯେପରି କାହାର ସମସ୍ୟା ନ ହେବ ସେ ସବୁ ଦୃଷ୍ଟିକୁ ବିଚାର କରି କଏଦୀମାନଙ୍କୁ ସଜ୍ଜା ଶେଷ ପୂର୍ବରୁ ମୁକୁଳାଇବା ପାଇଁ ଅଭିଯାନ ଆରମ୍ଭ ହୋଇଛି ।

ସର୍ପୋଟ ଟୁ ପୁଅର ପ୍ରିଜନ (Support to poor prison) ବ୍ୟବସ୍ଥା

ଜେଲରୁ ଜାମିନ୍ ପାଇବା ପାଇଁ ଯେଉଁ ଟଙ୍କା ବା ବେଲ୍ ବଣ୍ଡ ଆବଶ୍ୟକ ପଡେ ଟଙ୍କା ଅଭାବରୁ ଜେଲରୁ ମୁକୁଳିପାରୁନଥିବା ଗରିବ ଶ୍ରେଣୀର କଏଦୀଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଯୋଗାଇ ଦିଆଯାଉଛି । ସପୋର୍ଟ ଟୁ ପୁଅର ପ୍ରିଜନ ଅର୍ଥାତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା କଏଦୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଅର୍ଥ ଅଭାବରୁ ଯେଉଁମାନଙ୍କର ବେଲ୍ ହୋଇଯାଇଥିଲେ ମଧ୍ୟ ଜେଲ୍ରୁ ମୁକୁଳି ପାରୁନାହାନ୍ତି ସେମାନଙ୍କ ପାଇଁ ଏକ ଫଣ୍ଡ ବ୍ୟବସ୍ଥା କରାଯାଇଛି । ରାଜ୍ୟର ୮୬ଟି ଜେଲରେ ୧୭ହଜାର ୫୦୦ରୁ ଅଧିକ ବିଚାରଧୀନ କଏଦୀ ରହିଛନ୍ତି । ତଦ୍‌ମଧ୍ୟରୁ ୩୫୧୨ଜଣ କଏଦୀ ବିଭିନ୍ନ ଜେଲରେ ସଜା କାଟୁଛନ୍ତି ।

ଅନେକ ହେବିଓ୍ବେଟ ଆଶାୟୀ

ଏହି ପ୍ରକ୍ରିୟାରେ ଜେଲରୁ ମୁକୁଳିବା ପାଇଁ ଅନେକ ବଡ ବଡ ଅପରାଧି କ୍ଷମା ପ୍ରାର୍ଥନା କରିଛନ୍ତି । ଗ୍ରାହାମ ଷ୍ଟେନ ହତ୍ୟା ଘଟଣାରେ ସଜା କାଟୁଥିବା ଦାରା ସିଂ ଅନେକ ଥର ଏହି ପ୍ରକ୍ରିୟାରେ ମୁକୁଳିବା ପାଇଁ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ଆସିଛି । କିନ୍ତୁ ବୋର୍ଡର ନିଷ୍ପତ୍ତି ସମୟରେ କିଛି ସର୍ତ୍ତାବଳୀ ସପକ୍ଷରେ ନଥିବାରୁ ଅନେକ ଥର ଖାରଜ ହୋଇଛି । ସେହିପରି ଆର୍ମି ଡକ୍ଟର ସୋମନାଥ ପରିଡ଼ା ଏବେ ୮୧ବର୍ଷ ବୟସରେ ଆଜୀବନ ସଜା କାଟୁଛନ୍ତି ।‌ ଯେକି ନୟାପଲ୍ଲୀରେ ନିଜ ପତ୍ନୀକୁ ୧୦୮ଖଣ୍ଡ କରି ହତ୍ୟା କରି ଟିଫିନ ବକ୍ସରେ ପୁରାଇ ରଖିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ବୟସାଧିକ ଯୋଗୁଁ ତାଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ମୁକାଳିବା ପାଇଁ ଯୋଜନା ହେଉଛି । ଏନେଇ ମଧ୍ୟ ଫିଲ୍ଡ ଇନକ୍ବାରି ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ...

ଜେଲରେ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ହଲ

ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ

ଜେଲ ପରିଚାଳନା ପାଇଁ ମାନବ ସମ୍ବଳ‌ର ଅଭାବ !

ରାଜ୍ୟର 25 ଗୋଟି ଜେଲ ଯେଉଁ ଜେଲରେ କଏଦୀ ସଂଖ୍ୟା ମାତ୍ର 20ରୁ 25ଜଣ ରହିଛିନ୍ତି, ସେହିସବୁ ଜେଲକୁ ଅନ୍ୟ ଜେଲ ସହିତ ମିଶ୍ରଣ କରିବାପାଇଁ ଯୋଜନା ଚାଲିଛି । ଅଧିକାଂଶ ଜେଲରେ ମାତ୍ର 7ଜଣ ଲେଖାଏଁ କର୍ମଚାରୀ ରହୁଛନ୍ତି । ଯାହକି ତିନି ସିଫ୍ଟରେ ଜେଲ ଚଲାଇବା ଅସମ୍ଭବ ହୋଇପଡୁଛି । ସେହିସବୁ ଜେଲକୁ ନିକଟସ୍ଥ ଜେଲ ସହିତ ମିଶାଇବା ପାଇଁଁ ଯୋଜନା ଚାଲିଛି । ଅନ୍ୟପଟେ ନରସିଂହପୁର ଜେଲରେ 23ଜଣ କଏଦୀ, ନୀଳଗିରିରେ 24ଜଣ, ରଣପୁରରେ 22ଜଣ, ପାଲଲହଡ଼ାରେ 12ଜଣ, ହିନ୍ଦୋଳରେ 11ଜଣ ଲେଖାଏଁ କଏଦୀ କ୍ଷମତା ରହିଛି । ତେଣୁ ସେସବୁ ଜେଲ ଚଲାଇବା କଷ୍ଟକର ବ୍ୟାପାର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.