ଓଡିଶା

odisha

ETV Bharat / state

ପୋଲିସର ବଡ଼ ଅପସେରନ: ୨ ମହିଳା କ୍ୟାଡର ସମେତ ୧୪ ମାଓବାଦୀ ନିହତ - MAOISTS ENCOUNTER IN NUAPADA

ଓଡ଼ିଶା ଓ ଛତିଶଗଡ଼ ପୋଲିସ ମିଳିତ ବଡ଼ ମାଓ ଅପରେସନ । ନୂଆପଡ଼ା ସୀମାରେ ୧୪ ମାଓବାଦୀ ନିପାତ ।

Maoists Killed in Joint Operation Of Chattisgarh And Odisha Police
Maoists Killed in Joint Operation Of Chattisgarh And Odisha Police (ETV Bharat Odisha)

By ETV Bharat Odisha Team

Published : Jan 21, 2025, 9:52 AM IST

Updated : Jan 21, 2025, 10:56 AM IST

କଟକ/ନୂଆପଡା: ପୋଲିସ ଏନକାଉଣ୍ଟରରେ ଟଳିଲେ ୧୪ ମାଓବାଦୀ । ଓଡ଼ିଶା ଓ ଛତିଶଗଡ ପୋଲିସ ମିଳିତ ମାଓ ଅପରେସନରେ ବଡ଼ ସଫଳତା । ନୂଆପଡା ଜିଲ୍ଲା ଓ ଛତିଶଗଡର ଗରିଆବନ୍ଧ ଜିଲ୍ଲା ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ ମହିଳା କ୍ୟାଡର ମାଓବାଦୀଙ୍କ ସମେତ ମୋଟ ୧୪ ମାଓବାଦୀ ନିପାତ ହୋଇଛନ୍ତି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ଆଇଇଡି ଜବତ କରାଯାଇଛି ।

ଛତିଶଗଡ-ଓଡ଼ିଶା ପୋଲିସ ମିଳିତ ମାଓ ଅପରେସନ:

ଗତକାଲି(ସୋମବାର) ବିଳମ୍ବିତ ରାତିରୁ ଆଜି(ମଙ୍ଗଳବାର) ଭୋର ସମୟ ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି । ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଏନକାଉଣ୍ଟର ପରେ ମିଳିତ ପୋଲିସ ପକ୍ଷରୁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ ନୋଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ପୋଲିସର ସୂଚନା ଅନୁସାରେ, ସେଠାରେ କମ୍ବିଂ ଅପରେସନ ଜାରି ରହିଛି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ. ବି ଖୁରାନିଆ ଏହି ନକ୍ସଲ ଅପରେସନ ସଂପର୍କରେ ପରବର୍ତ୍ତୀ ସମୟରେ ଗଣମାଧ୍ୟମକୁ ସୂଚନା ଦେବାର ସମ୍ଭାବନା ରହିଛି ।

Chattisgarh And Odisha Police Joint Mao Operation in Nuapada border (ETV Bharat Odisha)

ନୂଆପଡ଼ାରୁ ୫ କିଲୋମିଟର ଦୂରରେ ଗୁଳି ବିନିମୟ :

ନୂଆପଡ଼ା ଜିଲ୍ଲା ସୀମାରୁ ମାତ୍ର ୫.୫ କିଲୋମିଟର ଦୂର ଛତିଶଗଡ଼ ଗରିଆବନ୍ଧ ଜ଼ିଲ୍ଲା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀ ଲୁଚି ରହିଥିବା ନେଇ ଜାନୁଆରୀ ୧୯ ତାରିଖ ଦିନ ଗୁଇନ୍ଦା ବିଭାଗରୁ ଖବର ମିଳିଥିଲା । ଏହାପରେ ଅନ୍ତଃରାଜ୍ୟ ଛତିଶଗଡ଼, ନୂଆପଡା ଯବାନ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରିଥିଲେ । ଅପରେସନରେ 10ଗୋଟି ଯବାନ ଟିମ ସାମିଲ ରହିଥିଲା । ଏଥିରେ SOG ସହ ଛତିଶଗଡର E-30 ଫୋର୍ସ, ଛତିଶଗଡ ପୋଲିସ ଓ ସିଆରପିଏଫ ସାମିଲ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ଏହି ଏନକାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ମାଓ ଦମନର ବଡ଼ ସଫଳତା ବୋଲି କୁହାଯାଉଛି ।

State police Press note on Mao operation (Odisha Police head quarters)

ଏହାମଧ୍ୟ ପଢନ୍ତୁ...

ଓଡିଶା ସୀମାରେ ଏନକାଉଣ୍ଟର, 2 ମାଓବାଦୀ ସଫା - NAXAL ENCOUNTER

ବଲାଙ୍ଗୀରରେ ମାଓ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

‘ବିଧ୍ୱସ୍ତ ହେଉଛି ମାଓ କରିଡର, ମାର୍ଚ୍ଚ 2026 ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ପ୍ରୟାସ’

୧୪ ମାଓବାଦୀ ନିପାତ:

ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ମାଓବାଦୀଙ୍କ କାର୍ଯ୍ୟକଳାପ ଦମନ କରିବା ପାଇଁ ଓଡିଶାର ନୂଆପଡ଼ା ଯବାନ ଏବଂ ଛତିଶଗଡ ଯବାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଗତ ରବିବାର ରାତିରୁ ଜାରି ରହିଥିବା ଏହି ଏନକାଉଣ୍ଟରରେ ଗତକାଲି(ସୋମବାର) ୨ ଜଣ ମାଓବାଦୀ ନିପାତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଆଜି ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୋଲିସ ସହ ଗୁଳି ବିନିମୟରେ ଆଜି ଭୋରରୁ ଆଉ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ପୂର୍ବରୁ ୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, କଟକ

Last Updated : Jan 21, 2025, 10:56 AM IST

ABOUT THE AUTHOR

...view details